/odishatv-khabar/media/post_attachments/uploadimage/library/16_9/16_9_0/Apartment_1679928214.jpg)
Apartment
ରେରାର ଫି’ ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ । ବର୍ଦ୍ଧିତ ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ଉପରେ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶାହାଇକୋର୍ଟ। ଯଦି ବି ବର୍ଦ୍ଧିତ ଫି ଆଦାୟ କରାଗଲା, ତେବେ ତାହା ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ୮ରୁ ଅଧିକ ଫ୍ଲାଟ ନିର୍ମାଣ
ହେଉଥିବା ପ୍ରୋଜେକ୍ଟ ଗୁଡିକର ପଞ୍ଜିକରଣ ଫି’ ବୃଦ୍ଧିକୁ ବିରୋଧ କରି ବିଲଡର ମହାସଂଘ ବା କ୍ରେଡ଼ାଇ ହାଇକୋର୍ଟ ଯାଇଥିଲା । ଏହି ଆବେଦନର ବିଚାର କରି କୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି ।
ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଫି’ ନିର୍ଣ୍ଣୟ ପ୍ରସଙ୍ଗରେ ରେରାର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ମାମଲା ଦାୟର କରିଥିଲା ବିଲଡର ମହାସଂଘ CREDAI। ଏହି ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏବଂ ରେରାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୬ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)