/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700538427.jpg)
Holding Tax
ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC। ଟାର୍ଗେଟ୍ ପୂରଣ ହେଉନଥିବାରୁ ୱାର୍ଡ ଅଫିସରଙ୍କୁ ତାଗିଦ୍ କଲା ଭୁବନେଶ୍ୱର ମହାନଗର ନିଗମ । ଏଥିସହ ପ୍ରତି ଶନିବାର ହେବ ରାଜସ୍ୱ ଆଦାୟ ଦିବସ। ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।
ତେବେ ଚଳିତବର୍ଷ ନଭେମ୍ବର ମାସ ସରିବାକୁ ବସିଥିବା ବେଳେ, ଏବେବି ହୋଲ୍ଡିଂ ଟିକସ ଆଦାୟ ଆଶାନୁରୂପ ହୋଇପାରିନାହିଁ। ମେ ମାସରୁ ବିଏମସି କମିଶନର ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବାକୁ ୱାର୍ଡ ଅଫିସରଙ୍କୁ ତାଗିଦ କରିବା ସହ ପ୍ରତି ଜୋନ୍ରୁ ୨ ଶହ କୋଟି ଟଙ୍କା ଲେଖାଏଁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସୂଚନା ମିଳିଛି। ୩ଟି ଜୋନ୍ରୁ ୬ଶହ କୋଟି ଟଙ୍କା ଆଦାୟ ଲାଗି ଟାର୍ଗେଟ ଥିଲା।
ତେବେ ଗତକାଲି କର୍ପୋରେସନ୍ ବୈଠକରେ ମିଳିଥିବା ମାସିକ ରାଜସ୍ୱ ଆଦାୟରେ ହୋଲ୍ଡିଂ ଆଦାୟ ୨ କୋଟି ଟପୁନଥିବା ନଜରକୁ ଆସିଛି। ଅକ୍ଟୋବର ମାସରେ ଆଦାୟ ହୋଇଛି ମାତ୍ର ୧ କୋଟି ୮୫ ଲକ୍ଷ ୯୭ହଜାର ୭୬୧ ଟଙ୍କା। ଏହାକୁ ନେଇ ବିଏମସିର ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ କହିଛନ୍ତି ଯେ, ୱାର୍ଡ ଅଫିସର ବା ଟ୍ୟାକ୍ସ କଲେକ୍ଟର ମାନଙ୍କୁ ବିଏମସି ଏବେ ପରିମଳ ଓ ସ୍ୱଚ୍ଛତା କାମରେ ବ୍ୟବହାର କରୁଛି ।
ଯାହାର ସିଧାସଳଖ ପ୍ରଭାବ ଟ୍ୟାକ୍ସ ଆଦାୟ ଉପରେ ପଡ଼ୁଛି। ସେପଟେ ବିଏମସି ମେୟର ମଧ୍ୟ କହିଛନ୍ତି ଯେ, ହୋଲ୍ଡିଂ ଟ୍ୟାକ୍ସ ସମେତ ବିଏମ୍ସିର ସମସ୍ତ ଆୟ କିପରି ବଢ଼ିବ ସେଥିପାଇଁ ଚେଷ୍ଟା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)