Advertisment

ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା, ୪ ଘଣ୍ଟା ପରେ ଉଡ଼ିଲା ବିମାନ

ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bangalore to Bhubaneshwar Flights

Indigo Flight Delayed

ଶେଷରେ ୪ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରକୁ ଉଡ଼ିଲା ବିମାନ। ୪ ଘଣ୍ଟାରୁ ଅଧିକ ସମୟ ଧରି ଯାତ୍ରୀମାନେ ବିମାନ ଭିତରେ ଫସି ରହିବା ପରେ ଛାଡ଼ିଲା ଇଣ୍ଡିଗୋ ବିମାନ। ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ବେଙ୍ଗଳୁରୁ ବିମାନବନ୍ଦରରେ ସନ୍ଧ୍ୟାରୁ ଫସି ରହିଥିଲା ଏକ ଯାତ୍ରୀବାହୀ ବିମାନ। ବିମାନଟି ସନ୍ଧ୍ୟା ୬ଟା ୪୦ରେ ଉଡାଣ ଭରିବାର ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିମାନବନ୍ଦରରେ ଅଟକି ରହିଥିଲା।

Advertisment

ତେବେ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିବା ପରେ ମଧ୍ୟ ଯାତ୍ରୀମାନଙ୍କୁ କୌଣସି ସୂଚନା ନମିଳିବାରୁ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ପ୍ରାୟ ଅଢେଇ ଘଣ୍ଟା ପରେ ବିମାନ ବାତିଲ କରାଯାଇଥିବା ସୂଚନା ମିଳିଥିଲା। କିନ୍ତୁ ପରେ ବିମାନର ଯାନ୍ତ୍ରିକ ତ୍ରୁଟିକୁ ମରାମତି କରାଯାଇଥିବା ଏବଂ ବିମାନଟି ଭୁବନେଶ୍ୱର ଅଭିମୁଖେ ଉଡ଼ିବ ବୋଲି ପ୍ରାୟ ୪ ଘଣ୍ଟା ପରେ ଘୋଷଣା କରାଯାଇଥିଲା। ଏପଟେ ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।

IndiGo Flight
Advertisment
Advertisment