• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାଇଖାନାକୁ ନେଇ ମୁହାଁମୁହିଁ ହେଲେ ବାପ-ପୁଅ । କଥାଟା ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ଘଟଣାଟି ସେତିକି ସମ୍ବେଦନଶୀଳ । ସେଇଥିପାଇଁ ତ ମାମଲା ଏବେ ପହଞ୍ଚିଲାଣି ଥାନାରେ । ଏମିତି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଗୋପୀନାଥପୁର ଅଂଚଳରେ ।

ଉପେନ୍ଦ୍ର ପ୍ରଧାନ । ନିଜ ଜାଗାରେ ପାଇଖାନାଟିଏ ନିର୍ମାଣ କରିବାକୁ କାହିଁ କେତେ ଦିନରୁ ଉଦ୍ୟମ କରି ଆସୁଥିଲେ । ହେଲେ ଏଥିରେ ବାଧା ଦେଇ ଆସୁଥିଲେ ତାଙ୍କ ପୁଅ । ସେଥିପାଇଁ ପୁଅ ବିରୋଧରେ ଉପେନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ ବି ହୋଇଥିଲେ । ହେଲେ କିଛି ଲାଭ ପାଇନଥିଲେ ।

ଅଧିକ ପଢ଼ନ୍ତୁ: ପୁଅକୁ ନେଇ ଦୁଇ ଦମ୍ପତିଙ୍କ ମଧ୍ୟରେ ଟଣାଓଟରା : ଥାନାର ଦ୍ୱାରସ୍ଥ ହେଲେ ଉଭୟ ପରିବାର

ତେବେ ପରିଣତ ବୟସରେ ପାଇଖାନାଟିଏ କରିବା ପାଇଁ ପୁଣି ଥରେ ଅଣ୍ଟା ଭିଡିଥିଲେ ଉପେନ୍ଦ୍ର । ମିସ୍ତ୍ରୀଙ୍କୁ ଡାକି ପାଇଖାନା କରିବା ପାଇଁ କହିଥିଲେ । ଆଉ ଉପେନ୍ଦ୍ର ପାଇଖାନା ନିର୍ମାଣ ପାଇଁ ଯେତେବେଳେ ଉଦ୍ୟମ କରନ୍ତି ସେତିକି ବେଳେ ଏହାକୁ ବିରୋଧ କରିଥିଲେ ତାଙ୍କ ପୁଅ, ବୋହୂ ଓ ନାତି । ଏମିତିକି ସେମାନେ ଉପେନ୍ଦ୍ରଙ୍କୁ ଆଦୌ କାମ କରେଇବାକୁ ଦେଇ ନଥିଲେ । ଯାହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ।

ତେବେ ବୁଢା ବୟସରେ କିଛି ଉପାୟ ନପାଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉପେନ୍ଦ୍ର । କହିଛନ୍ତି, ତାଙ୍କ ବୟସ ଅଧିକ ହୋଇଗଲାଣି । ରାସ୍ତା ପାର ହୋଇ ପାଇଖାନାକୁ ଯିବାକୁ ତାଙ୍କର ଆଉ ବଳ ନାହିଁ । ସେଥିପାଇଁ ସେ ଘର ପାଖରେ ପାଇଖାନା କରିବାକୁ ଚାହୁଁଛନ୍ତି । ହେଲେ ପୁଅ-ବୋହୂ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଉପେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ସାମାନ୍ୟ ପାଇଖାନାକୁ ନେଇ ବାପ-ପୁଅ ମଧ୍ୟରେ କଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା । ସେପଟେ ଘଟଣାକୁ ନେଇ ପୁଅ ବୋହୂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।

 

(ରିପୋର୍ଟ- ବିଶ୍ୱମ୍ବର ଦାସ, ନୀଳଗିରି)