• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତଦନ୍ତ କରି କ’ଣ ଖୋଜୁଛି କ୍ରାଇମବ୍ରାଞ୍ଚ ? ୪ ଦିନ ହେଲା କରୁଛି ତନାଘନା । ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍‌ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ? ଦୁଇ ବର୍ଷ ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏବେ ଜୋରଦାର ତଦନ୍ତ କରୁଛି । ହେଲେ ସେ ତଦନ୍ତ ପଛର ସତ କ’ଣ ବୋଲି ଏବେ ଉଠିଲାଣି ପ୍ରଶ୍ନ । କାରଣ ବାରମ୍ବାର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଅଧିକାରୀମାନେ ଏୟାରପୋର୍ଟ ଓ ମେଡିକାଲ ଯାଇ ପଚରାଉଚରା କରୁଛନ୍ତି । ନବଙ୍କ ହତ୍ୟା ପଛର ଲୁଚିଥିବା ସତକୁ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପୂର୍ବରୁ ଏହି ତଦନ୍ତ ଭାର ନେଇଥିବା ଅରୁଣ ବୋଥ୍ରା ହୁଅନ୍ତୁ କି ତାଙ୍କ ସାଥୀ ଅଫିସରଙ୍କୁ ଏଯାଏଁ ପଚରାଉଚରା କରିନି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।

ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍‌ବ୍ରାଞ୍ଚର ଆଡିସନାଲ ଏସ୍‌ପି ବିୟଜ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି । ଦୀପାଲି, ବିଶାଲ ଓ ନବଙ୍କ ପତ୍ନୀ ମିନତି ଦାସଙ୍କୁ ପଚରାଉଚରା କରିଛନ୍ତି । ବାରମ୍ବାର ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ଖୋଳତାଡ଼ ମଧ୍ୟ କରୁଛନ୍ତି । କିନ୍ତୁ ଦଇ ବର୍ଷ ତଳର ସବୁ ପ୍ରମାଣ ନଷ୍ଟ କରି ଏବେ ଅରୁଣ ବୋଥ୍ରା ଚିନ୍ତାମୁକ୍ତ ଥିବା କୁହାଯାଉଛି । 

ଅଧିକ ପଢ଼ନ୍ତୁ: ସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...

ତେବେ ବୋଥ୍ରାଙ୍କୁ କାହିଁକି ଟିମ୍‌ ତଦନ୍ତ ପରିସରକୁ ଆଣୁନି ବୋଲି କୁହାଗଲାଣି । ଯଦି ଏପରି ଢଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରେ ତେବେ ଆଗକୁ କ’ଣ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାଖରେ ପହଞ୍ଚିପାରିବ ? ନା ଗିରଫ ହୋଇପାରିବ ମୁଖ୍ୟ ଅଭିଯୁକ୍ତକୁ ?  

ତେବେ କେବେ ସାମ୍‌ନାକୁ ଆସିବ ନବଙ୍କ ହତ୍ୟାପଛର ଅସଲ ଖଳନାୟକ ? ଯିଏ ପରଦା ପଛରେ ରହି ଲେଖିଥିଲା ହତ୍ୟାର ପୂରା କାହାଣୀ । କ୍ରାଇମ୍‌ବ୍ରାଞ୍ଚର ଏମିତି ନିସ୍ତେଜ ତଦନ୍ତ କ’ଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିକଟରେ ପହଞ୍ଚି ପାରିବ ବୋଲି ପ୍ରଶ୍ନ ଛିଡ଼ା ହେଲାଣି । 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି