Advertisment

Vacant Key Positions: ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା...ଖାଲି ପଡିଛି ସୂଚନା କମିଶନ୍, OERC ଅଧ୍ୟକ୍ଷ ପଦବୀ

ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର 8 ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ ।

ଅଦ୍ୟତନ ହୋଇଛି
undefined

ଖାଲିପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ

Advertisment

ରାଜ୍ୟରେ ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ଏକ ପ୍ରକାର ଅଚଳ । ବିଭିନ୍ନ କମିଶନ୍ ଲାଗି ଅଧ୍ୟକ୍ଷ ପଦସବୁ ଖାଲି ପଡ଼ିଥିବାରୁ ସୃଷ୍ଟି ହୋଇଛି ଏମିତି ସ୍ଥିତି। ବଡ଼ କଥା ହେଲା ବିଜେଡି ସରକାର ବଦଳି ବିଜେପି ସରକାର ଆସିବାକୁ ୟା ଭିତରେ ୮ ମାସ ପୂରି ଥିଲେ ବି ଲୋକାୟୁକ୍ତ, ବିଦ୍ୟୁତ ଆୟୋଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ବହୁ ସାମ୍ବିଧାନିକ ପଦବୀରେ ନିଯୁକ୍ତି ହୋଇ ପାରୁନି । ଫଳରେ ବ୍ୟାହାତ ହେଉଛି ଜନହିତକର କାର୍ଯ୍ୟ। କେଉଁଠି ରହୁଛି ସମସ୍ୟା, କାହିଁକି ବିଳମ୍ବ କରୁଛନ୍ତି ସରକାର। ତାକୁ ନେଇ ତେଜିଛି ରାଜନୀତି ।

Advertisment

ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର ୮ ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ । ଏକ୍ସଟନସନରେ ରାଜ୍ୟ ନିର୍ବାଚନ କମିଶନ୍ ତ ଠପ୍ ପଡ଼ିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଓଇଆରସି ଅଧ୍ୟକ୍ଷ ପଦବୀ ବି ଖାଲି ପଡ଼ିଛି । ୟା ଭିତରେ ଯଥାଶୀଘ୍ର ସୂଚନା କମିଶନ ନିଯୁକ୍ତି ସହ ସମସ୍ତ ପଦବୀ ପୂରଣ ପାଇଁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଗୁଡିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ରହିଛି । ସେପ୍ଟେମ୍ବର ୨୦୨୪ରୁ ମୁଖ୍ୟ ସୂଚନା କମିଶନ ପଦବ ଖାଲି ପଡିଥିବା ବେଳେ ଗତ ସରକାର ସମୟରୁ କମିଶନରେ ବହୁ ସଦସ୍ୟ ପଦ ବି ଖାଲି ପଡିଛି ।

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Advertisment

ବଡ଼ କଥା ହେଲା ସୂଚନା କମିଶନଙ୍କ ପାଖରେ ୨୩ ହଜାରରୁ ଉର୍ଦ୍ଧ୍ୱ ଅଭିଯୋଗ ପଡ଼ି ରହିଛି। ନୂଆ ସରକାର ଆସିବା ପରେ ନଭେମ୍ବର ୧୯ ତାରିଖରେ ସୂଚନା କମିଶନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଆବେଦନ ମାଗିଥିଲେ। ହେଲେ ୟା ଭିତରେ ଦୁଇମାସ ବିତିଥିଲେ ବି ନିଯୁକ୍ତି ହୋଇପାରୁନି। ସମାନ ଢଙ୍ଗରେ ଏପ୍ରିଲ ୨୦୨୪ରୁ ଲୋକାୟୁକ୍ତ ଏକ ପ୍ରକାର ଅକାମୀ ହୋଇ ପଡିଛି। ଲୋକାୟୁକ୍ତଙ୍କ ନିକଟରେ ହଜାରରୁ ଅଧିକ ମାମଲା ପଡି ରହିଲାଣି। ଲୋକାୟୁକ୍ତ ନିଯୁକ୍ତି ପାଇଁ ନୂଆ ସରକାରରେ ଏଯାଏଁ ସର୍ଚ୍ଚ କମିଟି ବି ହୋଇନି ।

ଖାଲି ଏଇ ଦୁଇଟି ନୁହେଁ, ରାଜ୍ୟର ଏକାଧିକ କମିଶନରେ ଥିବା ସାମ୍ବିଧାନିକ ପଦବୀ ଖାଲି ପଡିଛି । ଏଇ ଯେମିତି ଓଇଆରସି ଅଧ୍ୟକ୍ଷ ପଦବୀ। ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡିଛି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ । ନିକଟରେ ଏହାକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ୨୪ ତାରିଖରେ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ପାଇଁ ଆବେଦନ ଆହ୍ବାନ କରିଛି ଶକ୍ତି ବିଭାଗ ।

Advertisment

ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ପଦବୀରେ ଅଗଷ୍ଟରୁ ଆଦିତ୍ୟ ପାଢୀଙ୍କ କାର୍ଯ୍ୟକାଳ ସରିଥିଲେ ବି ସେ ଅସ୍ଥାୟୀ ଭାବେ କାମ କରୁଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ବିକାଷ ପରିଷଦ ବି ଖାଲି। ଯାହାକୁ ନେଇ ବିଜେଡି ସରକାରକୁ କାଠଗଡାକୁ ଟାଣିଥିବା ବେଲେ ଆଇନମନ୍ତ୍ରୀଙ୍କ ଉତ୍ତର ଖୁବ୍ ଶୀଘ୍ର ଏସବୁ ପଦବୀକୁ ପୂରଣ କରାଯିବ । ଏଠି ପ୍ରଶ୍ନ ଉଠୁଛି. ଏସବୁ ପଦବୀ ପୂରଣରେ କାହିଁକି ବିଳମ୍ଭ କରୁଛନ୍ତି ସରକାର ? କେଉଁଠି ରହୁଛି ସମସ୍ୟା ?

ଅଧିକ ପଢ଼ନ୍ତୁ: ପଦ୍ମ ପୁରସ୍କାର ପାଇବେ ୪ ଜଣ ଓଡ଼ିଆ; ଜାଣନ୍ତୁ ତାଙ୍କ କୃତି ଓ କୃତିତ୍ବ ଉପରେ...

Odisha OERC Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ