Vigilance Raid
ଭିଜିଲାନ୍ସ ଜାଲରେ R&B ଡିଭିଜନର କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା R&B ଡିଭିଜନ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ଏକାସାଙ୍ଗରେ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ନୂଆପଡ଼ା ସମେତ ଭୁବନେଶ୍ୱର ଓ ପିପିଲିର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ୫ଟି ସ୍ଥାନରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ ।
ବାରମ୍ବାର ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ ବାବୁ । କେତେବେଳେ ଲାଞ୍ଚ ନେବାବେଳେ ଧରାପଡୁଛନ୍ତି ତ ଆଉ କେତେବେଳେ ଆୟ ବହିର୍ଭୁତ ସମ୍ପତ୍ତି ପାଇଁ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି । ଗତ ୧୫ ତାରିଖରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747981659.jpg)