/odishatv-khabar/media/post_attachments/uploadimage/library/16_9/16_9_0/nandu_1748274574.jpg)
nandu
ଯାତ୍ରାରେ ଥମୁନି ଯାତେରା। ପୁଣି ବିବାଦରେ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ। ବାକି ଟଙ୍କାକୁ ନେଇ ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀଙ୍କୁ ଲୋକ ଲଗେଇ ନାଣ୍ଡୁ ବାବୁ ଆକ୍ରମଣ କରିଥିବାର ଅଭିଯୋଗକୁ ନେଇ ହଇଚଇ। ଭଦ୍ରକ ବାଲିଆପାଳରେ ଘଟିଥିବା ଏ ଘଟଣା ଉପରେ ମାମୁନୀ ଭୁବନେଶ୍ବର ମହିଳା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ହେଲେ ମାମୁନୀଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କହି ତାଙ୍କ ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ନାଣ୍ଡୁ।
ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ
ସମ୍ରାଟ ଅଶୋକ ଅପେରାର ଅଭିନେତ୍ରୀ ମାମୁନୀଙ୍କ ଅଭିଯୋଗ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ତାଙ୍କୁ ଯାତ୍ରା କମିଟି ଲୋକଙ୍କୁ ଲଗାଇ ମାଡ଼ ମରେଇଛନ୍ତି। ବାଲେଶ୍ବର ବାଲିଆପାଳ ଯାତ୍ରା କ୍ୟାମ୍ପରେ ସେ ଓ ସେଇ ପାର୍ଟିରେ ଥିବା ତାଙ୍କ ଉପସ୍ଥାପକ ସ୍ବାମୀ ବାପି କୁମାରଙ୍କୁ ବି ଦୁର୍ବ୍ୟବହାର କରାଯିବା ସହ ତାଙ୍କ ଗାଡ଼ି ପୋଡ଼ି ଦେବାକୁ ଧମକ ଦିଆଯାଇଛି।...କିନ୍ତୁ କାହିଁକି ? ଉତ୍ତରରେ ମାମୁନୀ କହିଛନ୍ତି 2024-25 ଯାତ୍ରା ସିଜିନ ପାଇଁ ପାର୍ଟି ଉପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ବାକିଥିବା 7 ଲକ୍ଷ ଟଙ୍କାକୁ ନେଇ ଏ ବିବାଦ। ବାଲିଆପାଳରେ ଯାତ୍ରା ଚାଲିଥିବା ବେଳେ ଟଙ୍କା ନଦେଲେ ମଞ୍ଚକୁ ଉଠିବିନି ବୋଲି କହିବାରୁ ବାଧ୍ୟ ହୋଇ ନାଣ୍ଡୁ ବାବୁ 1 ଲକ୍ଷ ଟଙ୍କା ଦେଲେ। କିନ୍ତୁ 24 ତାରିଖରେ ଯାତ୍ରା ଆରମ୍ଭ ହେବା ବେଳକୁ ସେଇ ଆକ୍ରୋଶ ରଖି କମିଟି ଲୋକଙ୍କୁ ଲଗାଇ ପ୍ରଥମେ ତାଙ୍କ ସ୍ବାମୀଙ୍କୁ ଦୁର୍ବ୍ୟବହାର କରାଗଲା, ଯାହାର ସେ ବିରୋଧ କରିବାରୁ ତାଙ୍କ ଉପରେ ବି ଆକ୍ରମଣ ହେଲା ବୋଲି ଅଭିଯୋଗ କରିଛନ୍ତି ମାମୁନୀ।.. ଗତ 24 ତାରିଖର ଏ ଘଟଣା ବାବଦରେ ମାମୁନୀ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରୁଛି।
ହେଲେ ଏପଟେ ମାମୁନୀଙ୍କ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ। କେହି ତାଙ୍କୁ ମାଡ଼ ମାରି ନାହାନ୍ତି, କି ତାଙ୍କର ଯାତ୍ରାପାର୍ଟି ଉପରେ କୌଣସି ବକେୟା ନାହିଁ କହି ଓଲଟି ସେ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଫେରାଇବେ ବୋଲି କହିଛନ୍ତି ଅନନ୍ତ। ଯାହାର ବି ଅଭିନେତ୍ରୀ ମାମୁନୀ ଜବାବ ରଖିଥିଲା ବେଳେ ଏତିକିବେଳେ ଅନନ୍ତଙ୍କୁ ପୁଣି ଘେରିଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ଓକିଲ।
ଅପରପକ୍ଷେ ବାଲିଆପାଳ ଯାତ୍ରା କମିଟି ମଧ୍ୟ ମାମୁନୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। ତେବେ କାହା କଥାରେ କେତେ ସତ? ପୂର୍ବରୁ ନାଣ୍ଡୁଙ୍କ ବିରୋଧରେ ହାସ୍ୟାଭିନେତା ନରି ପଣ୍ଡାଙ୍କ ସିଧାସଳଖ ଆକ୍ରମଣର ଅଭିଯୋଗକୁ ନେଇ ହଇଚଇ ପରେ ଏବେ ଜଣେ ଅଭିନେତ୍ରୀ ମଧ୍ୟ ସେଇ ବକେୟା ପାଉଣା କଥାକୁ ଉଠାଇ ସମାନ ଅଭିଯୋଗ ଆଣିବା ଚର୍ଚ୍ଚା ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)