• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସଂଘର୍ଷରେ ଜିତାପଟ । ଏମିତି ଏକ ସଂଘର୍ଷ କାହାଣୀ ଯାହା ଶୁଣିଲେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ । ସେମିତି ଏକ କାହାଣୀ ହେଉଛି ଉଦୟ କୃଷ୍ଣ ରେଡ୍ଡୀଙ୍କର । ଉଦୟ କୃଷ୍ଣ ରେଡ୍ଡୀଙ୍କ ସଂଘର୍ଷ କାହାଣୀ ବେଶ ଲମ୍ବା । କଠିନ ପରିଶ୍ରମ ଓ ଏକାଗ୍ରତା ତାଙ୍କ ଜୀବନରେ ମୋଡ ବଦଳାଇଦେଲା । ଦିନେ କନଷ୍ଟେବଳ ଭାବରେ କାମ କରୁଥିଲେ ଆଜି UPSC ରାଙ୍କ ନଂ ୭୮୦ ।

ଛୋଟ ବେଳରୁ ମା’ବାପାଙ୍କୁ ବି ହରାଇଥିଲେ ଉଦୟ କୃଷ୍ଣ । କିନ୍ତୁ ହାର ମାନି ନଥିଲେ ଉଦୟ କୃଷ୍ଣ । ମଙ୍ଗଳବାର ୨୦୨୩ ୟୁପିଏସ୍‌ସି ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା । ଯାହା ପରେ ଉଦୟ କୃଷ୍ଣ ରେଡ୍ଡୀଙ୍କ ନାମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳରେ ଉଦୟ କୃଷ୍ଣ ରେଡ୍ଡୀ ୭୮୦ ତମ ରାଙ୍କ (UPSC) ପାଇଥିଲେ । UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ରେଡ୍ଡୀ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ । ପରେ ସେ ଚାକିରି ଛାଡ଼ି ଦେଇଥିଲେ ।

ଅଧିକ ପଢ଼ନ୍ତୁ: ୟୁପିଏସସିରେ ବାଜି ମାରିଲେ ଏହି ପରୀକ୍ଷାର୍ଥୀ...ଜାଣିବା ଟପ୍ ୫ ଆଇଏଏସଙ୍କ ଜୀବନ କାହାଣୀ

ରେଡ୍ଡୀ କହିଛନ୍ତି ଯେ, ‘ଜଣେ ସର୍କଲ ଇନ୍ସପେକ୍ଟର ତାଙ୍କ ସହକର୍ମୀଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ । ଏପରି ଅପମାନ ହେତୁ ସେ ପ୍ରଥମେ ଚାକିରି ଛାଡ଼ି ଦେଇଥିଲେ ଏବଂ ପରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଆଜି ତାଙ୍କୁ ଆଜି ସଫଳତା ଆଣି ଦେଇଛି । ’

୨୦୧୩ରୁ ୨୦୧୮ ମଧ୍ୟରେ ଉଦୟ କୃଷ୍ଣ ରେଡ୍ଡୀ ଆନ୍ଧ୍ରପ୍ରଦେଶ ପୋଲିସରେ ଜଣେ କନଷ୍ଟେବଳ ଭାବରେ କାମ କରୁଥିଲେ ।  ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଜଣେ ସର୍କଲ ଇନ୍ସପେକ୍ଟର ତାଙ୍କୁ ସହକର୍ମୀଙ୍କ ସାମ୍ନାରେ ଅପମାନିତ କରିଥି଼ଲେ । ଯାହାଫଳରେ ସେ ଚାକିରି ଛାଡ଼ି ଦେଇଥିଲେ ଏବଂ UPSCରେ ଉତ୍ତୀର୍ଣ୍ଣ ହେବାକୁ ନିଷ୍ପତ୍ତି ନେଇଥିଲେ ।

ଉଦୟ ପ୍ରକାଶ ରେଡ୍ଡୀଙ୍କ ଘର ଆନ୍ଧ୍ରପ୍ରଦେଶର ପ୍ରକାଶ ଜିଲ୍ଲାରେ । ସୂଚନା ଅନୁଯାୟୀ, ସେ ବହୁତ କମ୍ ବୟସରେ ତାଙ୍କ ପିତାମାତାଙ୍କୁ ହରାଇଥିଲେ । ରେଡ୍ଡୀ ତାଙ୍କ ଜେଜେମା’ ଙ୍କ ପାଖରେ ବଡ଼ ହୋଇଛନ୍ତି । କନଷ୍ଟେବଳ ପଦରୁ ଇସ୍ତଫା ଦେବା ପରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଚତୁର୍ଥ ପ୍ରୟାସରେ ସଫଳତା ହାସଲ କରିଛନ୍ତି ।