/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656230358.jpg)
Special story
ପୁଅ କାହାର ? ଦୁଇ ଦମ୍ପତିଙ୍କ ମଧ୍ୟରେ ପୁତ୍ର ସନ୍ତାନକୁ ନେଇ ଟଣାଓଟରା ଲାଗିଛି । ପୁଅକୁ ପାଳିଥିବା ମା କହୁଛି ମୋର, ଆଉ ଜନ୍ମ ଦେଇଥିବା ମା’କୁ ମଧ୍ୟ କହୁଛି ମୋର । ଗୋଟିଏ ଛୁଆକୁ ଦୁଇ ଦମ୍ପତି ନିଜର ବୋଲି ଦାବି କରୁଛନ୍ତି । ଏବେ ଘଟଣା ଥାନା ପର୍ଯ୍ୟନ୍ତ ପହଞ୍ଚିଛି ।
ବିଶାଖାପାଟଣାରେ ରହୁଥିବା ସାରଦା ବେହେରାଙ୍କ ପୁଅକୁ ତାଙ୍କ ନିକଟତର ବନ୍ଧୁ ବ୍ରହ୍ମାନନ୍ଦ ମହାରଣା ନେଇ ଯାଇଥିବା ଅଭିଯୋଗ ହୋଇଛି । ୨୦୧୮ ଡିସେମ୍ବର ୨୨ ତାରିଖରେ ତାଙ୍କର ଏକ ପୁଅ ସନ୍ତାନ ଜନ୍ମ ହୋଇଥିଲା । ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବନ୍ଧୁଙ୍କ ପତ୍ନୀଙ୍କୁ ପୁଅର ଦାୟିତ୍ୱ ଦେଇଥିଲେ । ହେଲେ ସେ ସେଠୁ ପିଲାକୁ ନେଇ ଓଡ଼ିଶା ପଲାଇ ଆସିଥିଲେ, ଯେତେ ମାଗିଲେ ବି ଆଉ ଛୁଅକୁ ଫେରାଇ ନଥିଲେ । ତେବେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବ୍ରହ୍ମାନନ୍ଦ ।
କିନ୍ତୁ ପତ୍ନୀଙ୍କ ଚାପ ଯୋଗୁଁ ସେ ଏପରି କରିଥିବା କହିଛନ୍ତି । ଘଟଣାର ବର୍ଷେ ପରେ ପିଲାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ପତ୍ନୀ ପାଲଟା ତାଙ୍କ ନାଁରେ କୋରାପୁଟ ସୁନାବେଢ଼ା ଥାନାରେ ଘରୋଇ ନିର୍ଯାତନା ଏତଲା ଦେଇଥିଲେ । ପତ୍ନୀଙ୍କ ଧମକ ଯୋଗୁଁ ସେ ଥାନାରେ ପୁଅକୁ ନିଜର ବୋଲି ସ୍ୱୀକାର କରିଥିବା କହିଛନ୍ତି ।
ଏବେ ଘଟଣାର ସମାଧାନ ପାଇଁ ବ୍ରହ୍ମପୁର ଏସପିଙ୍କ ନିକଟରେ ଦ୍ୱାରସ୍ତ ହୋଇଛନ୍ତି ଦୁଇ ପରିବାର । ସେପଟେ ଏହି ଘଟଣାକୁ ନେଇ ବ୍ରହ୍ମାନନ୍ଦଙ୍କ ପତ୍ନୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)