/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676027793.jpg)
President Droupadi Murmu
ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଯୋଗର ଉପାଦେୟତା । ଯୋଗ ଦ୍ୱାରା ହିଁ ଜଣଙ୍କୁ ମାନସିକ ଶାନ୍ତି ମିଳିପାରିବ । ଶରୀର ଏବଂ ଆତ୍ମା, ଉଭୟକୁ ଶୁଦ୍ଧି କରିବାକୁ ପଡ଼ିବ । ଆତ୍ମା ଶୁଦ୍ଧି ପାଇଁ ଯୋଗ, ଧ୍ୟାନ କରିବା ଆବଶ୍ୟକ । ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।
Advertisment
ଜ୍ଞାନପ୍ରଭା ମିଶନର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଯୋଗଦେଇ ରାଷ୍ଟ୍ରପତି ଯୋଗର ଉପାଦେୟତା କହିଥିଲେ । ଗୋଟିଏ ସମୟ ଆସିଥିଲା, ଯେଉଁ ସମୟରେ ରାଷ୍ଟ୍ରପତି ନିଜେ ମାନସିକ, ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲେ । ଏଭଳି ଅବସ୍ଥାରେ ସେ ଯୋଗକୁ ଗ୍ରହଣ କରିଥିଲେ । ଯୋଗ ପାଇଁ ଆଜି ସେ ଏଠି ଛିଡ଼ା ହୋଇପାରିଛନ୍ତି ବୋଲି ନିଜେ ରାଷ୍ଟ୍ରପତି କହିଛନ୍ତି । ଯୋଗ ଦ୍ୱାରା ହିଁ ମୋତେ ମାନସିକ ଶାନ୍ତି ମିଳିପାରିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଦ୍ରୌପଦୀ ମୁର୍ମୁ: ଶିକ୍ଷୟିତ୍ରୀରୁ କେମିତି ହେଲେ ରାଷ୍ଟ୍ରପତି ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)