Advertisment

ନଦୀରୁ ମିଳିଲା ଡଲଫିନ୍, ପୋଖରୀରେ ଛାଡ଼ିଲେ ଲୋକେ

ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର । ନଦୀର ଡଲଫିନ୍ ପୋଖରୀରେ ଛାଡ଼ିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dolphin Rescued From River In Odisha

Dolphine

ନଦୀରୁ ମିଳିଲା ଡଲଫିନ୍, ପୋଖରୀରେ ଛାଡ଼ିଲେ ଗାଁଲୋକେ। ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ବସ୍ତା ବ୍ଲକରେ। ବାଲେଶ୍ୱର ବସ୍ତା ବ୍ଲକ ନାଳବହାରଠାରେ ଜଳକା ନଦୀରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ଏକ ଡଲଫିନ୍। ୨୫ କିଲୋ ଓଜନର ଏହି ଡଲଫିନ୍ ଜାଲରେ ପଡ଼ିବା ପରେ ଏହାକୁ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା।

Advertisment

ଶହ ଶହ ଲୋକ ଡଲଫିନ୍‌କୁ ଦେଖିବାକୁ ଆସିଥିଲେ। ଏପରିକି ଡଲଫିନ୍‌କୁ ଲୋକେ କାନ୍ଧରେ ପକାଇ ଟେକି ଟେକି ଆଣିଥିଲେ। ତେବେ ଏହାକୁ ପୁଣି ଥରେ ନଦୀରେ ଛାଡ଼ିବା ପରିବର୍ତ୍ତେ ଗାଁ ଲୋକେ ଏହାକୁ ପାଖ ପୋଖରୀରେ ଛାଡ଼ି ଦେଇଛନ୍ତି। ବନ ବିଭାଗ ଖବର ପାଇ ଆସିବା ବେଳକୁ ପୋଖରୀରେ ଲୋକେ ଡଲଫିନ୍ କୁ ଛାଡ଼ି ଦେଇଛନ୍ତି। ଏବେ ପୋଖରୀରେ ଖୋଜାଖୋଜି କରୁଛି ବନ ବିଭାଗ।

Dolphin
Advertisment
Advertisment