Advertisment

Subhadra Yojana: ‘ସୁଭଦ୍ରା’ ଆବେଦନକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ କହିଲେ...

ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି । ସୋମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

‘ସୁଭଦ୍ରା ଯୋଜନା’କୁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ଦେଲେ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି । ସୋମାନଙ୍କୁ ଆବେଦନ କରିବାକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ । ଜଲ୍‌ଦି ଆବେଦନ କରନ୍ତୁ, ଟଙ୍କା ଦେବୁ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Advertisment

ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଡମ୍ବନା,ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ଅପଡେଟ ପାଇଁ କିଛିଦିନ ତଳେ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପେଟ ଏବେ ବି ଅନେକ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି।

ଅଧିକ ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି; ଉପାସରେ ଗଲେ ବରଯାତ୍ରୀ

ଆଉ ଅଳ୍ପ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ? କେୱାଇସି ଅପଡେଟ ନଥିବାରୁ ଏବେ ବି ୨ ଲକ୍ଷ ଆବେଦନ ସାମିଲ ହୋଇ ପାରୁନାହିଁ। ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ସେମାନଙ୍କୁ କେୱାଇସି ଅପଡେଟ କରିବାକୁ ପୁଣି ଥରେ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଯେଉଁ ୫ ଲକ୍ଷ ମହିଳାଙ୍କ କେୱାଇସି ଅପଡେଟ ନଥିଲା ସେଥିରୁ ୩ ଲକ୍ଷ ମହିଳା କେୱାଇସି  ଅପଡେଟ କରିଛନ୍ତି। ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଅନ୍ୟପଟେ ଅଜାଣତରେ ଅପ୍ଟ ଆଉଟ୍ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ମହିଳା ପୁଣି ଥରେ ଅପ୍ଟ ଇନ୍ କରିଛନ୍ତି। ବାକି ୧୪ ହଜାର ମହିଳା ଆୟକର ବର୍ଗର ହୋଇଥିବାରୁ ଅପ୍ଟ ଇନ୍ କରୁନଥିବା କହିଥିଲେ ଉପମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା ଚତୁର୍ଥ କିସ୍ତି ପରେ ବି ଯଦି କେହି କେୱାଇସି ଅପଡେଟ କରୁଛନ୍ତି କିମ୍ବା ଅପ୍ଟ ଇନ୍ କରୁଛନ୍ତି ସେମାନଙ୍କୁ ବି ସୁଯୋଗ ଦେବେ ସରକାର।

Advertisment

ଏବେ ଯାଏଁ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଲେଣି ସରକାର। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ବିଭାଗ। କିନ୍ତୁ ଆକାଉଣ୍ଟ ମିସମ୍ୟାଚ, କେୱାଇସି ଅପଡେଟ୍, ଅଜାଣତରେ ଅପ୍ଟ୍ ଆଉଟ ଭଳି କାରଣ ପାଇଁ ୨୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରି ହେଉନଥିଲା। ସେଥିପାଇଁ ବାଦ୍ ପଡିଥିବା ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଡିସେମ୍ବର ପରିବର୍ତ୍ତେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ଥିର କରିଛନ୍ତି ସରକାର। ଏପଟେ ଆରମ୍ଭରୁ ଆବେଦନ କରିଥିଲେ ବି ୩ ଟି ପର୍ଯ୍ୟାୟ ପରେ ଟଙ୍କା ଆସିନଥିବାରୁ ଆଶା ଆଶଙ୍କାରେ ଆବେଦନକାରୀ।

ଅଧିକ ପଢ଼ନ୍ତୁ: କୋଲକାତା କାଣ୍ଡ: ଦୋଷୀ ସଞ୍ଜୟ ରାୟ ବିରୋଧରେ ରାୟ, ମଲା ଯାଏଁ ସଜା କାଟିବ ଜେଲରେ

 

Odisha News Pravati Parida
Advertisment
Advertisment