• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜ୍ୟରେ କିଛି ସ୍ଥାନରେ କିଛିଦିନ ହେବ ଲାଗି ରହିଛି ଲଗାଣ ବର୍ଷା। ଫଳରେ ଅନେକ ନଦୀରେ ଉଛୁଳା ପାଣି। ଏଭଳି ନଈ ବଢ଼ି ସମୟରେ ଅନେକ୍ ଦୃଶ୍ୟ ସାମ୍ନାକୁ ଆସେ। ଉଛୁଳା ନଦୀ ପାରି ହୋଇ କିଏ ରିଲିଫ୍, ଭତ୍ତା ବାଣ୍ଟିବା ଓ ପିଲାଙ୍କୁ ପାଠ ପଢ଼ାଇବାକୁ ଯିବାର ଘଟଣା ସାମ୍ନାକୁ ଆସେ। ଜଣେ ଅଙ୍ଗନବାଡି ଦିଦି ଭରା ନଦୀ ପାରି ହୋଇ ପିଲାଙ୍କୁ ପାଠ ଆସିବା ଘଟଣା ସାମ୍ନାକୁ ଆସିଛି।

ବଢ଼ି ପାଣିରେ ପାର ହୋଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଲେ ଦିଦି। ନଦୀ ସୁଅକୁ କାଟି ପେଟେ ପାଣିରେ ପହଁରି ପହଁରି ଗଲେ ଅଙ୍ଗନବାଡ଼ି ଦିଦି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ଗାଁର ଅଙ୍ଗନବାଡ଼ି ଦିଦି କରିସ୍ମା ନାଏକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ କରିସ୍ମା। ମଳଦା ନଦୀ ଆରପଟେ ରହିଛି ହଳଡିହି ଗାଁ।

 

ଲଗାଣ ବର୍ଷାରେ ନଦୀ ଦୁଇ କୂଳ ଖାଇ ବଢୁଥିଲା। ପୋଲ ନଥିବାରୁ ୭ଦିନ ହେଲାଣି ହଳଡିହି ଗାଁ ପାଣିଘେରରେ ରହିଛି। ଆଜି ନଦୀରେ ଟିକିଏ ପାଣି କମିବା ପରେ ଅଙ୍ଗନବାଡି ସେଣ୍ଟରକୁ ବାହାରିଥିଲେ ଦିଦି। ନିଜ ଗାଁ କାଦକଳାଠାରୁ ଦୁଇ କିଲୋମିଟର ଚାଲିଲା ପରେ ମଳଦା ନଦୀ ପାରି ହୋଇ ହଳଡିହି ଗାଁକୁ ଯାଆନ୍ତି। ପୋଲ ନଥିବାରୁ ବର୍ଷା ଦିନେ ଅସୁବିଧା ଭୋଗିବାକୁ ପଡୁଛି।

 

ଗାଁ ଲୋକଙ୍କ ସହାୟତାରେ ନଦୀ ପାର ହୋଇ ଅଙ୍ଗନବାଡି ସେଣ୍ଟରକୁ ଆସିଥିଲେ କରିସ୍ମା ଦିଦି। ଏହାପରେ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ବାହାରୁଛି ସାବାସ ଦିଦି।

  • Reported by:
  • Chinmaya Sahoo
ଓଟିଭି ବିଜ୍ଞାପନ