Advertisment

ସୁଖନିଦ୍ରା ନହେଲେ କ’ଣ ହୁଏ ଆସନ୍ତୁ ୫ଟି ପଏଣ୍ଟରେ ଜାଣିବା

ଆପଣ ଦୈନିକ ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ନେଉଛନ୍ତି ତ? ଆସନ୍ତୁ ଜାଣିବା ସୁଖନିଦ୍ରା ଆମ ଶରୀରରେ କ’ଣ ପ୍ରଭାବ ପକାଏ ଆଉ ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ।

author-image
Ipsita Pradhan
ଅଦ୍ୟତନ ହୋଇଛି
Let's find out in 5 points what happens if don't get good sleep

Let's find out in 5 points what happens if don't get good sleep

ମନେପକାଇଲେ, ରାତିଅନିଦ୍ରା ରହିବା ପରଦିନ ଆପଣଙ୍କ ଆଖି, ମନ ଆଉ ମୁଣ୍ଡ କେମିତି ଲାଗେ? ଗୋଟିଏ ରାତି ଖୁବ କମ ସମୟ ନିଦ ହେଲେ କିମ୍ବା କୌଣସି କାମ ପାଇଁ ଅନିଦ୍ରା ରହିବାକୁ ପଡିଲେ ତା'ପରଦିନ ଆଖି ଜଳାପୋଡା, ମୁଣ୍ଡବିନ୍ଧା, ଢୋଳ ମାଡିବା, ଅଳସୁଆ ଏବଂ ନିସ୍ତେଜ ଲାଗିବା, କୌଣସି କାମରେ ସ୍ପୃହା ନଥିବା, ଏକାଗ୍ରତା ନରହିବା ଏସବୁ ଆମ ଭିତରୁ ପ୍ରାୟ ସମସ୍ତେ ଅନୁଭବ କରିଥିବେ।

Advertisment

ଏଇଥିରୁ ଅନୁମାନ କରି ପାରୁଥିବେ ଆମ ଶରୀର ପାଇଁ ନିଦ କେତେ ଜରୁରୀ। ହେଲେ ଅନିଦ୍ରା କିମ୍ବା ଠିକ ମାତ୍ରାରେ ନିଦ ପୁରା ନ ହେବାରେ କେବଳ ଏତିକି ସମସ୍ୟା ନୁହେଁ ବର° ଅନେକ ଦୀର୍ଘସ୍ଥାୟୀ ପ୍ରଭାବ ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା ନିଦ୍ରା ଆମ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେତେ ଓ କାହିଁକି ଜରୁରୀ:

ସୁସ୍ଥ ମସ୍ତିଷ୍କ:

ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରେ ଦେଖାଯାଇଛି ଯେ ରାତିଅନିଦ୍ରା କିମ୍ବା ରାତିରେ ଠିକରେ ଶୋଇ ନଥିବା ଅଧିକାଂଶ ମଣିଷଙ୍କ ଠାରେ କୌଣସି କାମ କରିବାରେ ଏକାଗ୍ରତାର ଅଭାବ ଏବଂ ନୂତନ କଥା/କାମ ଶିଖିବାରେ ବିଳମ୍ବ ଦେଖାଯାଏ। ସେମିତି ପାଖାପାଖି ଦୁଇ-ତୃତୀୟା°ଶ ଲୋକ ଠିକରେ ନିଦ ନହେବା କାରଣରୁ କୌଣସି ସମସ୍ୟାର ସମାଧାନ କରିବା, ଅସୁବିଧା ସମୟରେ ନିର୍ଣ୍ଣୟ ନେବା, ପରିସ୍ଥିତିକୁ ବିଚାର କରିବା ଆଦିରେ ବାଧା ଅନୁଭବ କରନ୍ତି।

Advertisment

କୌଣସି ସମସ୍ୟା ବା ନିର୍ଣ୍ଣାୟକ ପରିସ୍ଥିତିରେ ଯଦିଓ ଆମେ ଶୋଇଥିବା ଅବସ୍ଥାରେ ଆମ ମସ୍ତିଷ୍କ କୌଣସି ସମାଧାନ ବାହର କରିପାରେ ନାହିଁ, କିନ୍ତୁ ରାତିରେ ଶାନ୍ତିରେ ଶୋଇ ଉଠିବା ପରେ ମଣିଷ ସହଜରେ ସେଇ ସମସ୍ୟାର ସବୁ ଦିଗକୁ ବିଚାରକରି ସମାଧାନ ବାହାର କରିପାରେ। ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ପୂରା କଲେ ହିଁ ମଣିଷର ମସ୍ତିଷ୍କ ନୂତନ ତଥ୍ୟ ତଥା ପ୍ରଣାଳୀକୁ ସହଜରେ ଗ୍ରହଣ ଏବଂ ବୁଝିପାରେ, ନିଜ ପାଠପଢା ଏବଂ କାର୍ଯ୍ୟରେ ଏକାଗ୍ରତା ରଖିପାରେ, ଯେକୌଣସି ଦାୟିତ୍ୱକୁ ସହଜ ଏବଂ ସୂଚାରୁ ରୂପେ ତୁଲାଇପାରେ।

ସତେଜ ମୁଡ୍:

କରାଯାଇଥିବା ଏକ ସର୍ଭେରେ ପୃଥିବୀର ପାଖାପାଖି ଦୁଇ-ତୃତୀୟା°ଶ ଲୋକ ରାତିରେ ସଠିକ ଏବଂ ସୁଖନିଦ୍ରା ନହେଲେ ତା’ପର ଦିନ ଚିଡାଲାଗିବା ଏବଂ ଅନ୍ୟମାନଙ୍କ ସହ ଛୋଟଛୋଟ କଥାରେ ଯୁକ୍ତିତର୍କ ହେବା ପରି ସମସ୍ୟାର ସାମ୍ନା କରନ୍ତି ବୋଲି କହିଛନ୍ତି। କିନ୍ତୁ ରାତିରେ ସଠିକ୍ ପରିମାଣ ଏବଂ ଶାନ୍ତିରେ ଶୋଇଥିଲେ ସେମାନେ ତା'ପର ଦିନ ସତେଜ/ଫ୍ରେସ୍ ଏବଂ ଖୁସି ଅନୁଭବ କରିବା ସହ, ଚାରିପାଖର ଲୋକଙ୍କ ସହ ମଧ୍ୟ ସୁସମ୍ପର୍କ ରଖିପାରନ୍ତି। ନିଜେ ଠିକରେ ଶୋଇଥିଲେ ହିଁ ଅନ୍ୟମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିପାରନ୍ତି। ସୁଖ ନିଦ୍ରା ହିଁ ମଣିଷର ମୁଡ୍ ବା ବ୍ୟବହାରକୁ ସହଜ ଏବଂ ସତେଜ ରଖେ।

ଆକର୍ଷଣୀୟ ଚେହେରା ଏବଂ ବ୍ୟକ୍ତିତ୍ୱ:

୨୦୧୦ରେ ବ୍ରିଟେନର ଗୋଟିକିଏ ମେଡିକାଲ କଲେଜରେ ୬୫ ଜଣଙ୍କୁ ନେଇ ଗୋଟିଏ ପରୀକ୍ଷଣ କରାଯାଇଥିଲା। ସେଥିରେ ସେମାନଙ୍କୁ ଦୁଇ ଭାଗକରି ଗୋଟିଏ ଗ୍ରୁପର ଲୋକଙ୍କୁ ରାତି ଅନିଦ୍ରା ରଖାଯାଇଥିବା ବେଳେ ଅନ୍ୟ ଗ୍ରୁପକୁ ରାତିରେ ୮ ଘଣ୍ଟାର ସୁଖନିଦ୍ରା ପୂରା କରିବାକୁ ଦିଆଯାଇଥିଲା ଏବଂ ତା’ପରେ ସେମାନଙ୍କର ଫଟୋଗ୍ରାଫ ନିଆ ଯାଇଥିଲା। ଯେତେବେଳେ ଲୋକଙ୍କ ଭିତରେ ଏହି ଦୁଇଟି ଗ୍ରୁପର ଫଟୋକୁ ପ୍ରଦର୍ଶୀତ କରାଗଲା, ସେତେବେଳେ ଆଠ ଘଣ୍ଟାର ନିଦ ପୁରା କରିଥିବା ବ୍ୟକ୍ତିଙ୍କ ଫଟୋ ହିଁ ସୁସ୍ଥ, ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଥିଲା।

ସେମିତି ସ୍ୱେଡେନରେ କରାଯାଇଥିବା ଏକ ଗବେଷଣାରେ ବୈଜ୍ଞାନିକମାନେ ରାତିଅନିଦ୍ରା ରହିବା ଦ୍ୱାରା ମଣିଷର ମେଟାବୋଲିଜିମ୍ ଧୀମାହୋଇ ମଣିଷର ମେଦବହୁଳତା ଦେଖାଯାଏ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ତେଣୁ ଶୁଖ ଏବଂ ସଠିକ ମାତ୍ରାର ନିଦ୍ରା ଯେ କେବଳ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ ତାହା ନୁହେଁ, ବର° ସୁନ୍ଦର ଏବଂ ଆକର୍ଷଣୀୟ ଚେହେରା ଓ ଫିଗର ପାଇଁ ମଧ୍ୟ ଏହା ଜରୁରୀ। ଆଉ ଜଣେ ସତେଜ ଚେହେରା, ମୁଡର ମଣିଷ ଯିଏ ନିଜ କାମ ଏବଂ ନିର୍ଣ୍ଣୟ ସହଜରେ ନେଇପାରେ, ତା'ର ବ୍ୟକ୍ତିତ୍ୱ ଆକର୍ଷଣୀୟ ହିଁ ହୋଇଥାଏ।

ସୁଖପ୍ରଦ ସାମାଜିକ ଏବଂ ପାରିବାରିକ ଜୀବନ:

ଯେମିତି ଅନିଦ୍ରା ଆପଣଙ୍କୁ ମାନ୍ଦା, ଶୁସ୍ତିଆ ଏବଂ ଚିନ୍ତିତ କରାଏ, ଠିକ ସେମିତି ସୁଖ ଓ ସଠିକ ନିଦ୍ରା ଆପଣଙ୍କୁ କେବଳ ଦୈନନ୍ଦିନ ଅଫିସ କାମ ନୁହେଁ ବର° ଅନ୍ୟାନ୍ୟ ସାମାଜିକ ଓ ପାରିବାରିକ ଅନୁଷ୍ଠାନରେ ମଧ୍ୟ ଆଣଙ୍କ ଭାଗିଦାରୀ ତଥା ସକ୍ରିୟତା ବଢାଇଥାଏ। ଏହା ଦ୍ୱାରା ଆପଣ ଚିନ୍ତା ଓ କଳହମୁକ୍ତ ଜୀବନ ପାଇବା ସହ ଅନ୍ୟମାନଙ୍କ ସହ ମତାନ୍ତର ମଧ୍ୟ କମ ହୁଏ। ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଶାରୀରିକ ବ୍ୟାୟାମ ଓ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ସହ, ଆପଣଙ୍କ ସେକ୍ସ-ଲାଇଫ୍ ମଧ୍ୟ ଉତ୍ତମ ହୋଇଥାଏ।

ଦୀର୍ଘ ଏବଂ ସୁସ୍ଥ ଜୀବନ:

ପୃଥିବୀର ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ କରାଯାଇଥିବା ଗବେଷଣାରେ ଦେଖାଯାଇଛି ଯେ ଯେଉଁମାନେ ନିୟମିତ ଦୈନିକ ୬ ଘଣ୍ଟାରୁ କମ ସମୟ ଶୋଇଥାନ୍ତି ସେମାନଙ୍କଠାରେ ଲାଇଫଷ୍ଟାଇଲ୍ ତଥା ମେଟାବୋଲିକ୍ ଡିଜଅର୍ଡର ଅଧିକ ଦେଖାଯିବା ସହ, ସେମାନଙ୍କ ଲାଇଫସ୍ପାନ୍ ବା ଆୟୁଷ କମ୍ ହୋଇଥାଏ। କିନ୍ତୁ ସନ୍ତୁଳିତ ଆହାର, ଶାରୀରିକ ବ୍ୟାୟାମ ଏବଂ ଦୈନିକ ରାତିରେ ୭-୮ ଘଣ୍ଟାର ସୁଖନିଦ୍ରା ପୂରା କରୁଥିବା ମଣିଷମାନେ ସାଧାରଣତଃ ସୁସ୍ଥ-ନିରାମୟ ଓ ଦୀର୍ଘ ଜୀବନ ବିତାଇଥାନ୍ତି।

Health Tips Sleep Disorder
Advertisment
Advertisment