Subhadra Yojana:'ସୁଭଦ୍ରା'କୁ ନେଇ ଆସିଲା ବଡ଼ ଖବର; ୧୫ ପରେ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା...

ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ ।

Subhadra Yojana

'ସୁଭଦ୍ରା' ଯୋଜନାକୁ ନେଇ ଆସିଲା ବଡ଼ ଖବର। ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା । କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା ।

ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି । ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି। ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ବନ୍ଦ୍ବ ପାଇଁ ଡିସେମ୍ବର ୩୦ ଯାଏଁ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି । ତେଣୁ ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ।

ଅଧିକ ପଢ଼ନ୍ତୁ: 'ସୁଭଦ୍ରା': କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୩୧ ସୁଦ୍ଧା ଆବେଦନ କଲେ ମିଳିବ ୨ କିସ୍ତି

ସୂଚନା ଅନୁସାରେ ୧୭ ସେପ୍ଟେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । 

ସୁଭଦ୍ରା ଯୋଜନା: କେଉଁ ମାନେ କରିପାରିବେ ଆବେଦନ ?

ଅଧିକ ପଢ଼ନ୍ତୁ: ଥରାଉଛି ଶୀତ, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା