Advertisment

Tigress Zeenat: ଜନ୍ତାରେ ଜିନ୍ନତ; ଖୁବଶୀଘ୍ର ଶିମିଳିପାଳ ଫେରିବ ମରାଠା ବାଘୁଣୀ

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ବଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ।

ଅଦ୍ୟତନ ହୋଇଛି
Zinnat

Zinnat

Advertisment

ଟ୍ରାଙ୍କୁଲାଇଜ୍ ହେବା ପରେ କଡ଼ା ସୁରକ୍ଷା ବଳୟରେ ଜିନ୍ନତ । ଟ୍ରାଙ୍କୁଲାଇଜ୍ ହେବା ପରେ ଏନକ୍ଲୋଜରରୁ ବାଘୁଣୀର ପ୍ରଥମ ଝଲକ ସାମନାକୁ ଆସିଛି। ଏନକ୍ଲୋଜରରେ ଗୁମସୁମ୍ ଅବସ୍ଥାରେ ରହିଛି ଜିନ୍ନତ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏବେ ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଏନକ୍ଲୋଜରରେ ରହିଛି ଏହି ମରାଠା ବାଘୁଣୀ।

Advertisment

ପ୍ରାୟ ମାସେ ପରେ କାବୁ ହୋଇଛି ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗୋପାଳପୁର ଗାଁରୁ ତାକୁ କାବୁ କରାଯାଇଛି। ଟ୍ରାଙ୍କୁଲାଇଜ୍ ପରେ ତାକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ଆଲିପୁର ଚିଡ଼ିଆଖାନା। ଭିଭିଆଇପି କାରକେଡ୍ ଭଳି ଜିନ୍ନତକୁ ମିଳିଥିଲା କଡ଼ା ସୁରକ୍ଷା। ସ୍ବାସ୍ଥ୍ୟ ପରୀକ୍ଷା ସରିବା ପରେ ଶିମିଳିପାଳ ଫେରିବ ଜିନ୍ନତ । ତେବେ ପ୍ରଶ୍ନ ଉଠୁଛି, ପୁଣି ଏନକ୍ଲୋଜରରେ ରହିବ ନା କୋର୍ ଏରିଆରେ ଛଡ଼ାଯିବ ?

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ବଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ। ଆଗାମୀ ଦିନରେ ଜିନ୍ନତଯେପରି ଶିମିଳିପାଳ ସୀମା ବାହାରକୁ ନଯିବ, ତା ସୁନିଶ୍ଚିତ କରିବାକୁ ନୂଆ ରଣନୀତି ଆପଣେଇବ ବନ ବିଭାଗ।

Advertisment

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

ଶିମିଳିପାଳରେ ଜିନ୍ନତ ଅସଂଗତି ଦୂର କରି ମହାବଳ ବଂଶ ବିସ୍ତାର ପାଇଁ ନଭେମ୍ବର ୧୪ରେ ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଶିମିଳିପାଳ ଆସିଥିଲା ଜିନ୍ନତ । ୧୦ ଦିନ ପରେ ଏହାକୁ ଶିମିଳିପାଳର ଚହଳା କୋର ଏରିଆରେ ଛଡ଼ାଯାଇଥିଲା । କିନ୍ତୁ ସେଠାରୁ ବାହାରି ପ୍ରଥଣେ ଝାଡ଼ଖଣ୍ଡର ଚାଇବାସା ଦେଇ ଚାକୁଳିଆ ରେଞ୍ଜର ରାଜାବାସାରେ ପହଞ୍ଚିଥିଲା । ସେଠି ୧୦ ଦିନ ଘୁରି ବୁଲିବା ପରେ ଡିସେମ୍ବର ୨୦ରେ ଏହା ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ।

ପ୍ରଥମେ ଝାରଗ୍ରାମର ବେଲପାହାଡ଼ି ଜଙ୍ଗଲରେ ଦିନେ କାଟିବା ପରେ ପୁରୁଲିଆ ଜିଲ୍ଲାର ବାନ୍ଦୱାନରେ ଡେରା ବାନ୍ଧିଥିଲା। ଜିନ୍ନତ କୁ ଧରିବା ବନବିଭାଗ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ହୁଏତ ମହାରାଷ୍ଟ୍ରରୁ ଟ୍ରାଙ୍କୁଲାଇଜ୍ କରି ଅଣାଯିବା ପରେ ଏଯାଏଁ ତା’ର ଟ୍ରାନ୍ସପୋର୍ଟେସନ ସକ୍ ଯାଇନି । ଏମିତି ବି ହୋଇପାରେ ଶିମିଳିପାଳ ଅଭୟାରଣ୍ୟକୁ ସେ ଗ୍ରହଣ କରିପାରୁନି । ଏଣୁ ସବୁ ଭୌଗଳିକ ସୀମା ରେଖା ଡେଇଁ ସେ ଘୁରି ବୁଲୁଛି।

Advertisment

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

Odisha Similipal Tiger Reserve PCCF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ