• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱଚ୍ଛ ଭାରତ ଅଭିଯାନର ସାଥୀ ସ୍ୱଚ୍ଛ ସବାରୀ । ପ୍ରତି ସାହି, ଗଳି କନ୍ଦି, ଘରୁ ଅଳିଆ ସଂଗ୍ରହ କରୁଥିଲା ସବୁଜ ରଙ୍ଗର ବ୍ୟାଟେରୀ ଚାଳିତ ଗାଡି । ଏଥିପାଇଁ ପ୍ରତି ଗାଡିରେ ୨ ଜଣ ଲେଖାଏଁ ମହିଳା ନିୟୋଜିତ ହୋଇଥିଲେ । ମହିଳାଙ୍କୁ ସଶକ୍ତିକରଣ କରିବା ଏହି ଗାଡି ବ୍ୟବହାରର ଅନ୍ୟତମ କାରଣ ଥିଲା । ଏମାନେ ସହରର ୧୭ଟି ୱାର୍ଡର ସବୁ ଘରୁ ଅଳିଆ ସଂଗ୍ରହ କରି ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ରରେ ନେଇ ଜମା କରୁଥିଲେ । ଏଗୁଡିକୁ ରୂପାନ୍ତରିତ କରି ମୋ ଖତ ତିଆରି କରାଯାଉଥିଲା ।

ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରୁଥିଲେ । ତେବେ ବିଭିନ୍ନ କାରଣରୁ ମାତ୍ର ବର୍ଷେ ପରେ ଅଚଳ ହୋଇପଡିଛି ସ୍ୱଚ୍ଛ ସବାରୀ ଗାଡି । ମୋ ଖତ କେନ୍ଦ୍ରରେ ଏବେ ନିଜେ ଖତ ଖାଉଛି ୧୦ଟି ଯାକ ସ୍ୱଚ୍ଛ ସବାରୀ ଗାଡି । ଏନେଇ ପ୍ରଶାସନିକ ସ୍ତରରେ ଅବହେଳାକୁ ଦାୟୀ କରିଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ନବରଙ୍ଗପୁର ପୌରପାଳିକା ପକ୍ଷରୁ ଗତ ୨ ବର୍ଷ ତଳେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ କିଣାଯାଇଥିଲା ୧୦ଟି ବ୍ୟାଟେରୀ ଚାଳିତ ଗାଡି । ତେବେ ଏଗୁଡିକ ଖରାପ ହେଲେ ରାଇଘର ଆଇଟିଆଇ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମରାମତି କରିବେ ବୋଲି ଚୁକ୍ତି ସ୍ୱାକ୍ଷର ହୋଇଥିଲା । କିନ୍ତୁ ରାଇଘରଠୁ ନବରଙ୍ଗପୁର ଦୂରତା ଅଧିକ ଥିବାରୁ ଯିବା ପାଇଁ ରାଜି ହେଉନାହାନ୍ତି ଛାତ୍ରଛାତ୍ରୀ । ତେବେ ଅଳିଆ ଗାଡ଼ି ନଚାଲିବାରୁ ରାସ୍ତାଘାଟରେ ଆବର୍ଜନା ଇଆଡେ ସିଆଡେ ପଡିଥିବା ଦେଖିବାକୁ ମିଳୁଛି । ଏପରିକି ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହେବାର ଆଶଙ୍କା କରୁଛନ୍ତି ଲୋକେ । ପୌରପାଳିକା ପକ୍ଷରୁ ଆଉ ଏକ ସଂସ୍ଥାକୁ ଅଳିଆ ଉଠାଇବାକୁ ଚୁକ୍ତି କରାଯାଇଥିଲେ ବି ଆବଶ୍ୟକ ଗାଡି ନଥିବାରୁ ଅଳିଆ ଉଠୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଗାଡି ଗୁଡିକୁ ଶୀଘ୍ର ମରାମତି କରାଯାଇ ଲୋକ ମାନଙ୍କ ସେବାରେ ପୁଣି ଲଗାଯିବ ବୋଲି କହିଛନ୍ତି ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ।

ଦେଖନ୍ତୁ ଭିଡିଓ | ୱାର୍ଡ ସାରା ବୁଲି ଅଳିଆ ସଫା କଲେ କର୍ପୋରେଟର୍