• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ । ଦିଲ୍ଲୀ ଏମସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ ଜୁଏଲ୍ । ଏବେ ପୁଣି ଥରେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀ ଏମସର ଛାତି ରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: କୋଭିଡ ପରେ ଏବେ ମଙ୍କିପକ୍ସ ଭୟ!

ସୂଚନା ଅନୁସାରେ ଗତ ଅଗଷ୍ଟ ୧୭ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ମୃତ୍ୟୁ ହୋଇଥିଲା। ୫୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଝିଙ୍ଗିଆ । ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅଗଷ୍ଟ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ଚିନ୍ତାଗସ୍ତ ହୋଇପଡ଼ିଥିଲେ ଜୁଏଲ । ଜୁଏଲଙ୍କ ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟରେ ଧର୍ମପତ୍ନୀଙ୍କ ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା । ପତ୍ନୀଙ୍କ ବିୟୋଗ ତାଙ୍କ ଜୀବନରେ ବଡ଼ କ୍ଷତି ସୃଷ୍ଟି କରିଥିବା ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now