Advertisment

ଆଉ ଦାରୁଠେଙ୍ଗରେ ପଡ଼ିବନି ସହର ଅଳିଆ

ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Dumping yard

Bhubaneswar Dumping yard

ସହର ଅଳିଆ, ଗାଁକୁ ଯିବ ନାହିଁ। ଜିଦ୍‌ରେ ଅଟଳ ରହିଲେ ଗ୍ରାମବାସୀ। ଶେଷରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କୁ ବିଏମସି ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି। ଆଜିଠୁ ଆଉ ସହର ଅଳିଆ ଭୁଆଶୁଣୀ ଯିବନି। ଏନେଇ ପଞ୍ଚାୟତ ସରପଞ୍ଚଙ୍କୁ ଚିଠି କରିଛି BMC । ପଞ୍ଚାୟତରେ ଅଳିଆ ପଡିବା ନେଇ ବିଭିନ୍ନ ସମୟରେ ଅଳିଆ ଗାଡି ଧକ୍କାରେ ଗାଁ ଲୋକଙ୍କ ମୃତ୍ୟୁ, ପୁତ୍ତିଗନ୍ଧ ମୟ ପରିବେଶ, ଜାବତୀୟ ଚର୍ମ ଜନିତ ରୋଗ୍, ପ୍ରାକୃତିକ ଜଳାଶୟ ଦୂଷିତ ଭଳି ଅଭିଯୋଗ ନେଇ ଭୁଆଶୁଣିରେ ଅଳିଆ ବନ୍ଦ କରିବାକୁ ଦାବି କରିଆସୁଥିଲେ ଗ୍ରାମବାସୀ।

Advertisment

ସହରରେ ବିଭିନ୍ନ ସମୟରେ ଅଳିଆ ପକାଇବା ସମସ୍ୟାକୁ ନେଇ ବିଏମସି ଚିନ୍ତାରେ ରହୁଥିଲା। ତେବେ ଗତ ଅଗଷ୍ଟ ୨୦୨ ରେ ନଗର ଉନ୍ନୟନ ବିଭାଗ ଅଧ୍ୟକ୍ଷତାରେ ବସିଥିବା ବୈଠକ ଅନୁସାରେ ଚଳିତ ମେ ୩୧ ସୁଦ୍ଧା ବିକଳ୍ପ ପନ୍ଥା ଆପଣେଇବା ସହ ଭୁଆଶୁଣୀକୁ ଅଳିଆ ବନ୍ଦ କରିବାକୁ କହିଥିଲା BMC । ଧାର୍ଯ୍ୟ ସମୟ ପୂର୍ବରୁ ପଞ୍ଚାୟତ ବାସୀଙ୍କ କଥା ରଖିଛି BMC ।

ଏବେ ପ୍ରଶ୍ନ ପ୍ରତ୍ୟେକ ଦିନ ସହରରୁ ବାହରୁଥିବା ୫୦୦ ଟନ୍‌ରୁ ଉର୍ଦ୍ଧ୍ୱ ଅଳିଆକୁ କିଭଳି ପରିଚାଳନା କରିବ ବିଏମସି ? ଯେଉଁଠି ଡମ୍ପିଂ ୟାର୍ଡ ମାତ୍ର ସପ୍ତାହେ ବନ୍ଦ ହେଲେ ସହର ଅଳିଆରେ ଭର୍ତ୍ତି ହେଉଥିଲା, ସେଠି ସବୁଦିନ ବନ୍ଦ ହେଲେ ସହର ଆବର୍ଜନାରେ ପୁରି ଯିବ ନାହିଁ ତ? ଏପଟେ BMCର କହିବା କଥା ଆବର୍ଜନା ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ବୈଜ୍ଞାନିକ ପଦ୍ଧତିରେ ଅଳିଆକୁ ପରିଚାଳନା କରି ଖତରେ ପରିଣତ କରିବାରେ ସଫଳତା ମିଳିଛି। ମଲ୍ଟି ଲେଭଲ୍ ପୃଥକୀକରଣ ରାସ୍ତା ବାହାର କରିଛି ବିଏମସି। ବିଏମସି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି କେତେ ଦୂର ସଫଳ ହେଉଛି ତାହା ଉପରେ ନଜର୍।

Advertisment

BMC Dumping Yard
Advertisment
Advertisment