Advertisment

Potato Crisis In Odisha: ପୁଣି ଆଳୁ ଝମେଲା: ଓଡ଼ିଶା ବଜାରରୁ ଉଭାନ୍ ଆଳୁ, ବଜାରରେ ଦର ଚଢ଼ା

ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣିଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ।

undefined

Potato Crisis In Odisha

Advertisment

ବଜାରରେ ପୁଣି ଆଳୁ ଅମୂଲ ମୂଲ। ଗୋଦାମରେ ବି ଆଉ ଷ୍ଟକ୍ ନାହିଁ। ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ। ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ଏପଟେ ଯୋଗାଣ ମନ୍ତ୍ରୀ କହିଲେଣି-ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି।

Advertisment

ପୁଣି ଆଳୁ ଝମେଲା । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନି । ତେଣୁ ବଜାରରେ ଦର ଚଢ଼ା । ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣିଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ବର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି। ସେପଟେ ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି, ତା ବି ସରି ଆସିଲାଣି। ରାଜ୍ୟର ବଡ଼ ପରିବାମଣ୍ଡି କଟକର ଛତ୍ରବଜାର ହେଉ କି ଭୁବନେଶ୍ବରର ୧ ନମ୍ବର ମାର୍କେଟ୍, ସବୁଠି ଉପୁଜିଲାଣି ଆଳୁ ସଙ୍କଟ। ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ, ବ୍ୟବସାୟୀ କହିଲେଣି ଆଳୁ ଯୋଗାଣ ସ୍ବାଭାବିକ ନହେବା ଯାଏଁ କିଛି କହି ହେବନି।

ଅଧିକ ପଢ଼ନ୍ତୁ: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

ଏଠି ପ୍ରଶ୍ନ, ଯେଉଁ ସମୟରେ ଆଳୁ ଅମଳ ହୋଇ ବଜାରରେ ହାଉଜାଉ ହେବା କଥା, ସେତେବେଳେ ପୁଣି ଏ ଦରକାରୀ ପରିବାର ସଙ୍କଟ କାହିଁକି ? ମାତ୍ର ୩ ମାସ ଯାଇନି ପୁଣି କାହିଁକି ପଶ୍ଚିମବଙ୍ଗ ସରକାରଙ୍କର ବାହାରିଲା ଆଳୁ ରୋଗ ? ସତରେ ନିଜ ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସୀମାରୁ ଆଳୁ ଗାଡ଼ି ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନା ତା ପଛରେ ଲୁଚିଛି ରାଜନୈତିକ ଅଭିସନ୍ଧି ? 

Advertisment

ଏସବୁ ଉତ୍ତର ଖୋଜା ଭିତରେ ଯୋଗାଣ ମନ୍ତ୍ରୀ ରଖିଛନ୍ତି ରୋକଠୋକ୍ ଜବାବ। କହିଛନ୍ତି- ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ଆଜି ୩୦ ଟଙ୍କାରେ ଆଳୁ କିଣିଥିବା କହିଛନ୍ତି। ଅନ୍ୟପକ୍ଷରେ ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ଚଢା ଦରରେ କେଉଁଠି ଆଳୁ ବିକ୍ରି ହେଲେ ଚଢ଼ାଉ କରାଯିବ। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଆଳୁ ଉତ୍ପାଦନରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶାକୁ ଦୈନିକ ୪୫୦୦ ଟନ୍ ଓ ବାର୍ଷିକ ୧୪ ଲକ୍ଷ ଟନ୍ ଆଳୁ ଦରକାର। ଦେଖିବାର କଥା ଆଳୁ ସଂକଟର ସମାଧାନ କେବେ ହେଉଛି।

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ 

Potato Potato Crisis Potato Prices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ