/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735961415.jpg)
Subhadra Yojana Registrations
ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ । ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ ।
ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତା’ଠୁ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ ପ୍ରତିଶତ କିମ୍ବା ତା’ଠୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ଭତ୍ତା ରାଶି ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅଧିକ ପଢ଼ନ୍ତୁ: ବାଣ ନେଲା ଜୀବନ ! ପ୍ରଚଣ୍ଡ ବିସ୍ଫୋରଣରେ ଉଡ଼ିଲା ଛାତ
ଏହା ଚଳିତ ମାସରୁ ହିଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି । ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି ।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା ପାଇଁ ୩୦ ହଜାର ଟଙ୍କା କେନ୍ଦ୍ର ସରକାର ସବସିଡି ଦେଉଥିବାବେଳେ ରାଜ୍ୟ ସରକାର ୨୫ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ ବୋଲି ନିଷ୍ପତ୍ତି ହୋଇଛି ରାଜ୍ୟ କ୍ୟାବିନେଟରେ । ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ବ୍ୟାଙ୍କ ୠଣ ପାଇଁ ସରକାରୀ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)