• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୋସିଆଲ୍‌ ମିଡ଼ିଆରେ ଅନେକ କଳାକାର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ସ୍ୱରର ମିମିକ୍ରି କରୁଥିବାର ଆପଣମାନେ ପୂର୍ବରୁ ଦେଖିଥିବେ । ସେମାନେ ଏବେଯାଏଁ ମଧ୍ୟ ଦର୍ଶକଙ୍କଠୁ ବେଶ ପ୍ରଶଂସା ସାଉଁଟିଛନ୍ତି । ଅନେକ ପ୍ରତିଭାବାନ କଳାକାର ଭିନ୍ନ ଅନ୍ଦାଜରେ ମିମିକ୍ରି କରି ଲୋକଲୋଚନକୁ ଆସିବା ସହ ଖୁବ ଶୀଘ୍ର ଭାଇରାଲ ମଧ୍ୟ ହୋଇଛନ୍ତି ।

ତେବେ ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ଜଣେ ଚର୍ଚ୍ଚିତ ଗାୟିକାଙ୍କ ସ୍ୱରରେ ଗୀତ ଗାଇ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପାଞ୍ଚ ମିନିଟ୍‌ରେ କମାଲ କଲେ : ଇନଷ୍ଟାଗ୍ରାମ ପକ୍ଷରୁ ଯୁବକଙ୍କୁ ମିଳିଲା ୩୮ ଲକ୍ଷ

ଭାଇରାଲ ଭିଡିଓ ଟି  ପ୍ରାଞ୍ଜଲି ନାମକ ଯୁବତୀ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ଭିଡିଓରେ ଯୁବତୀ ଜଣକ ଅନ୍‌ଲାଇନ୍‌ରେ ପିଜା ଅର୍ଡର କରୁଛନ୍ତି । ପିଜା ଅର୍ଡର କରିବାର ଷ୍ଟାଇଲ୍‌ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ନେହା କକ୍କରଙ୍କ ସ୍ୱରରେ ଗୀତ ଗାଇ ପିଜା ଅର୍ଡର କରୁଛନ୍ତି । ଅର୍ଡର ନେଉଥିବା ବ୍ୟକ୍ତି ଜଣକ ମଧ୍ୟ ଦ୍ୱନ୍ଦ୍ୱରେ ରହି ଠିକଣା ପଚାରୁଛନ୍ତି ।

 

ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଭିଡିଓ ଦେଖି ଲୋକଙ୍କ ହସିବା ବନ୍ଦ ହେଉନାହିଁ । କମେଣ୍ଟ ବକ୍ସରେ କେତେ ଜଣ ଲେଖିଛନ୍ତି ଯେ ଯୁବତୀ ଜଣକ ପ୍ରକୃତରେ ନେହା କକ୍କର ଭଳି କଥା ଓ ଗୀତ ମଧ୍ୟ ଗାଉଛନ୍ତି । କେବଳ ଏତିକି ନୁହେଁ କେହି କେହି ଯୁବତୀଙ୍କୁ ପ୍ରତିଭାବାନ ମଧ୍ୟ କହିଛନ୍ତି ।