Advertisment

ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।

ଅଦ୍ୟତନ ହୋଇଛି
undefined

Puri Lord Jagannath

Advertisment

ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜ ର ୯ ଜଣ ହାଇସ୍କୁଲ୍ ଛାତ୍ରୀ। ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି।

Advertisment

ଲମ୍ବା ଲାଇନ୍‌ରେ କଲବଲ ହେଉଥିବା ଭକ୍ତଙ୍କର ଅସନ୍ତୋଷ ବି ସେହି ଅନୁଯାୟୀ ଲମ୍ବି ଚାଲିଛି। ତା ଉପରେ ପୁଣି ଆଜି ନୀତି ବିଳମ୍ବ ଯୋଗୁଁ ଢେର୍ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା ଶ୍ରଦ୍ଧାଳୁଙ୍କୁ। ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡ଼ା ହେବାକୁ ପଡୁଥିବାରୁ ପିଇବା ପାଣି ଯୋଗାଣ ଏବଂ ପରିଶ୍ରାଗାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ଉଠିଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା ପାଇଁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

Advertisment

ସେପଟେ ଗତକାଲି ଛାତ୍ରୀ ଅଚେତ ହୋଇପଡିବା ପରେ ଆଜି ପ୍ରଶାସନର ଚେତା ପଶିଛି । ଆଜି ଛାତ୍ରଛାତ୍ରୀମାନଙ୍କୁ ବ୍ୟାରିକେଡ୍ ଭିତରେ ଛିଡ଼ା କରାନଯାଇ ଭିଆଇପି ରାସ୍ତା ଦେଇ ଶ୍ରୀମନ୍ଦିର ଭିତକୁ ଛଡ଼ା ଯାଇଥିଲା । ନୂଆ ବର୍ଷ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୀତିକାନ୍ତି ଶୃଙ୍ଖଳିତ କରିବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ମରିଚିକୋଟ ଛକରୁ ଲମ୍ବା ବ୍ୟାରିକେଡ୍ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ବିଶେଷ କରି ନୂଆବର୍ଷ ଓ ଏହା ପୂର୍ବଦିନ ଆହୁରି ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ପୁରୀ ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ ବେଳାଭୂମି ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି ।

ମହାପ୍ରଭୁଙ୍କ ଦର୍ଶନ ହେଉ କି, ପୁରୀ ଗୋଲଡେନ୍ ବିଚ୍‌କୁ ଉପଭୋଗ କରିବା । ଚଳିତ ବର୍ଷ କୋଭିଡ୍ କଟକଣା ନଥିବାରୁ ଗତବର୍ଷ ଅପେକ୍ଷା ଏଥର ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି ।

Advertisment

Lord Jagannath Puri Srimandir Lord Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ