Advertisment

Cursed Book:ନୀଲାବନ୍ତି ଗ୍ରନ୍ଥ ଯାହାକୁ କେହି ସଂପୂର୍ଣ୍ଣ ପଢ଼ିପାରି ନାହାନ୍ତି, କାରଣ...

ନୀଲାବନ୍ତି ଗ୍ରନ୍ଥରେ ପଶୁ ଓ ପକ୍ଷୀଙ୍କ ଭାଷାକୁ ବୁଝିବା ଶକ୍ତି ହାସଲ କରିବା ଉପାୟ ବର୍ଣ୍ଣନା କରାଯାଇଥିବା ଦାବି କରାଯାଏ । ଅନେକ ଲୋକ କହନ୍ତି ଏହି ଗ୍ରନ୍ଥ ଅଭିଶପ୍ତ ଅଟେ । ଯେ କେହି ବି ଏହି ଗ୍ରନ୍ଥକୁ ପଢିବ ତାର ମୃତ୍ୟୁ ଘଟିବ ନଚେତ ସେ ପାଗଳ ହୋଇଯିବ ।

author-image
Manasranjan Mohanty
nilabanti grantha

nilabanti grantha

ନୀଲାବନ୍ତି ଗ୍ରନ୍ଥ-ରହସ୍ୟ, ଅଭିଶାପ ଓ ଅଦ୍ଭୁତ ଶକ୍ତିର କାହାଣୀ । ଯାହା ସାଧାରଣ ମଣିଷକୁ କିଛି ସମୟ ଭାବିବାକୁ ବାଧ୍ୟ କରେ । ମନକୁ ଅସ୍ଥିର କରେ । ସତରେ କଣ ଏଭଳି କିଛି ଗ୍ରନ୍ଥ ଅଛି ଯାହାକୁ ପଢିଲେ ଆମେ କିଛି ଆଲୌକିକ ଶକ୍ତି ପାଇପାରିବା ଓ ଅସାଧ୍ୟ କାର୍ଯ୍ୟକୁ ସିଦ୍ଧ କରିପାରିବା । ଏହି ପ୍ରଶ୍ନ ବାରମ୍ବାର ମନରେ ଉଙ୍କି ମାରେ ।

Advertisment

ନୀଲାବନ୍ତି ଗ୍ରନ୍ଥରେ ପଶୁ ଓ ପକ୍ଷୀଙ୍କ ଭାଷାକୁ ବୁଝିବା ଶକ୍ତି ହାସଲ କରିବା ଉପାୟ ବର୍ଣ୍ଣନା କରାଯାଇଥିବା ଦାବି କରାଯାଏ । ଅନେକ ଲୋକ କହନ୍ତି ଏହି ଗ୍ରନ୍ଥ ଅଭିଶପ୍ତ ଅଟେ । ଯେ କେହି ବି ଏହି ଗ୍ରନ୍ଥକୁ ପଢିବ ତାର ମୃତ୍ୟୁ ଘଟିବ ନଚେତ ସେ ପାଗଳ ହୋଇଯିବ । ଆଉ କିଛି ଲୋକ ଦାବି କରନ୍ତି ଏହି ଗ୍ରନ୍ଥରେ ଅଦଭୁତ ଶକ୍ତି ପ୍ରାପ୍ତ କରିବାର ବିଭିନ୍ନ ଉପାୟ ଲେଖା ଅଛି । ଏହି ଶକ୍ତି ସିଦ୍ଧ କଲେ ପଶୁପକ୍ଷୀଙ୍କ ଭାଷାକୁ ସହଜରେ ବୁଝି ହେବ । କିଛି ବିଦ୍ବାନ କହନ୍ତି ଏହି ଗ୍ରନ୍ଥ ପ୍ରାଚୀନ ଭାରତର ଗୁପ୍ତ ଜ୍ଞାନର ଭଣ୍ଡାର ଅଟେ । ଏଥିରେ ପ୍ରକୃତିର ରହସ୍ୟ ଓ ବ୍ରହ୍ମାଣ୍ଡର ନିର୍ମାଣ ନେଇ ଅନେକ ତଥ୍ୟ ରହିଛି ।

ତେବେ ଗ୍ରନ୍ଥଟିକୁ ପଢିବା ନେଇ କୌଣସି ନିଦ୍ଦିଷ୍ଟ ନିୟମ ଲେଖା ନାହିଁ କେଉଁ ଜାଗାରେ। କିଛି ଲୋକ ଏହାକୁ ପଢିବାକୁ ଭୟ କରନ୍ତି ଓ କିଛି ଲୋକ ଜ୍ଞାନ ପ୍ରାପ୍ତ କରିବାର ମାଧ୍ୟମ ବି ଭାବନ୍ତି । ଏହି ଗ୍ରନ୍ଥଟି ଏବେ କେଉଁଠି ଅଛି ତାହା ଏବେବି କାହାକୁ ଜଣା ନାହିଁ । କୌଣସି ଅଜ୍ଞାତ ସ୍ଥାନରେ ହୁଏତ ଥାଇପାରେ । ଏସବୁ ଏବେବି ରହସ୍ୟ ଭିତରେ ରହସ୍ୟମୟ ଗ୍ରନ୍ଥ ଭଳି । କିଛି ଲୋକଙ୍କ ମତରେ ଗ୍ରନ୍ଥଟି ହିମାଳୟର କୌଣସି ଗୁମ୍ପାରେ ଲୁଚେଇକି ରଖାଯାଇଛି । ତେବେ କେଉଁଠି ତାର ଉତ୍ତର କାହା ପାଖରେ ନାହିଁ ।

Advertisment

ଗ୍ରନ୍ଥଟି ବର୍ଷ ବର୍ଷ ଧରି ରହସ୍ୟ ଓ ବିବାଦ ମଧ୍ୟରେ ରହିଛି । ବିଶ୍ବାସ କରାଯାଏ ଗ୍ରନ୍ଥଟିକୁ ନୀଲାବନ୍ତି ନାମକ ଏକ ଯକ୍ଷିନୀଙ୍କ ଦ୍ବାରା ଲିଖିତ । ଏହାକୁ ନେଇ ଅନେକ କାହାଣୀ ପ୍ରଚଳିତ ଅଛି । ଯେଉଁଥିରୁ କିଛି ସତ୍ୟ, କିଛି କାଳ୍ପନିକ ଓ ଲୋକକଥାର ମିଶ୍ରଣ । ନୀଲାବନ୍ତି ଗ୍ରନ୍ଥର ମୂଳ ପାଣ୍ଡୁଲିପି ଆଜି ଯାଏ କାହାକୁ ମିଳିନାହି । ଗ୍ରନ୍ଥର ବିଷୟବସ୍ତୁ ବିଷୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ମିଳିଥାଏ । ଯାହାର ସତ୍ୟତା ନେଇ କୌଣସି ଠୋସ ପ୍ରମାଣ ନାହିଁ । ଅନେକ ଆଧୁନିକ ବିଦ୍ବାନ ଏହି ଗ୍ରନ୍ଥକୁ ସଂପୂର୍ଣ୍ଣ କାଳ୍ପନିକ କାହାଣୀ ବୋଲି କହନ୍ତି । ତେବେ ନୀଲାବନ୍ତି ଗ୍ରନ୍ଥର କୌଣସି ଉଲ୍ଲେଖ ଇତିହାସରେ ନାହିଁ । ପ୍ରାଚୀନ ଭାରତୀୟ ଗ୍ରନ୍ଥର ସୂଚୀରେ ଏହାର ନାମ ନାହିଁ ।

ଅନେକ ଲୋକ ନୀଲାବନ୍ତୀ ଗ୍ରନ୍ଥକୁ ଖୋଜିବାକୁ ଚେଷ୍ଟା କରିଛନ୍ତି । ତାନ୍ତ୍ରିକ ଓ ଯୋଗୀଙ୍କ ଠାରୁ ଆରମ୍ଭ କରି ଐତିହାସିକ ମାନେ ଏହି ଗ୍ରନ୍ଥଟିକୁ ଖୋଜିବାକୁ ଚେଷ୍ଟା କରିଛନ୍ତି । ଉତ୍ତରପ୍ରଦେଶର ଏକ ଛୋଟ ଗାଁରେ ଜଣେ ପଣ୍ଡିତ ଥିଲେ । ତାଙ୍କ ନାଁ ଥିଲା ମୁନି ଭଗବାନ ଦାସ। ସେ ନିଜ ପତ୍ନୀ ଓ ଝିଅ ସହ ରହୁଥିଲେ । ଝିଅର ନାଁ ଥିଲା ନୀଲାବନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ ନୀଲାବନ୍ତିଙ୍କ ପିତା ଝିଅ ସହ ନିଜ ଗାଁ ଛାଡି ଅନ୍ୟ ଗାଁକୁ ରହିବାକୁ ଚାଲିଯାଇଥିଲେ । ନୀଲାବନ୍ତିଙ୍କ ପିତାଙ୍କର ଆୟୁର୍ବେଦ ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । ନୀଲାବନ୍ତି ବି ପିତାଙ୍କ ଠାରୁ ଏହି ଜ୍ଞାନ ଆହରଣ କରିଥିଲେ । ସେ ଗଛ ପଶୁ ପକ୍ଷୀଙ୍କ ଭାଷା ସବୁ ବୁଝିପାରୁଥିଲେ । ନୀଲାବନ୍ତି ହିଁ ଏହି ଗ୍ରନ୍ଥଟିକୁ ଲେଖିଥିଲେ । ତାଙ୍କ ନାମ ଅନୁସାରେ ଗ୍ରନ୍ଥର ନାମକରଣ ହୋଇଛି ।

ଅନେକ ଲୋକ ଏହି ଗ୍ରନ୍ଥଟିକୁ ଖୋଜିବାକୁ ଯାଇ ନିଜ ଜୀବନ ହରାଇଛନ୍ତି । ତନ୍ତ୍ର ମନ୍ତ୍ରରେ ଶକ୍ତିଶାଳୀ ହେବାର ନିଶା ଶେଷରେ ଜୀବନ ନେଇଛି । କୁହାଯାଏ ଏହି ଗ୍ରନ୍ଥରେ ଥିବା ମନ୍ତ୍ରକୁ ସାଧନ କଲେ ବ୍ରହ୍ମାଣ୍ଡର ଗୁପ୍ତ ଶକ୍ତି ଗୁଡିକୁ ନିଜ ହାତ ମୁଠାରେ କରିହେବ । ଗ୍ରନ୍ଥରେ ତନ୍ତ୍ରୀ ଦଶ ମହାବିଦ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଦଶଜଣ ଶକ୍ତିଶାଳୀ ଦେବୀ ଅଟନ୍ତି । କିଛି ଲୋକ କୁହନ୍ତି ଅଭିଶପ୍ତ ଓ ରହସ୍ୟମୟ ହେବା ଯୋଗୁଁ ୧୯୩୫ ମସିହାରେ ବ୍ରିଟିଶ ସରକାର ଏହି ଗ୍ରନ୍ଥଟିକୁ ବ୍ୟାନ କରିଦେଇଥିଲେ ।

ଏଭଳି ବି କୁହାଯାଏ ନୀଲାବନ୍ତି ଯେତେବେଳେ ଏହି ଗ୍ରନ୍ଥଟିକୁ ଲେଖିଥିଲେ ସେତେବେଳେ ସମାଜ ସହଜରେ ଏସବୁକୁ ଗ୍ରହଣ କରୁନଥିଲା । କାରଣ ସାଧାରଣ ପ୍ରତିଭା ଠାରୁ ଅଧିକ ଥିବା ବ୍ୟକ୍ତିଙ୍କୁ ରାକ୍ଷସ, ଭୂତ, ଯାଦୁଗର କିମ୍ବା ତାନ୍ତ୍ରିକର ଆଖ୍ୟା ଦେଉଥିଲେ । ଏଭଳି କିଛି ଘଟଣାର ଶିକାର ହୋଇଥିଲେ ନୀଲାବନ୍ତିଙ୍କ ପରିବାର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ଘଟଣା ପଛରେ କେତେ ସତ୍ୟତା ଅଛି ତାହା ଏବେବି ରହସ୍ୟ ଘେରରେ ।

Death Book
Advertisment
Related Articles
Advertisment