Advertisment

BSKY Scam: BSKY କେଳେଙ୍କାରୀ ପେଡି ଖୋଲିବେ ସରକାର; ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ?

ବିଜେଡି ସରକାରରେ ଫ୍ଲାଗସିପ୍ ସ୍କିମ୍ BSKYରେ ହେଉଥିଲା କି ସ୍କାମ ? ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ? ସଂପୃକ୍ତ ଥିଲେ କି ସରକାରୀ ଅଧିକାରୀ ?

undefined

BSKY Scam

Advertisment

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଥିବା ବେଳେ, ପୁରୁଣା ସରକାରଙ୍କ BSKY ପେଡି ଖୋଲିବେ ନୂଆ ସରକାର। BSKYରେ କେମିତି ହେଉଥିଲା ଦୁର୍ନୀତି, କେଉଁ ହସ୍ପିଟାଲ କରୁଥିଲେ ଏକ୍ସଟ୍ରା ବିଲ୍। କେଉଁ କେଉଁ ସରକାରୀ ଅଧିକାରୀ ଥିଲେ ସାମିଲ। ତାର ତଦନ୍ତ କରିବାକୁ ନୂଆ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ। ତେଣେ ବିଜେଡି ଓଲଟା ପଚାରିଛି ଏଯାଏଁ କେତେଟା ଦୁର୍ନୀତିର ତଦନ୍ତ କଲେଣି ନୂଆ ସରକାର ? ଆସନ୍ତୁ ଜାଣିବା...କେମିତି ସୁସ୍ଥ ଲୋକଙ୍କୁ ରୋଗୀ ସଜାଇ BSKYରେ ହଡ଼ପ ହେଉଥିଲା ଟଙ୍କା।

Advertisment

ବିଜେଡି ସରକାରରେ ଫ୍ଲାଗସିପ୍ ସ୍କିମ୍ BSKYରେ ହେଉଥିଲା କି ସ୍କାମ ? ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ? ସଂପୃକ୍ତ ଥିଲେ କି ସରକାରୀ ଅଧିକାରୀ ? ତଦନ୍ତ କରିବେ ନୂଆ ସରକାର। ଗତକାଲି ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ MOU କରିବା ପରେ, ପୁଣିଥରେ ବିବାଦକୁ ଟାଣି ହୋଇଛି ପୂର୍ବ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ବି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ। ବହୁତ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ। ହସ୍ପିଟାଲମାନେ ମନଇଚ୍ଛା ବିଲ୍ କରୁଥିଲେ। ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ସଂପୃକ୍ତ ଥିଲେ। ସେ ବାବଦରେ ଖୁବଶୀଘ୍ର ତଦନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଜବାବରେ ବିଜେଡି କହିଛି, ସରକାରରେ ଅଛନ୍ତି ତଦନ୍ତ କରନ୍ତୁ। ଏଯାଏଁ କେତେଟି ଘଟଣାର ତଦନ୍ତ କଲେଣି ନୂଆ ସରକାର ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। 

ଅଧିକ ପଢନ୍ତୁ: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

Advertisment

ଆସନ୍ତୁ ଜାଣିବା BSKYରେ କେମିତି ହୋଇଛି ଦୁର୍ନୀତି। ରାୟଗଡା ମୁନିଗୁଡା ବ୍ଲକ ପାତ୍ରଗୁଡାର ସହଦେବ ପ୍ରାସ୍କା। ଆଉ ରାଜ୍ୟ ସରକାରଙ୍କର ବୁକ୍ ଲେଟ୍‌ରେ ଲେଖା ହୋଇଛି ସହଦେବ ଜଣେ ଚାଷୀ। କିଡନୀ ରୋଗରେ ପୀଡିତ ହେବା ପରେ BSKY କାର୍ଡ ଜରିଆରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ହେଲେ ଅସଲ କଥା ହେଲା ସହଦେବ ସଂପୂର୍ଣ୍ଣ ସୁସ୍ଥ। ନା ସେ କେବେ ରୋଗରେ ପୀଡିତ ହୋଇଛନ୍ତି ନା ଚିକିତ୍ସା ହୋଇଛନ୍ତି। ବରଂ ଚଞ୍ଚକତା କରି ତାଙ୍କ ବିଏସକେୱାଇ କାର୍ଡରୁ ଟଙ୍କା ହଡପ ସହ ତାଙ୍କୁ କିଡନୀ ରୋଗୀ ସଜାଇ ପ୍ରଚାର ପ୍ରସାର କରିଥିଲେ ପୂର୍ବ ସରକାର। ସେମିତି କଟକ ଖାନନଗର ସ୍ଥିତ ସାଉଥ୍ ପଏଣ୍ଟ ହସ୍ପିଟାଲ। ବିଏସକେୱାଇ ଯୋଜନାରେ ଏହି ହସ୍ପିଟାଲ କରିଥିଲା ବଡ ଘୋଟାଲା। ଭଲ ଲୋକଙ୍କୁ ରୋଗୀ ସଜାଇ ଲୁଟିଥିଲା ଟଙ୍କା। ଆଉ ଧରାପଡିବା ପରେ BSKY ପେନାଲ ଲିଷ୍ଟରୁ ହସ୍ପିଟାଲର ନା କଟିବା ସହ ମେଡିକାଲକୁ ମଧ୍ୟ ସିଲ କରିଥିଲେ ପ୍ରଶାସନ। ଆଉ ଏବେ ସେହି ହସ୍ପିଟାଲ ପୁଣି ଥରେ ଚାଲିଲାଣି।

ପୂର୍ବ ସରକାରରେ ୩ କୋଟି ୫୬ ଲକ୍ଷ ଲୋକଙ୍କୁ BSKYରେ ସାମିଲ କରାଯାଇଥିଲା। ୯୭୯ ହସ୍ପିଟାଲରେ ରୋଗୀ ସେବା ପାଉଥିଲେ। ୨୦୧୯ରୁ ୨୦୨୪ ମଧ୍ୟରେ ବିଏସକେୱାଇରେ ମୋଟ ୬ ହଜାର ୫ ଶହ ୮୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର। ତେବେ ନୂଆ ସରକାର ଏହି ତଦନ୍ତକୁ କେଉଁ ଦିଗରେ ନେଉଛନ୍ତି ତା ଉପରେ ନଜର। 

Advertisment

ଅଧିକ ପଢନ୍ତୁ: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

Odisha BJP BSKY Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ