Advertisment

Rath yatra 2025 : ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ

ଜୟ ଜଗନ୍ନାଥ...ଗୁଣ୍ଡିଚା ନାମେ ମୋ ଯାତ୍ରା ପରମପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଜଗନ୍ନାଥ ପୁରାଣରେ ସ୍ବୟଂ ମହାପ୍ରଭୁ ଯେଉଁକଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଆଜି ସେହି ପବିତ୍ର ଘୋଷଯାତ୍ରା।

author-image
Tapaswini Nayak
puri

puri

ଜୟ ଜଗନ୍ନାଥ...ଗୁଣ୍ଡିଚା ନାମେ ମୋ ଯାତ୍ରା ପରମପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଜଗନ୍ନାଥ ପୁରାଣରେ ସ୍ବୟଂ ମହାପ୍ରଭୁ ଯେଉଁକଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଆଜି ସେହି ପବିତ୍ର ଘୋଷଯାତ୍ରା। ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି। ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର। ଯାହାକୁ ଅନ୍ତର୍ବେଦୀ ବା ଜନ୍ମବେଦୀ ମହୋତ୍ସବ କୁହାଯାଏ। ସିଂହଦ୍ବାରରେ ବିଶ୍ବନିୟନ୍ତାଙ୍କୁ ଅପେକ୍ଷାରତ ତିନି ରଥଙ୍କୁ ଦର୍ଶନ କରି ଏବେ କେତେ ଭାବବିହ୍ବଳ ଭକ୍ତ। ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।

Advertisment

ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ। ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ ।

ଅନ୍ୟପକ୍ଷରେ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।

Advertisment

ଅଧିକ ପଢ଼ନ୍ତୁ: ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ ସହର; ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ନଜର

ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର। ଜଳ, ସ୍ଥଳ ଓ ଆକାଶମାର୍ଗରୁ ରହିଛି ନଜର। ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। । କାରଣ ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ ।

ଅଧିକ ପଢ଼ନ୍ତୁ: ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

Puri Puri Jaggannth Temple Ratha Jatra
Advertisment
Advertisment