Mohan Majhi: ମୁଖ୍ୟମନ୍ତ୍ରୀଙ୍କ ମୁଣ୍ତରେ ଋଣ କେତେ, ସମ୍ପତ୍ତି କେତେ ...

ଚନ୍ଦ୍ରବାବୁ ନାଇଡୁ କରିଛନ୍ତି ମାତ୍ର ୧୦ କୋଟି ଋଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ତାଙ୍କର ମାତ୍ର ୧୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି ।

Mohan Majhi

ମୁଖ୍ୟମନ୍ତ୍ରୀ ମୋହନଙ୍କ ଉପରେ ଋଣ ଭାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ରହିଛି ୯୫ ଲକ୍ଷ ଟଙ୍କାର ଋଣ । ସମ୍ପତ୍ତି ରହିଛି ୧ କୋଟି ୯୭ ଲକ୍ଷ ଟଙ୍କା । ସଦ୍ୟ ପ୍ରକାଶିତ ଏଡିଆର ରିପୋର୍ଟରୁ ଏହା ଜଣାପଡିଛି । ମୋହନଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏଟ ପ୍ରଫେସନାଲ । ତାଙ୍କ ନାଁରେ ରହିଛି ଗୋଟିଏ ମାମଲା ।

୨୮ଟି ରାଜ୍ୟ ୩ ଟି କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠକୁ ଏଡିଆର ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ପକ୍ଷରୁ ଆନାଲିସିସ କରାଯାଇ ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଦେଶର ସବୁଠୁ ବଡ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କ ପାଖରେ ରହିଛି ୯୩୧ କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

ସେହିଭଳି ଦ୍ବିତୀୟରେ ଅଛନ୍ତି ଅରୁଣାଞ୍ଚଳ ମୁଖ୍ୟମନ୍ତ୍ରୀ ପୋମା ଖଣ୍ଡୁ । ତାଙ୍କର ରହିଛି ୩୩୧ କୋଟି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପାଖରେ ରହିଛି ୫୧ କୋଟି । ଏହି ୩ ମୁଖ୍ୟମନ୍ତ୍ରୀଙ୍କ ଉପରେ ଋଣ ରହିଛି । ପୋମା ଖଣ୍ଡୁ ସର୍ବାଧିକ ୧୮୦ କୋଟି ଟଙ୍କା ଋଣ କରିଥିବା ବେଳେ, ସିଦ୍ଦରମେୟା କରିଛନ୍ତି ୨୩ କୋଟି ଟଙ୍କାର ଋଣ ।

ଏହା ସହ ଚନ୍ଦ୍ରବାବୁ ନାଇଡୁ କରିଛନ୍ତି ମାତ୍ର ୧୦ କୋଟି ଋଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ତାଙ୍କର ମାତ୍ର ୧୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି । ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ରହିଛି ମାତ୍ର ୫୫ ଲକ୍ଷ ଟଙ୍କା । କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ରହିଛି ୧ କୋଟି ଟଙ୍କାର ସମ୍ପତ୍ତି ।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡୀଙ୍କ ନାଁରେ ରହିଛି ସର୍ବାଧିକ ୮୯ ମାମଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ନାଁରେ ରହିଛି ୪୭ ଅପରାଧିକ ମାମଲା । ଏଡିଆର ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ତଥ୍ୟ ଅନୁସାରେ, ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ଦଶମ ପାସ କରିଥିବା ବେଳେ ୩ ଜଣ ମୁଖ୍ୟମନ୍ତ୍ରୀ ମାତ୍ର ୧୨ କକ୍ଷ ପାସ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଜନ୍ତାରେ ଜିନ୍ନତ; ଖୁବଶୀଘ୍ର ଶିମିଳିପାଳ ଫେରିବ ମରାଠା ବାଘୁଣୀ