Advertisment

Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ୁଛି ଅଡୁଆ, ପାୱାରଲେସ୍ କରି ହାତ ଛାଡ଼ିଦେଲେ ସରକାର

ଦୀର୍ଘ ଦିନ ଧରି ବାଦ ବିବାଦ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିଷ୍ଣୁପଦ ପାଖରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବସାଇ ଦେଇଛନ୍ତି ।

undefined

ହାତ ଛାଡ଼ିଦେଲେ ସରକାର !

Advertisment

ବାଦ ବିବାଦ, ଆନ୍ଦୋଳନ ପରେ ବିଷ୍ଣୁପଦଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ସରକାର । ହାତରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନର ଓଏସ୍‌ଡି ଭାବେ ବସାଇଲେ । କିନ୍ତୁ ପ୍ରଶ୍ନ କେବଳ ସିବିଆଇ ସମନ ନା ଆଉ କିଛି ପ୍ରାଥମିକ ପ୍ରମାଣ ବି ଲାଗିଛି ସରକାରଙ୍କ ପାଖରେ। ଏବେ ଚର୍ଚ୍ଚା- ଖାଲି ଓଏସ୍‌ଡି କରିବେ ନା ବିଭାଗୀୟ ପ୍ରୋସିଡିଂ ବି ହୋଇପାରେ । ଅନ୍ୟପଟେ ସରକାରୀ ପଦକ୍ଷେପ ପରେ ସିବିଆଇ ଆକ୍ସନ କ’ଣ ହେବ ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ।

Advertisment

ଦୀର୍ଘ ଦିନ ଧରି ବାଦ ବିବାଦ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବିଷ୍ଣୁପଦ ପାଖରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବସାଇ ଦେଇଛନ୍ତି । ନୂଆ ସରକାରରେ ବି ପାୱାରଫୁଲ ଥିଲେ ବିଷ୍ଣୁପଦ ସେଠୀ । ଓଡ଼ିଆ ଭାଷା-ସାହିତ୍ୟ ସଂସ୍କୃତି, ଏସ୍ଟି-ଏସସି ସହ ଭିନ୍ନକ୍ଷମ ସଶକ୍ତିକରଣ ଭଳି ଏକାଧିକ ବିଭାଗ ଥିଲା ତାଙ୍କ ପାଖରେ। ଏବେ ସବୁ ବିଭାଗକୁ କାଢି ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। ଏଠି ପ୍ରଶ୍ନ ଉଠୁଛି କେବଳ ସିବିଆଇ ସମନ ପାଇଁ ସରକାରଙ୍କ ଏ ଆକ୍ସନ୍ ନା ମିଳିଛି ସେଭଳି କିଛି ଠୋସ୍ ପ୍ରମାଣ । ଏସ୍ଟି-ଏସ୍‌ସି ବିଭାଗର ପ୍ରମୁଖ ସଚିବ ଭାବେ ବିଷ୍ଣୁପଦ ସେଠୀ ଦେଇଥିବା ବିବାଦୀୟ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ବାବଦରେ ଅବଗତ ନଥିଲେ କି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ? ଯଦିଓ ସରକାର ଏବେ ବିଷ୍ଣୁପଦଙ୍କୁ କେବଳ ଓଏସ୍‌ଡି ଭାବେ ବସାଇଛନ୍ତି, ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି କି ? ଆରମ୍ଭ ହୋଇପାରେ କି ବିଭାଗୀୟ ପ୍ରୋସିଡିଂ ?

ଅଧିକ ପଢ଼ନ୍ତୁ: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍

Advertisment

ବ୍ରିଜ୍ ଆଣ୍ଡ ରୁଫ୍ ୧୦ ଲକ୍ଷ ଲାଞ୍ଚ ମାମଲାରେ ୧୦ ତାରିଖରୁ ସିବିଆଇ ସମନ ପରେ ବିବାଦ ଘେରକୁ ଆସିଥିଲେ ବିଷ୍ଣୁପଦ ସେଠୀ। ତେବେ ଏହା ଭିତରେ ସିବିଆଇ ପାଖରେ ସେ ହାଜର ହୋଇଛନ୍ତି କି ନାହିଁ ଏ ଯାଏଁ ନିଜେ ବିଷ୍ଣୁପଦ ସ୍ପଷ୍ଟ କରିନାହାନ୍ତି। ଏପରିକି ବ୍ରିଜ୍‌ ଆଣ୍ଡ ରୁଫ୍ ସହ ଲିଙ୍କ୍‌ ଅଭିଯୋଗ ନେଇ ବି କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ଯେଉଁଥିପାଇଁ ସରକାରକୁ କାଠଗଡାକୁ ଟାଣିଥିଲେ ବିରୋଧୀ। ଏମିତିକି ଛାତ୍ର କଂଗ୍ରେସ ପକ୍ଷରୁ ବିଷ୍ଣୁପଦଙ୍କ ସରକାରୀ ବାସଭବନ ଘେରାଉ ସହ ଅଣ୍ଡାମାଡ ମଧ୍ୟ ହୋଇଥିଲା। ଆଉ ଦୀର୍ଘ ୮ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିର କାର୍ଯ୍ୟକାରିତା ପାଇଁ ଆକ୍ସନ ନେଇଛନ୍ତି ସରକାର ।

ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସିବିଆଇର ଆକ୍ସନ ଉପରେ ନଜର ରହିଛି। ଯଦିଓ ବିଷ୍ଣୁପଦଙ୍କୁ ସମନ ହୋଇଥିଲା, ତେବେ ସିବିଆଇର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

Advertisment

ଅଧିକ ପଢ଼ନ୍ତୁ: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

Bishnupada Sethi IAS Officer CBI Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ