Advertisment

ରାଜ୍ୟରେ କମୁଛନ୍ତି ଝିଅ ! ୭ ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର୍ କମ୍

ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ।

ଅଦ୍ୟତନ ହୋଇଛି
odisha girl child ratio 2024

Girl Child

Advertisment

ରାଜ୍ୟରେ ଉଦବେଗଜନକ ସ୍ଥିତିରେ କନ୍ୟା ସନ୍ତାନଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୭ ଜିଲ୍ଲାରେ ପ୍ରତି ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର୍ କମ୍ ରହିଛି । ଏହି ଜିଲ୍ଲାଗୁଡିକ ହେଉଛି ନୟାଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା। ଯେଉଁଠାରେ ପ୍ରତି ୧୦ ପୁଅରେ ୮ ଜଣ ଝିଅ ଅଛନ୍ତି। ରାଜ୍ୟରେ ପ୍ରତି ୧ ହଜାର ପୁଅ ତୁଳନାରେ ୯୨୫ ଜଣ ଝିଅ ଅଛନ୍ତି।

Advertisment

ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କରାଯାଉଥିବା ବେଳ ରାଜ୍ୟରୁ ପ୍ରକାଶ ପାଇଛି ଏଭଳି ଚିନ୍ତାଜନକ ତଥ୍ୟ। ସମାଜରେ କନ୍ୟା ସନ୍ତାନର ଗୁରୁତ୍ବ ବିଷୟରେ ସଚେତନ କରିବା, କନ୍ୟା ସନ୍ତାନ ପ୍ରତି ଥିବା ଭେଦଭାବ ମନୋଭାବକୁ ଦୂର କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଉପଯୁକ୍ତ ପୃଷ୍ଟି ସାଧନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

‘ମାଇ ଗାର୍ଲ ମାଇ ଚାଇଲ୍ଡର ନାରା ଦେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୫ଟି ଜିଲ୍ଲାର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଛି। ୨୦୨୨ର ସର୍ଭେ ମୁତାବକ୍ ପ୍ରତି ହଜାରରେ ୯ଶହରୁ ଅଧିକ ଝିଅ ସନ୍ତାନ ଜନ୍ମ କରିଥିବା ଜିଲ୍ଲାଗୁଡିକୁ ସମ୍ମାନିତ କରାଯାଇଛି।

Advertisment

Girl Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ