• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତ୍ୟେକ ପିତାମାତା ନିଜ ଝିଅକୁ ବିବାହ ସମୟରେ ହସଖୁସିରେ ଜୀବନ ଅତିବାହିତ କରିବାକୁ ଆଶୀର୍ବଦ କରିଥାନ୍ତି । ଆଉ ସବୁବେଳେ ମଥାରେ ସିନ୍ଦୁର ଝଟକୁଥାଉ ବୋଲି କହିଥାନ୍ତି । ସେମାନେ ସବୁବେଳେ ଚାହାଁନ୍ତି ଯେ, ତାଙ୍କ ଝିଅକୁ ଖୁବ୍‌ ଭଲ ପାଉଥିବା ଭଳି ସ୍ୱାମୀ ଓ ଅଧିକ ସ୍ନେହ କରୁଥିବା ଶାଶୁ-ଶଶୁର ମିଳନ୍ତୁ । ତେବେ ବିବାହ ଉତ୍ସବରେ ଝିଅକୁ ଉପହାର ଦେବାର ପରମ୍ପରା କାହିଁ କେଉଁ ଅମଳରୁ ରହିଆସିଛି । ନିଜର ସାମର୍ଥ୍ୟ ଓ ସ୍ନେହ ଶ୍ରଦ୍ଧା ଭଲପାଇବା ଅନୁଯାୟୀ, ପ୍ରତ୍ୟେକ ପିତାମାତା ଝିଅକୁ ବିବାହ ସମୟରେ ଉପହାର ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଝିଅକୁ ବିଦାୟୀ ସମୟରେ ଚାରିଟି ଜିନିଷ କେବେ ବି ଦିଆଯିବା ଉଚିତ୍ ନୁହେଁ । କୁହାଯାଏ ଏହି ଚାରୋଟି ଜିନିଷ ଦେଲେ ଝିଅ ପାଇଁ ଅଶୁଭ ହୋଇଥାଏ । ସିହୋରିର ପଣ୍ଡିତ ପ୍ରଦୀପ ମିଶ୍ରା ନିଜ ପ୍ରବଚନ ବେଳେ ଏହି ଚାରୋଟି ଜିନିଷ କଥା କହିଛନ୍ତି ।

ଅଧିକ ପଢ଼ନ୍ତୁ: ସୁଖନିଦ୍ରା ନହେଲେ କ’ଣ ହୁଏ ଆସନ୍ତୁ ୫ଟି ପଏଣ୍ଟରେ ଜାଣିବା

ତେବେ ଆସନ୍ତୁ ଜାଣିବା ଏହି ଚାରୋଟି ଜିନିଷ କ’ଣ ?

ଝିଅର ବିଦାୟୀ ବେଳେ ଝାଡ଼ୁ, ଛୁଞ୍ଚି, ଚଲା, ଓ ଆଚାର କେବେ ବି ଦିଆଯିବା ଉଚିତ୍ ନୁହେଁ । ଭୁଲରେ ବି ଏହି ଜିନିଷ ଗୁଡ଼ିକୁ ଦେବା ଉଚିତ୍ ନୁହେଁ । ଏବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ ।

୧.ସମ୍ପର୍କକୁ ଖଟା କରିଦେବ ଆଚାର

ପଣ୍ଡିତଙ୍କ କହିବାନୁଯାୟୀ, ଝିଅ ବିଦାୟୀ ବେଳେ ଆଚାର ଉପହାର ଦେଲେ ଏହା ତାଙ୍କ ଜୀବନକୁ ଖଟା କରିଦେଇପାରେ । ଆଚାରର ସ୍ୱାଦ ଖଟା ହୋଇଥିବାରୁ ଏହାକୁ ଉପହାରରେ ଦେବା ଉଚିତ୍ ନୁହେଁ । ଯଦି ଆପଣ ନିଜ ହାତ ତିଆରି ଆଚାର ଝିଅକୁ ଦେବାକୁ ଚାହୁଁଛନ୍ତି ତେବେ ବିବାହ ପରେ ତାଙ୍କ ଘରକୁ ଯାଆନ୍ତୁ ଆଉ ତାଙ୍କ ଘରେ ଥାଇ ବାହାରୁ ଜିନିଷ କିଣି ଆଚାର ବନେଇ ଆସନ୍ତୁ । 

୨. କେବେ ବି ଝାଡ଼ୁ ଉପହାର ଦିଅନ୍ତୁ ନାହିଁ

କୁହାଯାଏ ଯେ, ସ୍ୱୟଂ ମାଆ ଲକ୍ଷ୍ମୀ ଝାଡ଼ୁରେ ବାସ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିଦାୟୀ ସମୟରେ ଝିଅକୁ କେବେ ବି ଝାଡ଼ୁ ଉପହାର ଦେବା ଉଚିତ୍ ନୁହେଁ । କୁହାଯାଏ ଏମିତି କରିବା ଦ୍ୱାରା ଝିଅର ଘର-ସଂସାର କେବେ ଶାନ୍ତିରେ ରହେ ନାହିଁ । ତାଙ୍କ ଜୀବନ ସବୁବେଳେ ଦୁଃଖରେ ବିତିବ । ସେଥିପାଇଁ ବିଦାୟୀ ବେଳେ କେବେ ବି ଏହି ଜିନିଷଟିକୁ ଦିଅନ୍ତୁ ନାହିଁ ।

୩. ଛୁଞ୍ଚି କିମ୍ବା ମୁନିଆ ଜିନିଷ କେବେ ଦିଅନ୍ତୁ ନାହିଁ

ପଣ୍ଡିତ ପ୍ରଦୀପ ମିଶ୍ରଙ୍କ କହିବାନୁଯାୟୀ, ବିଦାୟୀ ବେଳେ ଝିଅକୁ ଛୁଞ୍ଚି ଦିଅନ୍ତୁ ନାହିଁ । ଝିଅକୁ ଛୁଞ୍ଚି ଦେଲେ ସମ୍ପର୍କରେ ମଧୁରତା ବଦଳରେ ତିକ୍ତତା ବଢ଼ିଥାଏ । ଖାଲି ଛୁଞ୍ଚି ନୁହେଁ କୌଣସି ମୁନିଆ ଜିନିଷ ଝିଅକୁ ବିଦାୟୀ ବେଳେ ଦେବା ଉଚିତ୍ ନୁହେଁ ।

୪. ସମ୍ପର୍କ ବିଗାଡ଼ିଥାଏ ଚଲା

ବିଦାୟୀ ସମୟରେ ଝିଅକୁ ଭୁଲରେ ମଧ୍ୟ ଅଟା ଚଲା ଦିଆଯିବା ଉଚିତ୍ ନୁହେଁ । ମକର ସଂକ୍ରାନ୍ତି ବେଳେ ମାଆମାନେ ଝିଅଙ୍କୁ ୧୩ଟି ଜିନିଷ ଉପହାର ଦେଇଥାନ୍ତି । କିଛି ମାଆ ଝିଅକୁ ବିବାହ ସଜରେ ଚଲା ଉପହାର ଦେଇଥାନ୍ତି କିନ୍ତୁ ତାହା ଠିକ୍ ନୁହେଁ । ଏହି ଉପହାର ତାଙ୍କ ଜୀବନରେ ଅଶାନ୍ତି ଆଣିପାରେ ।