/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748401009.jpg)
Sonalika Mishra
କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ। ଗାଁ ମାଟିରୁ ବଢ଼ି ହାସଲ କଲେ ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଯେ ସଫଳତା ପାଇବାର ଗୋଟିଏ ମାତ୍ର ଚାବିକାଠି, ଏହାକୁ ପ୍ରମାଣିତ କରିଛନ୍ତି ନରସିଂହପୁରର ଝିଅ ସୋନାଲିକା ମିଶ୍ର। DGCA ଦ୍ୱାରା ଗଠିତ ସମସ୍ତ ପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସୋନାଲି।
ଅଧିକ ପଢ଼ନ୍ତୁ: ନାଣ୍ଡୁ ବାବୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ନରି ପଣ୍ଡାଙ୍କ ପରେ ମାମୁନୀ ଷଡ଼ଙ୍ଗୀ
ଆଉ ପ୍ରାପ୍ତ କରିଛନ୍ତି କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ବା CPL। ଏଥିପାଇଁ ତାଙ୍କୁ ୨୦୦ ଘଣ୍ଟା ପ୍ଲେନ ଉଡ଼ାଇବାକୁ ପଡ଼ିଥିଲା। ଯେଉଁଥିପାଇଁ ତାଙ୍କୁ ୩ ବର୍ଷର ଧରି ପରିଶ୍ରମ କରିାକୁ ପଡିଥିଲା। ତେବେ ଲାଇସେନ୍ସ ମିଳିବା ପରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ସୋନାଲି। ଏବେ ସୋନାଲିକା ଟ୍ରେନିଂ ପାଇଲଟ୍ ଭାବେ ଏକ ବିମାନ କମ୍ପାନୀରେ କୋ-ପାଇଲଟ୍ ଭାବେ କାର୍ଯ୍ୟ କରିବେ। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମାଆ ଓ ଜେଜେ, ଜଜେମାଙ୍କୁ ଦେଇଛନ୍ତି।
ସୋନାଲିଙ୍କ ବାପା ନିର୍ମଳେନ୍ଦୁ ମିଶ୍ର ହେଉଛନ୍ତି ନରସିଂହପୁର ବାର୍ ଆସୋସିସନର ସଭାପତି। ଝିଅର ସଫଳତା ଦେଖି ତାଙ୍କ ଛାତି କୁଣ୍ଠେମୋଟ ହୋଇଯାଇଛି। ନିଜ ଛୋଟବେଳର ସ୍ୱପ୍ନ ପୂରଣ କରିଛନ୍ତି ସୋନାଲି। ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଯାହା ନରସିଂହପୁର ତଥା ଓଡ଼ିଶା ପାଇଁ ଗର୍ବର ବିଷୟ। ତେଣୁ ସେ କେମିତି ଆଗକୁ କିପରି ରାଜ୍ୟ ତଥା ଦେଶର ନାଁ କରିବ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ତାଙ୍କ ବାପା।
ଆଜିର ଝିଅ କୌଣସି ଗୁଣରେ କମ ନୁହଁ। ପୁରୁଷ ସହିତ କାନ୍ଧରେ କାନ୍ଧ ମିଶାଲ ସେ ସବୁକ୍ଷେତ୍ର ସଫଳତା ପାଇବାକୁ ସକ୍ଷମ। ଏହାକୁ ପ୍ରମାଣ କରିଛନ୍ତି ସୋନାଲିକା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)