Advertisment

IAS Bishnupada Sethi: ଅଡ଼ୁଆରେ ବରିଷ୍ଠ IAS ଅଫିସର ବିଷ୍ଣୁପଦ ସେଠୀ; ଆଜି ଜେରା କରିବ CBI !

ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ।

ଅଦ୍ୟତନ ହୋଇଛି
bishnupada sethy

bishnupada sethy

Advertisment

ବଢ଼ୁଛି ବରିଷ୍ଠ IAS  ଅଫିସର ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ। ସମନ୍ କରିବା ପରେ ଆଜି ତାଙ୍କୁ ଜେରା କରିପାରେ ସିବିଆଇ। ବିଷ୍ଣୁପଦ ଆଜି CBIରେ ହାଜର ହୋଇପାରନ୍ତି। ଭୁବନେଶ୍ୱରରୁ ୧୦ ଲକ୍ଷ ଟଙ୍କା ଜବତ ମାମଲାରେ ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ । ବିଷ୍ଣୁପଦଙ୍କ ପାଖରେ ପହଞ୍ଚିଛି। ତାଙ୍କୁ କାହିଁକି ସିବିଆଇ ସମନ କରିଛି। ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

Advertisment

ଗତ ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ । ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ। ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ । ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍‌ ସହ ୟା ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ।

ଏଠି ପ୍ରଶ୍ନ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ କାହିଁକି ଜେରା କଲା ସିବିଆଇ ? ଡ୍ରାଇଭରଙ୍କ ଜରିଆରେ ହୋଇଥିଲା କି କିଛି ଡିଲ୍ ? କୌଣସି ପ୍ରକାର ନେଣଦେଣରେ ଏମାନେ ସଂପୃକ୍ତ ଥିଲେ କି ? ଜେରା ପରେ ବିଷ୍ଣୁପଦଙ୍କ ଜଣେ ଡ୍ରାଇଭର ନୃସିଂହ ଶତପଥୀ କିନ୍ତୁ ନିଜ ସଂପୃକ୍ତି ବିଷୟକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଯାହା ଜାଣିଛି ସିବିଆଇକୁ କହିଛି। ବାବୁ ଅନ୍ୟମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। କୁହାଯାଉଛି, ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା ଏବଂ ବ୍ୟାଙ୍କ ତଥ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ବିଷ୍ଣୁପଦ ଏବଂ ତାଙ୍କ ଡ୍ରାଇଭର ଲିଙ୍କ୍‌ ।

Advertisment

ଏପଟେ ସିବିଆଇର ଏ ତନାଘନା ଭିତରେ ସାମ୍ନାକୁ ଆସିଛି ସନ୍ଦେହର ବିନ୍ଦୁକୁ ଯୋଡ଼ିବା ଭଳି ଆଉ ଏକ ବଡ଼ ତଥ୍ୟ । ଅକ୍ଟୋବର ୧୯ରେ SC/ST ବିଭାଗର ସ୍କୁଲ ଅପଗ୍ରେଡେସନ କାମ ପାଇଁ ସେଇ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡକୁ ଏହି ଚିଠି ଲେଖିଛନ୍ତି ନିଜେ ସଚିବ ବିଷ୍ଣୁପଦ ସେଠୀ । ବୌଦ୍ଧ ଏବଂ ନୟାଗଡରେ ସ୍କୁଲ ଅପଗ୍ରେଡେସନ ପାଇଁ ପ୍ଲାନ ଏବଂ ଏଷ୍ଟିମେଟ ଦେବାକୁ ଏହାର ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀଙ୍କୁ ଚିଠି କରିଛନ୍ତି । ଆଉ ଏ ଚିଠି ସ୍ପଷ୍ଟ କରୁଛି ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ସହ ବିଷ୍ଣୁପଦ ସେଠୀଙ୍କର ସିଧାସଳଖ ଲିଙ୍କ୍‌ ରହିଛି। ତେବେ ଏ କାମ ସରକାରୀ ନିୟମ ଆଧାରରେ ଦିଆଯାଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

Advertisment

ତେବେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାରେ ତେଜିଛି ରାଜନୀତି । କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ସିବିଆଇ ନୋଟିସ୍ କରିଛି ହେଲେ କାର୍ଯ୍ୟାନୁଷ୍ଠାନ ହେବା ଭଳି ଲାଗୁନାହିଁ । ଆଗାମୀ ଦିନରେ ତଦନ୍ତ ଧୀରେ ଧୀରେ ଶିଥିଳ ହୋଇଯିବ। ବିଜେଡି କହିଛି ନବୀନ ସରକାରରେ ଅସାଧୁ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ହୋଇଛି । ଡବଲ ଇଞ୍ଜିନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଭଲ କଥା । ଜବାବରେ ବିଜେପି କହିଛି ଯେଉଁ ଅଧିକାରୀ ଦୁର୍ନୀତି କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ନେତା କି ଅଧିକାରୀ ଯିଏ ଦୁର୍ନୀତି କରିବେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

CBI Bishnupada Sethi IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ