Advertisment

FM College Case: ‘ପୀଡ଼ିତାଙ୍କୁ ବଞ୍ଚାଇବାକୁ ଜୀବନ ବାଜିରେ ଲଗାଇଲା ମୋ ପୁଅ, ଭୁଲିଗଲେ ସମସ୍ତେ’

ପୀଡ଼ିତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ଜ୍ୟୋତି ପ୍ରକାଶ । SCB ବର୍ଣ୍ଣ ୟୁନିଟରେ ଏବେ ତାଙ୍କର ଚିକିତ୍ସା ଚାଲିଛି ।ତେବେ ଏତେ ସାହସିକ ପଦକ୍ଷେପ ନେଇ ନିଜ ଜୀବନକୁ ବାଜି ଲଗାଇଥିବା ଜ୍ୟୋତିପ୍ରକାଶକୁ ସମସ୍ତେ ଭୁଲି ଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

author-image
Sujit kumar Swain
FM College Case

FM College Case

ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ । ପୀଡ଼ିତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ଜ୍ୟୋତି ପ୍ରକାଶ । SCB ବର୍ଣ୍ଣ ୟୁନିଟରେ ଏବେ ତାଙ୍କର ଚିକିତ୍ସା ଚାଲିଛି ।

Advertisment

ତେବେ ଏତେ ସାହସିକ ପଦକ୍ଷେପ ନେଇ ନିଜ ଜୀବନକୁ ବାଜି ଲଗାଇଥିବା ଜ୍ୟୋତିପ୍ରକାଶକୁ ସମସ୍ତେ ଭୁଲି ଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାର, ପ୍ରଶାସନ କି କଲେଜ କର୍ତ୍ତୃପକ୍ଷ କେହି ବି ଯୋଗାଯୋଗ କରିନାହାନ୍ତି । ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଜ୍ୟୋତିପ୍ରକାଶଙ୍କ ବାପା । ଜ୍ୟୋତିପ୍ରକାଶଙ୍କ ବାପାଙ୍କ ଅଭିଯୋଗ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ ବଞ୍ଚିଥିଲାବେଳେ ଟାହିଟାପରା କଲେ ଆଉ ମଲା ପରେ ନ୍ୟାୟ ପାଇଁ ଚିଲୋଉଛନ୍ତି। ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ। କଶିସ୍ କହିଛନ୍ତି- ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। କେବଳ ଟାହିଟପରା ନୁହେଁ, ସାଙ୍ଗ ସପକ୍ଷରେ ମାତ୍ର ଆମେ ୧୦ ଜଣ ଥିବାବେଳେ ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ। ସେମାନଙ୍କ ଛି ଛିକୁ ସହି ନପାରି ସାଙ୍ଗ ହାରିଗଲା, ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଜଣାପଡ଼ିବ ସେଦିନ ଅଧା ତଦନ୍ତ ସରିଯିବ ବୋଲି କହିଛନ୍ତି କଶିସ୍। 

Advertisment

ଅପରପକ୍ଷେ ୮ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

fm-college-news
Advertisment
Advertisment