Advertisment

India's First Emporer: ଭାରତର ପ୍ରଥମ ସମ୍ରାଟ, ଯିଏ ବଦଳାଇ ଥିଲେ ଇତିହାସର ଗତିପଥ, ପଢନ୍ତୁ ଜଣେ ବୀର ଯୋଦ୍ଧାଙ୍କ କାହାଣୀ

ମୌର୍ଯ୍ୟ ସାମ୍ରାଜ୍ୟର କିମ୍ବଦନ୍ତୀ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ଚାଣକ୍ୟଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅହିଂସା ବଳରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Chandragupta

Chandragupta

ମୌର୍ଯ୍ୟ ବଂଶୀୟ ସାମ୍ରାଜ୍ୟର ମହାନ ସମ୍ରାଟ ଅଶୋକ ଭାରତର କିମ୍ବଦନ୍ତୀ ଶାସକଙ୍କ ମଧ୍ୟରୁ ଜଣେ । ସେ ଜଣେ ଦକ୍ଷ ଓ ବହୁତ ଶକ୍ତିଶାଳୀ ସମ୍ରାଟ ଥିଲେ । କିନ୍ତୁ ତାଙ୍କ ପୂର୍ବରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଜଣେ ଶ୍ରେଷ୍ଠ ସମ୍ରାଟ ଭାବରେ ବିବେଚନା କରାଯାଏ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆରମ୍ଭରୁ ଅତି ସାଧାରଣ ଥିଲେ ମଧ୍ୟ ସେ ଅନେକ ପ୍ରଭାବଶାଳୀ ଶାସକମାନଙ୍କୁ ପରାସ୍ତ କରିବା ସହ ଦୀର୍ଘ ସମୟ ପାଇଁ ତାଙ୍କ ରାଜବଂଶ ଦକ୍ଷିଣ ଏସିଆରେ ରାଜୁତି ଚଳାଇଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଛାପ କେବଳ ଇତିହାସ ବହିରେ ସୀମିତ ନାହିଁ, ବରଂ ଭାରତର ଜାତୀୟ ପ୍ରତୀକ ଓ ମୁଦ୍ରାରେ ମଧ୍ୟ ସ୍ଥାନ ପାଇଛି । 

Advertisment

ଅଧିକ ପଢ଼ନ୍ତୁ: ଯୁଦ୍ଧ କ୍ଷେତ୍ରରୁ ଭୟାତୁର ଯୁବରାଜଙ୍କ ପଳାୟନର ପ୍ରୟାସ କଥା

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମୂଳତଃ ନମ୍ର ସ୍ୱଭାବର ଥିଲେ । ଯେତେବେଳେ ସେ ଚାଣକ୍ୟଙ୍କ ମାର୍ଗ ଅନୁସରଣ କଲେ ସେତେବେଳେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମାର୍ଗଦର୍ଶକ ଥିଲେ ଚାଣକ୍ୟ । ନନ୍ଦ ସାମ୍ରାଜ୍ୟର ପତନରେ ଉଭୟଙ୍କର ଏକ ପ୍ରମୁଖ ଭୂମିକା ଥିଲା । 
ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ନନ୍ଦ ବଂଶ ମଗଧ (ଆଧୁନିକ ବିହାର)ରେ ରାଜୁତି କରୁଥିଲେ । ତାଙ୍କ ଭଣ୍ଡାର ସୁନାରେ ପରିପୂର୍ଣ୍ଣ ଥିଲା ଏବଂ ସେମାନଙ୍କର ସେନା ବହୁତ ଶକ୍ତିଶାଳୀ ଥିଲା । ସେ ବହୁତ ପ୍ରଭାବଶାଳୀ ଥିଲେ ମଧ୍ୟ ଲୋକପ୍ରିୟ ନଥିଲେ । ନନ୍ଦ ସମ୍ରାଟଙ୍କ ଅହଙ୍କାରରେ ଅତିଷ୍ଠ ହୋଇ ଯାଇଥିଲେ ସାଧାରଣ ଜନତା । ରାଜାଙ୍କ ଦ୍ୱାରା ଅପମାନିତ ହୋଇଥିବା ଲୋକଙ୍କ ମଧ୍ୟରେ ତକ୍ଷଶିଳାର ଚତୁର ଚାଣକ୍ୟ ଥିଲେ । ଚାଣକ୍ୟ ଧନ ନନ୍ଦଙ୍କ ଅପମାନକୁ ସହ୍ୟ କରି ନପାରି ତାଙ୍କ ଗର୍ବକୁ ଭାଙ୍ଗିବା ପାଇଁ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନିକଟରେ ପହଞ୍ଚିଥିଲେ । ଚାଣକ୍ୟ ତାଙ୍କୁ ନିଜ ପାଖକୁ ନେଇ ତାଙ୍କୁ ତାଲିମ ଦେଇଥିଲେ । 

ପ୍ରଥମ ପର୍ଯ୍ୟାୟରେ ସେମାନେ ନନ୍ଦ ସାମ୍ରାଜ୍ୟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନନ୍ଦ ସାମ୍ରାଜ୍ୟର ଶକ୍ତିଶାଳୀ ସେନାବାହିନୀ ଦ୍ୱାରା ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ଏହା ପରେ ସେମାନେ ରଣନୀତି ବଦଳାଇଥିଲେ । ଉଭୟଙ୍କ ବୁଦ୍ଧି ବଳରେ ଅନେକ ଅଞ୍ଚଳ ନନ୍ଦ ସାମ୍ରାଜ୍ୟ ହାତରୁ ଖସିବାରେ ଲାଗିଲା । ଖ୍ରୀଷ୍ଟପୂର୍ବ ୩୨୧ ସୁଦ୍ଧା ନନ୍ଦ ସାମ୍ରାଜ୍ୟର ସମ୍ରାଟ ଧନ ନନ୍ଦଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ଏହା ପରେ ନନ୍ଦ ସାମ୍ରାଜ୍ୟର ପତନ ହୋଇଥିଲା । 

Advertisment

ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ଉଠିବାକୁ ଲାଗିଥିଲା । ଉତ୍ତରପଶ୍ଚିମ ଅଞ୍ଚଳରୁ ଆଲେକ୍‌ଜାଣ୍ଡାରଙ୍କୁ ପ୍ରତ୍ୟାହାର କରିବା ପରେ ଗାନ୍ଧାର, ବର୍ତ୍ତମାନର ଆଫଗାନିସ୍ତାନ, ପାକିସ୍ତାନ ଏବଂ ଉତ୍ତରପଶ୍ଚିମ ଭାରତରେ  ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନିୟନ୍ତ୍ରଣ ବଢିବାରେ ଲାଗିଲା । ଖ୍ରୀଷ୍ଟପୂର୍ବ ୩୦୫ରେ ସେଲୁସିଡ ସାମ୍ରାଜ୍ୟର ପ୍ରତିଷ୍ଠାତା ସେଲୁକସ୍ ୧ ନିକାଟର ଏହି ସବୁ ଅଞ୍ଚଳ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହିଁଥିଲେ । କିନ୍ତୁ ତାହା ହୋଇପାରିନଥିଲା । ଷ୍ଟାର୍ବୋ ଏବଂ ପ୍ଲୁଟାର୍କଙ୍କ ଶାସ୍ତ୍ରୀୟ ସୂତ୍ର ଅନୁଯାୟୀ, ଖ୍ରୀଷ୍ଟପୂର୍ବ ୩୦୩ରେ ଉଭୟ ସେଲୁକସ୍ ଓ ଚନ୍ଦ୍ରଗୁପ୍ତ ଏକ ଚୁକ୍ତି କରିଥିଲେ । ଯାହାଫଳରେ ସେଲୁକସଙ୍କୁ ଆଫଗାନିସ୍ତାନ, ପାକିସ୍ତାନ ଏବଂ ଉତ୍ତରପଶ୍ଚିମ ଭାରତର କିଛି ଅଂଶକୁ ମୌର୍ଯ୍ୟ ସାମ୍ରାଜ୍ୟକୁ ସମର୍ପଣ କରିବାକୁ ପଡିଥିଲା । ପ୍ରତି ବଦଳରେ ଚନ୍ଦ୍ରଗୁପ୍ତ ସେଲୁକସଙ୍କୁ ୫୦୦ ହାତୀ ଉପହାର ସ୍ୱରୂପ ଦେଇଥିଲେ । ଏହି ଚୁକ୍ତିରେ ଉଭୟ ଗ୍ରୀକ ଓ ମୌର୍ଯ୍ୟ ସାମ୍ରାଜ୍ୟ ମଧ୍ୟରେ ମେଣ୍ଟ ହୋଇଥିଲା । ଏହା ଦ୍ୱାରା ଭାରତ ଓ ଗ୍ରୀକ ମଧ୍ୟରେ କୂଟନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା । 

ଅଧିକ ପଢ଼ନ୍ତୁ: କର୍ଣ୍ଣଙ୍କ ଅଯଥା ଗର୍ବ ଓ କୌରବସେନାଙ୍କ ଭୟର କାହାଣୀ

ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱ କାଳରେ ମୌର୍ଯ୍ୟ ସାମ୍ରାଜ୍ୟ ଆର୍ଥିକ ଓ ପ୍ରଶାସନିକ ଦୃଷ୍ଟିରୁ ସମୃଦ୍ଧ ହୋଇଥିଲା । ଗଙ୍ଗା, ଗଣ୍ଡକ ଓ ସୋନ ନଦୀ ନିକଟରେ ଥିବା ସମତଳ ଭୂମିରେ ଚାଷକାର୍ଯ୍ୟ ଆରମ୍ଭ ହୋଇଥିଲା । ଚାଣକ୍ୟଙ୍କ ଅର୍ଥ ଶାସ୍ତ୍ରରୁ ଅନୁପ୍ରାଣିତ ହୋଇ ଚନ୍ଦ୍ରଗୁପ୍ତ ଅମଲାତନ୍ତ୍ର କାର୍ଯ୍ୟକାରୀ କରିଥିଲେ । ଏହା ପରେ ସାମ୍ରାଜ୍ୟକୁ ପ୍ରଦେଶରେ ପରିଣତ କରିଥିଲେ । ପ୍ରତ୍ୟେକ ପ୍ରଦେଶକୁ ତଦାରଖ କରୁଥିଲେ ରୟାଲ ଗଭର୍ଣ୍ଣର । ତାଙ୍କୁ ସମର୍ଥନ କରୁଥିଲେ କର ସଂଗ୍ରହକାରୀ, ସାମରିକ କମାଣ୍ଡର ଏବଂ ସରକାରୀ କର୍ମଚାରୀ । ମସଲା, ବସ୍ତ୍ର, ରତ୍ନପଥର, ହାତୀଦାନ୍ତ ଭଳି ସାମଗ୍ରୀ ସାମ୍ରାଜ୍ୟରୁ ବାହାରି କେନ୍ଦ୍ରୀୟ ଏସିଆ, ମଧ୍ୟପ୍ରାଚ୍ୟ ଓ ଭୂମଧ୍ୟସାଗର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ଯାହାଫଳରେ ଅନ୍ୟ ଅଞ୍ଚଳ ସହିତ ସାଂସ୍କୃତିକ ଆଦାନପ୍ରଦାନ ହୋଇପାରିଥିଲା ।

ଚନ୍ଦ୍ରଗୁପ୍ତଙ୍କ ପରେ ପୁତ୍ର ବିନ୍ଦୁସାର ମୌର୍ଯ୍ୟ ସାମ୍ରାଜ୍ୟକୁ ଆହୁରି ସୁଦୃଢ କରିଥିଲା । ଏହା ପରେ ସମ୍ରାଟ ଅଶୋକଙ୍କ ପ୍ରଭାବ ମଧ୍ୟ ବିସ୍ତାର ହୋଇଥିଲା । ଯଦିଓ ଅଶୋକଙ୍କ ଶାସନ କାଳକୁ ସର୍ବଦା ମନେ ରଖାଯାଏ, କିନ୍ତୁ ମୌର୍ଯ୍ୟ ଶାସନର ମୂଳଦୁଆ ପକାଇଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ । ଅଶୋକଙ୍କ ଦ୍ୱାରା ସାରନାଥରେ ନିର୍ମିତ ସିଂହକୁ ଭାରତର ଜାତୀୟ ପ୍ରତୀକ ବୋଲି କୁହାଯାଏ । 

ଚନ୍ଦ୍ରଗୁପ୍ତ ଏତେ ପ୍ରଭାବଶାଳୀ ସମ୍ରାଟ ହେବା ସତ୍ତ୍ବେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆଧ୍ୟାତ୍ମିକ ଆଡକୁ ଢଳିଥିଲେ । ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ଭଦ୍ରବାହୁଙ୍କ ଦ୍ୱାରା ପ୍ରଭାବିତ ହୋଇ ରାଜନୀତି ଓ ସଂସାରୁ ଦୂରେଇ ଯାଇ ସନ୍ନ୍ୟାସ ପଥକୁ ବାଛିଥିଲେ । ଏହା ପରେ ସେ ସିଂହାସନ ତ୍ୟାଗ କରି କର୍ଣ୍ଣାଟକର ଶ୍ରବଣବେଲକୋଲାକୁ ଯାତ୍ରା କରିଥିଲେ ଏବଂ ସେଠାରେ ଜୈନ ତପସ୍ୱୀ ଭାବରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେଠାରେ ଜୀବନଯାପନ କରିଥିଲେ । 

ଅଧିକ ପଢ଼ନ୍ତୁ: କୌରବଙ୍କ ଯୋଜନା ଓ ମତ୍ସ୍ୟଦେଶ ଆକ୍ରମଣ

India Literature
Advertisment
Advertisment