Advertisment

Overcharging by Shopkeeper on Bada Danda: ବଡ଼ଦାଣ୍ଡରୁ ଖଜା କିଣୁଥିଲେ ସାବଧାନ, ଏତଲା ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

ଠକେଇର ଶିକାର ଭକ୍ତଙ୍କ କହିବା କଥା- ଜଗା ଦର୍ଶନ ସାରି ଘର ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଖଜା ନେବାକୁ ସେମାନେ ବଡ଼ଦାଣ୍ଡରେ ବୁଲୁଥିଲେ। ଏହି ସମୟରେ ଶ୍ରୀମନ୍ଦିର ଅଫିସ୍ ଗଳିରେ ଥିବା ଏକ ଦୋକାନରୁ ୨୦ କିଲୋ ଖଜା କିଣିଥିଲେ। କିନ୍ତୁ ଓଜନରେ ସନ୍ଦେହ ହେବାରୁ ଅନ୍ୟ ଏକ ପାଖ ଦୋକାନର ୱେଟ୍ ମେସିନରେ ଏହାକୁ ଚେକ୍ କରିବାରୁ ତାହା ୧୨ କିଲୋ ହୋଇଗଲା।

puri

puri

Advertisment

ପୁରୀରେ ଚାଲିଛି ଖଜା ବେପାର ମହାଲୁଟ୍। ମନ୍ଦିର ବାହାରେ କିଏ ଭକ୍ତଙ୍କୁ ମହାପ୍ରସାଦ କହି ବିକିଲାଣି ତ କିଏ ଦଣ୍ଡିରେ ଠକିଲାଣି। ବଡ଼ଦାଣ୍ଡରୁ ଗଳି କନ୍ଦି- ସବୁଠି ସମାନ ଚିତ୍ର। ଦିନକ ତଳେ ବ୍ରହ୍ମପୁରର କିଛି ଭକ୍ତ ଠକେଇର ଶିକାର ହୋଇ ସିଂହଦ୍ବାର ଥାନାର ଦ୍ବାରସ୍ଥ ହେବା ଘଟଣା ପରେ ପ୍ରଶାସନ ଚେଇଁଛି। ଏହି ଘଟଣାରେ ସନ୍ତୋଷ ପଣ୍ଡା ନାମକ ଜଣେ ଖଜା ଦୋକାନୀକୁ ଗିରଫ କରି ଜେଲ୍ ପଠାଯାଇଥିବା କହିଛନ୍ତି ପୁରୀ ପୋଲିସ୍। ସେପଟେ ଗ୍ରାହକଙ୍କୁ ଠକୁଥିବା ଅସାଧୁ ଖଜା ବେପାରିଙ୍କୁ ଚେକ୍ ଦେବାକୁ ମାପ-ଓଜନ ବିଭାଗ ମିଳିତ ଭାବେ ଟିମ୍ ଗଠନ କରି ରେଡ୍ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ

Advertisment

ଅଧିକ ପଢନ୍ତୁ : ଅବସର ଦିନ ଭିଜିଲାନ୍ସ ମାଡ଼; କାହିଁକି ଏତେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ବାବୁ ? 

ଠକେଇର ଶିକାର ଭକ୍ତଙ୍କ କହିବା କଥା- ଜଗା ଦର୍ଶନ ସାରି ଘର ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଖଜା ନେବାକୁ ସେମାନେ ବଡ଼ଦାଣ୍ଡରେ ବୁଲୁଥିଲେ। ଏହି ସମୟରେ ଶ୍ରୀମନ୍ଦିର ଅଫିସ୍ ଗଳିରେ ଥିବା ଏକ ଦୋକାନରୁ ୨୦ କିଲୋ ଖଜା କିଣିଥିଲେ। କିନ୍ତୁ ଓଜନରେ ସନ୍ଦେହ ହେବାରୁ ଅନ୍ୟ ଏକ ପାଖ ଦୋକାନର ୱେଟ୍ ମେସିନରେ ଏହାକୁ ଚେକ୍ କରିବାରୁ ତାହା ୧୨ କିଲୋ ହୋଇଗଲା। ଅର୍ଥାତ୍ ଦୋକାନୀ ତାଙ୍କୁ ପୁରା ୮ କିଲୋ ଓଜନରେ ଚୂନ ଲଗାଇଛି। ଖାଲି ସେତିକି ନୁହେଁ ଦୋକାନୀ ତାଙ୍କୁ ଗାଳି ଦେବା ସହ କିଛି ଅସାମାଜିକ ଯୁବଙ୍କୁ ଡାକି ମାଡ଼ ମାରିବାକୁ ବି ଉଦ୍ୟମ କରିଥିଲା। ସେମାନେ ଏ ନେଇ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।

Advertisment

ଜଗା ଭକ୍ତଙ୍କ ମଧ୍ୟରେ ପୁରୀ ଖଜାର ରହିଛି ସ୍ବତନ୍ତ୍ର ଆଦର। ଏମିତିକି ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବି ଚାଲିଛି ଉଦ୍ୟମ। ହେଲେ ମନ୍ଦିର ବାହାରେ ଅସାଧୁ ଖଜା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଯେହେତୁ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ଶୁଦ୍ଧ ଘିଅରେ ତିଆରି ସାଙ୍ଗକୁ ମହାପ୍ରସାଦ, ତେଣୁ ତା ରେଟ୍ ଉଚ୍ଚା। ଯାହାର ଫାଇଦା ନେଇ ବଡ଼ଦାଣ୍ଡ ସାଙ୍ଗକୁ ପୁରୀ ସହର ସାରା ମାଳ ମାଳ ଅସାଧୁ ବେପାରି ଖଜା ବେପାରରେ ମାତିଛନ୍ତି। ବିଭିନ୍ନ ଭେରାଇଟିର ଖଜା ଧରି ମିଛରେ ମହାପ୍ରସାଦ କହି କିଲୋ ପିଛା ୨ଶହରୁ ୫ଶହ ଟଙ୍କା ଯାଏଁ ବିକୁଛନ୍ତି। କେଉଁଠି ରାସ୍ତାକଡ଼ ତ କେଉଁଠି ଠେଲାରେ ଚାଲିଛି ବେଧଡ଼କ୍ ବେପାର। ହେଲେ ସେ ଖଜା କେଉଁ ପରିବେଶରେ ତିଆରି ହେଉଛି ? ସେଥିରେ ବ୍ୟବହୃତ ତେଲ, ଚିନି ଓ ଅନ୍ୟ ସାମଗ୍ରୀର ମାନ କଣ ? ଖଜା ନଗଦ ନା ବାସି ? ତାର ଯାଞ୍ଚ ହେଉନି। ତାସହ ବିକ୍ରି ବେଳେ ଓଜନରେ ବି ଚାଲିଛି ମହା ଘୋଟାଲା। ଯାହାକୁ ନେଇ ଗ୍ରାହକ ଯେତିକି ଅସନ୍ତୁଷ୍ଟ, ତାଠୁ ଅଧିକ କ୍ଷୁବ୍ଧ ଶ୍ରୀମନ୍ଦିର ସେବାୟତ।...

ଖଜା ବିକ୍ରି ମହାଲୁଟ୍ ଖବର ଦେଖି ଚେଇଁଲା ପ୍ରଶାସନ। ପୁରୀ ଉପ-ଜିଲ୍ଲାପାଳ କହିଛନ୍ତି ଫୁଡ୍ ଆଣ୍ଡ ସେଫଟି ବିଭାଗ ସହ ଓଜନ-ମାପ ବିଭାଗ ଜଏଣ୍ଟ ଟିମ୍ ଗଢ଼ି ଧରପଗଡ଼ କରିବାର ପ୍ଲାନ ରହିଛି। ସେପଟେ ପୁରୀ ଏସ୍ ପି ମଧ୍ୟ ଖଜା ଠକେଇ ଘଟଣାରେ ସିଂହଦ୍ବାର ଥାନାରେ ଏତଲା ହୋଇଥିବା କହିବା ସହ ଅଭିଯୁକ୍ତ ସନ୍ତୋଷ ପଣ୍ଡାକୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ଦେଇଛନ୍ତି।

Advertisment

ଆଗକୁ ଆସୁଛି ରଥଯାତ୍ରା। ଶ୍ରୀକ୍ଷେତ୍ରକୁ ଆସିବେ ଲକ୍ଷ ଲକ୍ଷ ଭକ୍ତ। ତେଣୁ ପୁରୀର ଗଳି କନ୍ଦିରେ ଖଜାର ପସରା ମେଲାଇ ଲୁଟ୍ ଚଳାଇଥିବା ବେପାରୀଙ୍କ କବଳରୁ ସେମାନଙ୍କୁ କିଭଳି ସୁରକ୍ଷା ଦେଉଛି ପ୍ରଶାସନ, ତାହା ଦେଖିବାର କଥା।

ଅଧିକ ପଢନ୍ତୁ : ଫୁଲତୋଡା ନୁହେଁ, ପଡ଼ିଲା ହାତକଡି : ଅବସର ଦିନ ରେଡ୍ ପରେ ଗିରଫ

Puri Jagannath Temple Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ