Astrospeak
  • Live TV
  • Read In English

Man Skips Job But Gets Salary: ଅଫିସ୍ କାମ ନକରି ନେଇଥିଲେ ୩୬ଲକ୍ଷ ଦରମା, ଯାଞ୍ଚପରେ ହେଲା ଏମିତି...

ଗାର୍ସିଆ ୬ ବର୍ଷ ତଳେ ଦିନେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ । ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରିନଥିଲେ । ତେଣୁ ଗାର୍ସିଆ ଆସୁନଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନଥିଲେ ।

Salary Without Work
ବିନା କାମରେ ୩୬ ଲକ୍ଷ ଦରମା ।

କାମ ନକଲେ ଟଙ୍କାଟିଏ ବି ରୋଜଗାର କରିବା ପ୍ରାୟତଃ ଅସମ୍ଭବ । ପ୍ରାୟ ସମସ୍ତେ କାମ କରି ରୋଜଗାର କରିବା ପରେ ପରିବାର ସହ ଶାନ୍ତିରେ ସମୟ ବିତାଇଥା'ନ୍ତି । କେହି କେହି କାମ କରି ରୋଜଗାର କରିଥିବା ଟଙ୍କାରେ ନିଜ ଅଭାବ ମେଣ୍ଟାଇଥା'ନ୍ତି । କିଏ କାମ କରି ଅଧିକ ଟଙ୍କା ରୋଜଗାର କରନ୍ତି ତ କିଏ କମ୍‌ । ସେହି ଅନୁସାରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଜଣେ ବ୍ୟକ୍ତି ୬ ବର୍ଷ କାମ ନକରି ଘରେ ରହି ଦରମା ପାଉଥିଲେ । ଏକଥା ଶୁଣିଲେ ହୁଏତ ଆପଣ ବିଶ୍ୱାସ କରୁନଥିବେ ହେଲେ ଏହା ସତ ।

ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି । ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନଥାଏ । ଅଧିକ ଛୁଟି ନେଲେ ଦରମା କଟିଯିବାର ମଧ୍ୟ ଭୟ ରହିଥାଏ । ତେବେ ସ୍ପେନ୍‌ର କାଡିଜ୍ ସହରରୁ ଏକ ଅଜବ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ୬ ବର୍ଷ ଧରି ଅଫିସ୍‌କୁ ଆସି ନଥିଲେ ଏବଂ ଅଫିସ୍ ସମ୍ବନ୍ଧିତ କୌଣସି ମଧ୍ୟ କାର୍ଯ୍ୟ କରିନଥିଲେ ।

ସେ ଏହି ଅବଧି ମଧ୍ୟରେ ବୁଲାବୁଲି କରିବା ସହ ମଜା କରିଥିଲେ । କିନ୍ତୁ, ଏହି ୬ ବର୍ଷ ମଧ୍ୟରେ ପ୍ରତ୍ୟେକ ମାସ ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳୁଥିଲା । ଜୋଆକ୍ୱିନ୍ ଗାର୍ସିଆ ନାମକ ଜଣେ ବ୍ୟକ୍ତି କାଡିଜ୍‌ରେ ଥିବା ଏକ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ ୨୦ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।

ଅଧିକ ପଢ଼ନ୍ତୁ: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

ତେବେ ଗାର୍ସିଆ ୬ ବର୍ଷ ତଳେ ଦିନେ ସେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ । ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରିନଥିଲେ । ତେଣୁ ଗାର୍ସିଆ ଆସୁନଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନଥିଲେ । ତାଙ୍କୁ ନେଇ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀର ୨ଟି ବିଭାଗ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଅନ୍ୟ ବିଭାଗରେ ଗାର୍ସିଆ କାର୍ଯ୍ୟ କରୁଛନ୍ତି ବୋଲି ଉଭୟ ବିଭାଗର ଅଧିକାରୀମାନେ ଅନୁମାନ କରୁଥିଲେ ।

କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁ ଗାର୍ସିଆ ୬ ବର୍ଷ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନକରି ଦରମା ମଧ୍ୟ ପାଉଥିଲେ । ଏହି ୬ ବର୍ଷର ଅବଧି ମଧ୍ୟରେ ତାଙ୍କୁ ବାର୍ଷିକ ୪୧,୫୦୦ ଡଲାର (ପ୍ରାୟ ୩୬ ଲକ୍ଷ ଟଙ୍କା) ଦରମା ମିଳିଥିଲା । ଗାର୍ସିଆ ୨୦ ବର୍ଷ ଧରି ସମାନ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ ସୁଦ୍ଧା କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ପୁରସ୍କାର ମିଳିନଥିଲା । ତେଣୁ ଦୀର୍ଘଦିନର ବିଶ୍ୱସ୍ତତା ପାଇଁ ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀ ଗାର୍ସିଆଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲା । ପୁରସ୍କାର ଦେବା ପାଇଁ ଗାର୍ସିଆଙ୍କୁ ଖୋଜା ଯାଇଥିବାବେଳେ ସେ ମିଳି ନଥିଲେ ।

ଏହା ଉପରେ ଅଧିକ ଯାଞ୍ଚ କରାଯିବା ପରେ ସେ ୬ ବର୍ଷ ଧରି ଅଫିସ ଆସୁ ନଥିବା ନେଇ ଜଣାପଡ଼ିଥିଲା । ଗାର୍ସିଆଙ୍କ ଓକିଲ କହିଛନ୍ତି, ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କୁ ହଇରାଣ କରାଯାଉଥିଲା । ସେଥିପାଇଁ ଗାର୍ସିଆ ଅଫିସ ଆସିବା ବନ୍ଦ କରି ଦେଇଥିଲେ । ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଗାର୍ସିଆଙ୍କ ଉପରେ କୋର୍ଟ ୩୦ ହଜାର ଡଲାରର ଜରିମାନା ଲଗାଇଛନ୍ତି ।

ଅଧିକ ପଢ଼ନ୍ତୁ: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?