Advertisment

ପେସାରେ ବ୍ୟବସାୟୀ, ହେଲେ ନିଶା ନୂଆ ପୁରୁଣା କଏନ୍‌ ସଂଗ୍ରହ

ବାଲାଜିଙ୍କ ନିଆରା କଏନ୍ କଲେକସନ୍

author-image
Prangyan Parimita
ଅଦ୍ୟତନ ହୋଇଛି
Bhanjanagar Man Centurys' Old Coins Collection

coins collection

ଘରେ ସାଇତା ହୋଇଛି ନୂଆ ପୁରୁଣା ବିଭିନ୍ନ ସାଇଜର କଏନ । ୨ ଟଙ୍କିଆ, ୫ ଟଙ୍କିଆ ୧୦ ଟଙ୍କିଆ କଏନ ଏମିତି ଅନେକ ମୂଲ୍ୟର କଏନ , ଯାହାକୁ ଦେଖିଲେ ଆମ ସମସ୍ତଙ୍କ ପିଲା ଦିନ କଥା ମନେ ପଡ଼ିଯିବ ନିଶ୍ଚୟ ।  କଏନ୍‌ ଦେଖି ଅତୀତର ସ୍ମୃତି ସାଉଁଟିବା ସହ ପୁଣି ଥରେ ପିଲାଦିନକୁ ଫେରିଯିବାକୁ ମନ ହେବ ନିଶ୍ଚୟ..........ଏତେ ସାରା କଏନ ଭିତରେ ରହିଛି ଦେଶ ଓ ଦେଶ ବାହାରର କଏନ । ଆଉ ଏ ସବୁକୁ ସାଇତି ରଖିଛନ୍ତି ରଖିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବାସିନ୍ଦା ପି.ବାଲାଜି ସୁବୁଦ୍ଧି ।

Advertisment

ପେସାରେ ସେ ଜଣେ ବ୍ୟବସାୟୀ, ହେଲେ ନିଶା ତାଙ୍କର କଏନ୍ ସଂଗ୍ରହ ( coins collection) । କେବଳ ଭାରତ ନୁହେଁ, ଥାଇଲାଣ୍ଡ୍, ମାଲେସିଆ, ଲଣ୍ଡନ ଭଳି ପ୍ରାୟ ୫୦ଟି ଦେଶର ମୁଦ୍ରା ସଂଗ୍ରହ କରି କଏନ୍ ମ୍ୟୁଜିୟମ କରିଛନ୍ତି । ତେବେ ତାଙ୍କର ନିଶା ଏବେର ନୁହେଁ, ଦୀର୍ଘ ୩୦ ବର୍ଷ ଧରି ବାଲାଜି ଏତେ ସବୁ କଏନ ସଂଗ୍ରହ କରି ରଖିଛନ୍ତି । ବ୍ୟବସାୟ ସହ ଫୁରସତ ସମୟରେ ସେ କଏନ ସଂଗ୍ରହ କରିଥାନ୍ତି । କେବଳ ମୁଦ୍ରା ସଂଗ୍ରହ କାହିଁକି ଚାଉଳରେ ସୁନ୍ଦର ସୁନ୍ଦର କଳାକୃତ୍ତି ବି କରି ଚର୍ଚ୍ଚାରେ ଅଛନ୍ତି ବାଲାଜି । ଅନ୍ୟପଟେ ବାଲାଜିଙ୍କ ସ୍ୱପ୍ନ ଦିନେ ତାଙ୍କ ନାଁ ଲିମକା ବୁକ୍ ଅଫ୍ ଓ୍ୱାର୍ଲଡରେ ସ୍ଥାନ ପାଉ... ।

ଅଧିକ ପଢ଼ନ୍ତୁ: ପେସା ସରକାରୀ ଚାକିରି ହେଲେ ନିଶା ତୁଳସୀ ମାଳି ତିଆରି

ପୁରୁଣା କାଳିଆ ଅଣା, କଣା ପଇସା ସହ ଥାଇଲାଣ୍ଡ, ମାଲେସିଆ, ୟୁକେ, ଚାଇନା, ସାଉଦି ଆରବ ଏବଂ ଭୂଟାନ ଭଳି ଦେଶର କଏନ ଦେଖିବାକୁ ବି ବାଲାଜି ସୁବୁଦ୍ଧିଙ୍କ ପାଖକୁ ଲୋକେ ଦୂର ଦୂରାନ୍ତରୁ ଧାଇଁ ଆସନ୍ତି... ।

Advertisment
Old Coins
Advertisment
Advertisment