• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଚାଷ ଆରମ୍ଭ ନହେଉଣୁ ଚାଷୀଙ୍କୁ ଘାରିଲାଣି ଫସଲ ଚିନ୍ତା । ନିଅଣ୍ଟିଆ ବର୍ଷା ଲାଗି ଜମି ପଡିଆ ପଡିଥିବାରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି । ଭଦ୍ରକ ଜିଲ୍ଲାର ୧ଲକ୍ଷ ୬୧ ହଜାର ହେକ୍ଟର ଜମିରେ ଖରିଫ ଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ନିଅଣ୍ଟିଆ ବର୍ଷା ଯୋଗୁଁ ମାତ୍ର ୧୫ ହଜାର ୮୨ ହେକ୍ଟର ଜମିରେ ଚାଷ ହୋଇଛି । ସେପଟେ ବାଲେଶ୍ବର ନୀଳଗିରି ଅଞ୍ଚଳରେ ବି ସମାନ ସ୍ଥିତି । ବର୍ଷା ପାଇଁ ପାହାଡ଼ ଉପରେ ପୂଜାପାଠ କରିଛନ୍ତି ମାଲ୍ୟାଣୀ ଗାଁର ଲୋକ । 

ଚାଷୀଙ୍କୁ ଦାଉ ସାଧୁଛି ନିଅଣ୍ଟିଆ ବର୍ଷା । ଜୁଲାଇ ମାସରେ ବି ଆରମ୍ଭ ହୋଇନି ଚାଷ । ପଡିଆ ପଡିଛି ହଜାର ହଜାର ଏକର ଚାଷଜମି । ଭଦ୍ରକ ଜିଲ୍ଲାର ଚାଷୀ ଏଥର କରିବେ କଣ ବୁଦ୍ଧିବାଟ ଦିଶୁନି । ଜୁନ ଯାଇ ଜୁଲାଇ ହେଲାଣି, ହେଲେ ବର୍ଷାର ଦେଖାନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ବିଭିନ୍ନ ବ୍ଲକରେ ଚାଷ ଆରମ୍ଭ ହୋଇନି।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ; ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ସେପଟେ ଜଳସେଚିତ ଜମିକୁ ବି ଏଥର ପାଣି ମାଡୁନି । ହଦଗଡ଼ ଡ୍ୟାମ ଓ ସାଳନ୍ଦୀ ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଚଳ ଉଠା ଜଳସେଚନ ପ୍ରକଳ୍ପ ଓ ଅନ୍ୟାନ ଜଳସେଚନ ଉତ୍ସ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚାଷୀ ଦାବି କରିଛନ୍ତି ।

ବାଲେଶ୍ବର ନୀଳଗିରି ବ୍ଲକରେ ବି ସମାନ ସ୍ଥିତି । ନିଅଣ୍ଟିଆ ବର୍ଷା ପାଇଁ କଲବଲ ହେଉଛନ୍ତି ଚାଷୀ । ବର୍ଷା ପାଇଁ ମାଲ୍ୟାଣୀ ଗାଁରେ ଅନୁଷ୍ଠିତ ହୋଇଛି ପୂଜାର୍ଚ୍ଚନା । ଇଷ୍ଟଦେବୀ ସୁନ୍ଦୁରାଶୁଣିଙ୍କ ଠାରେ ପୂଜାପାଠ ସହ ଭୋଗରାଗ କରିଛନ୍ତିନ ଗ୍ରାମବାସୀ । ବିଶ୍ବାସ ରହିଛି ମାଆଙ୍କ ଠାରେ ପୂଜାର୍ଚ୍ଚନା କଲେ ଭଲ ବର୍ଷା ହେବା ସହ ଗାଁର ମଙ୍ଗଳ ହୋଇଥାଏ।

ଅଧିକ ପଢନ୍ତୁ : ଫୁଲୁଛି ମହାନଦୀ; ୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ !

OTV is now on Whatsapp

Join and get latest news update delivered to you via whatsapp

Join Now