/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742623394.jpg)
୪୩ ଲକ୍ଷ ଗାୟବ
ସରକାରୀ ପଇସା ନେଇ ଜୁଆ ଖେଳୁଥିଲେ PEO । ସରପଞ୍ଚଙ୍କ ଜାଲ ଦସ୍ତଖତ କରି ଉଠାଇନେଲେ ୪୩ ଲକ୍ଷ ଟଙ୍କା । ବେଟିଂ ଆପରେ ଲଗାଇ ଉଡାଉଥିଲେ ସରକାରୀ ଟଙ୍କା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତରେ । ସରକାରୀ ଟଙ୍କା ହେରଫେର କରି ବେଟିଂ ଆପରେ ଜୁଆ ଖେଳୁଥିଲେ ଏହି ମହାନ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର ବା PEO କ୍ଷେତ୍ରମୋହନ ନାୟକ । ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ । ସରପଞ୍ଚଙ୍କ ନକଲି ଦସ୍ତଖତ କରି CFC, SFC, PDS ଆକାଉଣ୍ଟରୁ ପ୍ରାୟ ୪୩ ଲକ୍ଷ ଟଙ୍କା ଉଠାଇ ଜୁଆରେ ଉଡାଇ ଦେଇଥିଲେ ।
ଅଧିକ ପଢ଼ନ୍ତୁ: କଟକ ବନ୍ଧୁକ କାରଖାନା, ବନ୍ଧା ହେଲା ମାଷ୍ଟରମାଇଣ୍ଡ
କ୍ଷେତ୍ରମୋହନ ବାବୁ ଏପଟେ CFC, SFC, PDS ପେନସନ ପଇସାରେ ଜୁଆ ଖେଲୁଥିବାରୁ ପଞ୍ଚାୟତ ଉନ୍ନୟନ ମୂଳକ ବାଧା ସୃଷ୍ଟି ହେଉଥିଲା। ଏପରିକି ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଲିପାରୁ ନଥିଲା । ଯାହାକୁ ନେଇ ସେମାନେ ଅସୁବିଧା ସମ୍ମୁଖୀନ ହେଉଥିଲେ ।
ପଞ୍ଚାୟତ ଆକାଉଣ୍ଟରୁ ପ୍ରାୟ ୪୩ ଲକ୍ଷ ଟଙ୍କା ହେରଫେର କରିଥିଲେ PEO । ତା ପୁଣି ସରପଞ୍ଚ ଡି ରାକେଶ ପାତ୍ରଙ୍କ ନକଲି ଦସ୍ତଖତରେ । ଏଠି ପ୍ରଶ୍ନ ଉଠୁଛି ସେ ଏତେ ଟଙ୍କା ଉଠାଇଲେ ହେଲେ କିଭଳି ଜାଣି ପାରିଲେ ନାହିଁ ଉଚ୍ଚ ପଦସ୍ଥ ଅଧିକାରୀ ? ଏନେଇ ୱାର୍ଡ ସଭ୍ୟ ଅଭିଯୋଗ କରିଛନ୍ତି । ଏପଟେ ସରପଞ୍ଚ କହିଛନ୍ତି PEO ଟଙ୍କା ଉଠାଇବା ଫଳରେ ଗତ ମାସ ଭତ୍ତା ବଣ୍ଟନରେ ବିଳମ୍ବ ହେଲା । ସେ କିଛି ପଇସା ଫେରାଇବାରୁ କେବଳ ଭତ୍ତା ବଣ୍ଟନ କରା ଯାଇଛି । ଏନେଇ ବିଡିଓଙ୍କୁ ଜଣାଇଛୁ ବୋଲି ସରପଞ୍ଚ କହିଛନ୍ତି । ସେପଟେ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ କରି ସଂମ୍ପୃକ୍ତ PEOଙ୍କୁ ବାନ୍ଧିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ SP ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)