/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742624314.jpg)
କ୍ରାଇମ୍ବ୍ରାଞ୍ଚ ଖୋଜୁଛି କ’ଣ ?
ତଦନ୍ତ କରି କ’ଣ ଖୋଜୁଛି କ୍ରାଇମବ୍ରାଞ୍ଚ ? ୪ ଦିନ ହେଲା କରୁଛି ତନାଘନା । ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍ସ୍ପଟରେ ଖୋଜୁଛି କ’ଣ ? ୨ବର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ? ଦୁଇ ବର୍ଷ ପରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଏବେ ଜୋରଦାର ତଦନ୍ତ କରୁଛି । ହେଲେ ସେ ତଦନ୍ତ ପଛର ସତ କ’ଣ ବୋଲି ଏବେ ଉଠିଲାଣି ପ୍ରଶ୍ନ । କାରଣ ବାରମ୍ବାର କ୍ରାଇମ୍ବ୍ରାଞ୍ଚ ଟିମ୍ର ଅଧିକାରୀମାନେ ଏୟାରପୋର୍ଟ ଓ ମେଡିକାଲ ଯାଇ ପଚରାଉଚରା କରୁଛନ୍ତି । ନବଙ୍କ ହତ୍ୟା ପଛର ଲୁଚିଥିବା ସତକୁ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପୂର୍ବରୁ ଏହି ତଦନ୍ତ ଭାର ନେଇଥିବା ଅରୁଣ ବୋଥ୍ରା ହୁଅନ୍ତୁ କି ତାଙ୍କ ସାଥୀ ଅଫିସରଙ୍କୁ ଏଯାଏଁ ପଚରାଉଚରା କରିନି କ୍ରାଇମ୍ବ୍ରାଞ୍ଚ ଟିମ୍ ।
ଅଧିକ ପଢ଼ନ୍ତୁ: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ
ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍ବ୍ରାଞ୍ଚର ଆଡିସନାଲ ଏସ୍ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି । ଦୀପାଲି, ବିଶାଲ ଓ ନବଙ୍କ ପତ୍ନୀ ମୀନତି ଦାସଙ୍କୁ ପଚରାଉଚରା କରିଛନ୍ତି । ବାରମ୍ବାର ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ଖୋଳତାଡ଼ ମଧ୍ୟ କରୁଛନ୍ତି । କିନ୍ତୁ ଦଇ ବର୍ଷ ତଳର ସବୁ ପ୍ରମାଣ ନଷ୍ଟ କରି ଏବେ ଅରୁଣ ବୋଥ୍ରା ଚିନ୍ତାମୁକ୍ତ ଥିବା କୁହାଯାଉଛି । ତେବେ ବୋଥ୍ରାଙ୍କୁ କାହିଁକି ଟିମ୍ ତଦନ୍ତ ପରିସରକୁ ଆଣୁନି ବୋଲି କୁହାଗଲାଣି । ଯଦି ଏପରି ଢଙ୍ଗରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରେ ତେବେ ଆଗକୁ କ’ଣ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାଖରେ ପହଞ୍ଚିପାରିବ ? ନା ଗିରଫ ହୋଇପାରିବ ମୁଖ୍ୟ ଅଭିଯୁକ୍ତକୁ ?
ତେବେ କେବେ ସାମ୍ନାକୁ ଆସିବ ନବଙ୍କ ହତ୍ୟାପଛର ଅସଲ ଖଳନାୟକ ? ଯିଏ ପରଦା ପଛରେ ରହି ଲେଖିଥିଲା ହତ୍ୟାର ପୂରା କାହାଣୀ । କ୍ରାଇମ୍ବ୍ରାଞ୍ଚର ଏମିତି ନିସ୍ତେଜ ତଦନ୍ତ କ’ଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିକଟରେ ପହଞ୍ଚି ପାରିବ ବୋଲି ପ୍ରଶ୍ନ ଛିଡ଼ା ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)