Advertisment

Raja Chakra EOW Case: ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର; ସାମ୍ନାକୁ ଆସିବ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍

ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ୫୦କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଛନ୍ତି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ।

ଅଦ୍ୟତନ ହୋଇଛି
undefined

BJD Leader Raja Chakra

Advertisment

ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର । ଖୋଲୁଛି ବିଜେଡିର ଖଣି ଖାଦାନରେ ଟଙ୍କା ଖୋଳା ରହସ୍ୟ । ବର୍ଷ ବର୍ଷ ଧରି କେନ୍ଦୁଝର ମାଇନ୍ସରେ କୋଟି କୋଟି ଟଙ୍କା ଆତ୍ମସାତ୍ ନେଇ ମିଳିଛି ପ୍ରମାଣ । ପୂର୍ବରୁ ଏହି ମାମଲାରେ ୨ଜଣଙ୍କୁ ବାନ୍ଧି ଜେଲ ପଠାଇଥିଲା ଇଓଡବ୍ଲୁ । ଅପରପକ୍ଷେ ଘଟଣାରେ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରୁ ଆଗୁଆ ଜାମିନ ନେଇଛନ୍ତି ରାଜା ଚକ୍ର ।

Advertisment

ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ୫୦କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଛନ୍ତି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । ବର୍ଷ ବର୍ଷ ଧରି ଏଇ ସୋସାଇଟିରେ ଅର୍ଥ ହେରଫେର ସହ ଜାଲ କାଗଜପତ୍ର ଦେଇ ସରକାରଙ୍କୁ ଭୂଆଁ ବୁଲାଯାଉଥିବା ଅଭିଯୋଗରେ ଇଓଡବ୍ଲୁ ସ୍କାନରରେ ରାଜା ।

ଆଜି ଦିନ ୧୧ଟାରୁ ହୋଇଛି ଝାଳବୁହା ଜେରା । ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା ଇଓଡବ୍ଲୁ । ପରେ ରିମାଣ୍ଡରେ ଆଣି ଉଭୟଙ୍କୁ ପଚରାଉଚୁରାରୁ ମିଳିଥିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ। ଆଉ ତାରି ଆଧାରରେ ଇଓଡବ୍ଲୁ ରାଜାଙ୍କୁ ଜେରା କରିଛି । ଅନ୍ୟପକ୍ଷେ ଗିରଫଦାରୀ ଏଡାଇବାକୁ ରାଜା ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହୋଇଥିବା କହିଛନ୍ତି ରାଜାଙ୍କ ଓକିଲ । କେନ୍ଦୁଝର ବିଜେଡିର ଏ ପାୱାରଫୁଲ୍ ନେତାଙ୍କ ସହ ଥିବା ତତ୍କାଳୀନ ବିଜେଡି ପାୱାରସେଣ୍ଟରର ଟପ୍ ଲିଡରଙ୍କ ଫଟୋଗୁଡ଼ିକୁ ଦେଖିଲେ ରାଜାଙ୍କର ବିଜେଡିରେ ଭଲ ପତିଆରା ରହିଥିଲା ତାହା ସ୍ପଷ୍ଟ ଅନୁମେୟ । କେତେବେଳେ ବବି ତ କେବେ ପାଣ୍ଡିଆନ୍ । ସବୁବେଳେ କ୍ଷମତାକେନ୍ଦ୍ରର ପାଖେ ପାଖେ ରହୁଥିଲେ ରାଜା ।

Advertisment

ଅଧିକ ପଢ଼ନ୍ତୁ: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...

ଏବେ ଆସନ୍ତୁ ଜାଣିବା ଗନ୍ଧମାର୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରିଟିଭ୍ ସୋସାଇଟିରେ ହୋଇଥିବା ଘୋଟାଲା ସଂପର୍କରେ । ଇଓଡବ୍ଲୁ ତଦନ୍ତ କହୁଛି ୨୦୦୬ ରେ ଗଠିତ ଏହି ସୋସାଇଟି କେନ୍ଦୁଝର ଶୁଆକାଟିରେ ଖଣିଜ ପଦାର୍ଥ ଲୋଡ଼ିଂ କାମ କରିଆସୁଛି । ଏହି ସମବାୟ ସମିତି ଗଠନ କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୁହାପଥର ଖଣି ଉତ୍ତୋଳନରେ ସ୍ଥାନୀୟ ଶ୍ରମିକ ନିଯୁକ୍ତି ସହ ଆଇରନ୍ ଓର୍ ପରିବହନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ।

ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା । ହେଲେ କାମହେଲା ଓଲଟା । ଅଭିଯୋଗ ହେଉଛି ବିଜେଡିର ତତ୍କାଳୀନ ପାୱାର ସେଣ୍ଟରର ହାତ ବାରିସୀ ସାଜିଥିବା ରାଜାଙ୍କ ଜରିଆରେ ଏଇଠୁ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । ଶ୍ରମିକଙ୍କ ଟଙ୍କା ଆସୁଥିଲା ବିଜେଡି ପାର୍ଟି ଅଫିସକୁ ଏବଂ ବାହୁବଳୀ ନେତାଙ୍କ ଆକାଉଣ୍ଟକୁ । ଜାଲ କାଗଜପତ୍ର ପ୍ରସ୍ତୁତ କରି ଶ୍ରମିକଙ୍କ ଅର୍ଥ ବାଟମାରଣାଠୁ ନେଇ ଇପିଏଫ୍ ଟଙ୍କା ଖାଇଯିବା ଭଳି ସଂଗୀନ ଅଭିଯୋଗ ବି ପୂର୍ବ ସରକାର ସମୟରେ ଉଠିଥିଲା । ହେଲେ ତାହାକୁ ଚାପି ଦିଆଯାଇଥିବାର ଅଭିଯୋଗ କରିଛନ୍ତି କେନ୍ଦୁଝର ସ୍ଥାନୀୟ ବିଜେପି ନେତା ।

Advertisment

କେବଳ ସେତିକି ନୁହେଁ, ଇଓଡବ୍ଲୁର ପ୍ରେସରିଲିଜ୍ କହୁଛି ସୋସାଇଟି ସହ ଆଦୌ ଜଡ଼ିତ ନଥିବା କିଛି ବ୍ୟକ୍ତିଙ୍କ ନାଁରେ କୋଟି କୋଟି ଟଙ୍କା ଚେକ୍ ଇସ୍ୟୁ କରାଯାଇଥିଲେ ବି କାହିଁକି ସେ ଅର୍ଥ ଦିଆଯାଇଛି, ତାର ସନ୍ତୋଷ ଜନକ ଉତ୍ତର ମିଳିନି । ଏପରିକି ସ୍ଥାନୀୟ ଅଭିଯୋଗ ଆଧାରରେ କେବଳ ୨୦୨୨ରେ ଏକ ସ୍ପେଶାଲ୍ ଅଡିଟ୍ ଛଡ଼ା ୨୦୧୨ରୁ ଏପର୍ଯ୍ୟନ୍ତ ସୋସାଇଟିର ଅଡିଟ୍ ହୋଇନଥିବା ତଦନ୍ତରୁ ଜଣାପଡ଼ିଛି । ତେଣୁ ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କୁ ଜେରା କରି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଲୁଟିଥିବା ସେଇ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍ ଖୋଜୁଛି ଇଓଡବ୍ଲୁ ।

ଅଧିକ ପଢ଼ନ୍ତୁ: ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ, କହିଲେ...

Odisha Keonjhar EOW BJD Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ