Advertisment

Students Union Election: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ‘ଆସନ୍ତା ଶିକ୍ଷା ବର୍ଷରେ ହେବ ଛାତ୍ର ସଂସଦ ନିର୍ବାଚନ’

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
Students Union Election

Students Union Election

Advertisment

ଆସିଲା ବଡ଼ ଖବର। ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ।

Advertisment

ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ମାତ୍ର ୫ ମାସ ମଧ୍ୟରେ, ମୋହନ ମାଝୀ ସରକାର ଦୀର୍ଘ ୫ ବର୍ଷ ଧରି ସ୍ଥଗିତ ଥିବା ପୋଲିସ ମହାସଂଘ ନିର୍ବାଚନ ହୋଇଥିଲା, ଯାହାକୁ ନେଇ ଅଧ ଲକ୍ଷରୁ ଅଧିକ ସଂଖ୍ୟାରେ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିଲା। ପୋଲିସ୍ ସଂଘର ନିର୍ବାଚନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା। 

ଅଧିକ ପଢ଼ନ୍ତୁ: କେମିତି ଥିଲା ୨୪ର ରାଜନୀତି: କାହିଁକି ଫେଲ୍ ମାରିଲା ବିଜେଡିର ସବୁ ରଣନୀତି

Advertisment

ନୂଆ ମୋହନ ମାଝୀ ସରକାର ଆସିବାରୁ ଦୀର୍ଘଦିନ ଧରି ଅଟକି ରହିଥିବା ପୋଲିସ ମହାସଙ୍ଘ ନିର୍ବାଚନ ଯଦି ହେଇପାରିଲା ତା’ହେଲେ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ବାଟ ଖୋଲିଯାଇ ପାରେ ବୋଲି ଛାତ୍ରଛାତ୍ରୀମାନଙ୍କ ଭିତରେ ଆଶା ସଂଚାର ହୋଇଥିଲା! କାରଣ, ପ୍ରାୟ ଦୀର୍ଘ ୬ ବର୍ଷ ହେଲା ୨୦୧୮ରୁ କ୍ୟାମ୍ପସ ନିର୍ବାଚନ ବନ୍ଦ ଥିବାରୁ ପୂର୍ବ ସରକାର ବିରୋଧରେ ବିଧାନସଭା ଭିତରେ ଓ ବାହାରେ ପ୍ରତିକ୍ରିୟା ବ୍ୟାପକ ହୋଇଥିଲା। ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସଂଶୟ ଉପରୁ ପରଦା ହଟିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଭରି ଦେଇଛି।

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ ଦଳ ଓ ସେମାନଙ୍କ ଛାତ୍ର ସଂଗଠନ ପକ୍ଷରୁ ବ୍ୟାପକ ଦାବି, ପ୍ରତିବାଦ ଓ ଆନ୍ଦୋଳନ ହୋଇଥିଲା। ନିକଟରେ ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସମୟରେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି, ଅଣାୟତ ପରିସ୍ଥିତି ସୃଷ୍ଟି କରିଥିଲା। କଲେଜ ନିର୍ବାଚନ କରିବା ଦାବିରେ ବିଧାନସଭା ଘେରାଉ ଉଦ୍ୟମ ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ବହୁବାର ବ୍ୟାପକ ଆନ୍ଦୋଳନ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ନିର୍ବାଚନ କରିବା ଦାବିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନର ଚିତ୍ର ସାମ୍ନାକୁ ଆସିଛି। ଏଆଇଏସ୍ଏଫ୍ ତଥା ବାମପନ୍ଥୀ ଦଳର ଛାତ୍ର ସଂଗଠନ ଏ ବାବଦରେ ଜୋରଦାର ଆନ୍ଦୋଳନ କରିଛି। ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଗଠନ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

Odisha News NSUI Student Odisha CM ABVP Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ