Advertisment

ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତ

କୋରାପୁଟରେ ମାଟି ଅତଡ଼ା ଧସିବାରୁ ୨ ମହିଳା ମୃତ । କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ଧସିଲା ମାଟି ଅତଡ଼ା ।

author-image
Sujit kumar Swain
ଅଦ୍ୟତନ ହୋଇଛି
mudslide incident

mudslide incident

କୋରାପୁଟ କୋଲାବ ଡ୍ୟାମ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡା ଧସି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇ କୋରାପୁଟ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ମାନେ ହେଲେ ସ୍ଥାନୀୟ ସଲମନଗୁଡା ଗାଁର ପୂର୍ଣ୍ଣି ଜାନୀ ଓ ସାନମତି ଜାନୀ। ଆହତ ଜଣକ ହେଲେ ଚମ୍ପା ବଡ଼ ନାଏକ।  

Advertisment

ସୂଚନା ଅନୁସାରେ ଗାଁର ୧୦ ଜଣ ମୋରମ ପାହାଡ଼ରୁ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଧସିଥିଲା । ଏଥିରେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସେପଟେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ ହୋଇଛି । ରେଢ଼ାଖୋଲ ଥାନା କଳିନ୍ଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳକ ବୟସ ସାଢେ ୩ ବର୍ଷ ଓ ଅଢ଼େଇ ବର୍ଷ ସୂଚନା ରହିଛି । ଖେଳୁଥିବା ବେଳେ ପୋଖରୀରେ ପଡ଼ିଯାଇ ବୁଡ଼ି ମୃତ ହୋଥିବା ସୂଚନା ରହିଛି ।

Advertisment

Accident
Advertisment
Advertisment