/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739530234.jpg)
ରିଲ୍ସ କରୁଥିଲେ ଗଳିପଡ଼ିଲେ
ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଲେ ଯୁବତୀ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ପରେ ଯୁବତୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତରଭାରୁ ନିଜ ମାଉସୀଙ୍କ ସହ ଏକ ଅଟୋରେ କାମାକ୍ଷାନଗର ଖଟୁଆହତାକୁ ଯାଉଥିଲେ ।
ତେବେ ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଯୁବତୀ ଜଣକ ରିଲ୍ସ କରୁଥିଲେ । ଏହି ସମୟରେ ଅସାବଧାନତା ବସତଃ ଯୁବତୀ ଜଣଙ୍କର ଗୋଡ ଖସି ଯିବାରୁ ସେ ନଦୀ ଭିତରକୁ ପଡି ଯାଇଥିଲେ । ତେବେ ସୌଭାଗ୍ୟବସତଃ ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଯାହାଫଳରେ ସେମାନେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)