Advertisment

ମୂଷାଙ୍କ କବଳରେ ମେଡିକାଲ କଲେଜ, ଚାରିଆଡ଼େ ମାଳ ମାଳ ମୂଷା

ବେଡ୍‌ରେ ମୂଷା... ବେଡ୍‌ ତଳେ ବି ମୂଷା... ରୋଗୀ ମୁଣ୍ଡ ଉପରେ ବି ମୂଷା...। ଯୁଆଡ଼େ ଦେଖିଲେ ସିଆଡ଼େ ମୂଷା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Rat Menace at Saheed Laxman Nayak Medical College and Hospital In Koraput

Rat Menace

ବେଡ୍‌ରେ ମୂଷା... ବେଡ୍‌ ତଳେ ବି ମୂଷା... ରୋଗୀ ମୁଣ୍ଡ ଉପରେ ବି ମୂଷା...। ଯୁଆଡ଼େ ଦେଖିଲେ ସିଆଡ଼େ ମୂଷା । ମେଡିକାଲକୁ ଯଦି ଆପଣ ରୋଗୀ ନେଇ ଯାଇଥିବେ ତେବେ ଏମିତି ଦୃଶ୍ୟ ନିଶ୍ଟୟ ଆପଣମାନେ ଦେଖିଥିବେ । ମେଡିକାଲରେ ପୁଣି ମେଞ୍ଚେ ମେଞ୍ଚେ ମୂଷା । ଗୋଟାଏ ଘଣ୍ଟା ମଧ୍ୟ ମୂଷାମାନଙ୍କ ମେଳରେ ଏହି ମେଡିକାଲରେ ବିତାଇବା କେତେ ଯେ କଷ୍ଟ ତାହା କେବଳ ଅନୁଭବୀ ହିଁ ବୁଝିପାରିବେ ।

Advertisment

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ଏଠି ମୂଷା ଦାଉରେ ପୂରା ଅତିଷ୍ଠ ରୋଗୀ । ମୂଷାଙ୍କୁ ଦେଖି କର୍ତ୍ତୃପକ୍ଷ ଚିନ୍ତା ବି ବଢ଼ିବାରେ ଲାଗିଲାଣି । ଏଥିପାଇଁ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଉଛି । ମେଡିକାଲରେ ଲାଗିଛି ୨୦ ଯନ୍ତା । ଯନ୍ତାରେ ମୂଷା ପଡ଼ିବାର କ୍ଷଣି ଅନ୍ୟତ୍ର ସ୍ଥାନକୁ ନେଇ ଛାଡ଼ି ଦିଆଯାଉଛି ।

ଏ ପ୍ରସଙ୍ଗରେ ମେଡିକାଲ୍ କଲେଜର ଅଧିକ୍ଷକଙ୍କ କହିବା କଥା, ମୂଷା ଉପଦ୍ରବ ପୂର୍ବ ଅପେକ୍ଷା ଅଧିକ ବଢ଼ିଛି । ମୂଷା ଆସୁଥିବା ସ୍ଥାନ ଗୁଡିକୁ ମରାମତି କରି ବନ୍ଦ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି । ହେଲେ ବିଭାଗ ଏହାକୁ ଏତେଟା ଗୁରୁତ୍ଵ ଦେଉ ନାହିଁ । ଫଳରେ ବାଧ୍ୟ ହୋଇ ମୁଷା ଯନ୍ତା ଲଗାଯାଇ ମୂଷା ଧରା ଯାଉଛି । ଆଗକୁ ଟେଣ୍ଡର ମାଧ୍ୟମରେ ମୂଷା ନିପାତ କରିବାକୁ ପ୍ଲାନ ହୋଇଛି ବୋଲି କହିଛନ୍ତି ଅଧିକ୍ଷକ ।

Advertisment

ତେବେ ଓଟିଭିରେ କିଛି ଦିନ ତଳେ ମେଡିକାଲ୍ କଲେଜର ଆଇସିୟୁ ଏବଂ ଡାକ୍ତରଙ୍କ ଚ୍ୟାମ୍ୱରରେ ମୂଷାମାନଙ୍କ ଏ ଉପଦ୍ରବ ନେଇ ଖବର ପ୍ରସାରଣ କରାଯାଇଥିଲା । ଯାହାଫଳରେ ଏବେ ଚେତିଛନ୍ତି କର୍ତ୍ତୃପକ୍ଷ । ହେଲେ ଆଗକୁ ସଚେତନ ସହ ସଫେଇକୁ ଗୁରୁତ୍ୱ ନ ଦେଲେ ମୂଷା ଉପଦ୍ରବ କମିବନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Special Story Patients Medical College
Advertisment
Advertisment