• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦ ଛାତ୍ରଛାତ୍ରୀ ପଢୁଥିବା ସୂଚନା ମିଳିଛି । ତେବେ ଯୁଦ୍ଧ ଯୋଗୁ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଛି ।

ତେବେ ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାନ୍ତି । ଯଦି ଯୁଦ୍ଧ ସାଇରନ ବାଜୁଛି ତେବେ ତୁରନ୍ତ ଲୋକେ ବଙ୍କର ଭିତରକୁ ପଳାଉଛନ୍ତି । କେମିତି ତୁରନ୍ତ ବଙ୍କର ଭିତରକୁ ଯିବେ ସେନେଇ ଲୋକ ମାନଙ୍କୁ ସେନା ପକ୍ଷରୁ ତାଲିମ ଦିଆଯାଇଛି । ଖାଦ୍ୟପେୟ ୭୨ ଘଣ୍ଟା ପାଇଁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ପାଲେଷ୍ଟାଇନ୍‌କୁ ବେଞ୍ଜାମିନଙ୍କ ଚେତାବନୀ; ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ..

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆସିଛି ବିଚଳିତ କରିବା ଭଳି ଭିଡିଓ । ଇସ୍ରାଏଲର କିବ୍ବୁଜ କିସୁଫିମ ସହରରେ ହମସା ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ସେମାନେ ଏଠାରେ ଥିବା ଗୋଟିଏ ଘରେ ପ୍ରବେଶ କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି । ଦୁଇ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଏପରି କାଣ୍ତ ଘଟାଇଥିବା ବେଳେ ସେମାନଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଛି । ସେମାନେ ଘର ଭିତରେ ପ୍ରବେଶ କରିବା ପୂର୍ବରୁ ଗୋଟିଏ କୁକୁରକୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି ।

ଅଧିକ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଇସ୍ରାଏଲ-ହମାସ ଯୁଦ୍ଧ ପରେ ତୃତୀୟ ବିଶ୍ୱଯୁଦ୍ଧ!