Advertisment

Jagannath Temple: ଶ୍ରୀମନ୍ଦିର ସୁରକ୍ଷା: ସରକାରଙ୍କୁ ଦଣ୍ଡବିଧାନ ପ୍ରସ୍ତାବ

ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକରେ ସରକାରଙ୍କୁ ୪ଟି ବିନ୍ଦୁ ଉପରେ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଅନୁମୋଦନକୁ ଅପେକ୍ଷା ରହିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Shri Mandir

Shri Mandir

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କୁ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଆଯାଇଛି। ବିଶେଷ କରି ୪ଟି ବିନ୍ଦୁ ଉପରେ ପ୍ରସ୍ତାବ ଦିଆଯାଇଥିବା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Advertisment

ଅନଧିକୃତ ବ୍ୟକ୍ତି ଚିତ୍ର ଉତ୍ତୋଳନ କଲେ ଦଣ୍ଡ ବିଧାନ ପ୍ରସ୍ତାବ ରହିବ। ମହାପ୍ରଭୁଙ୍କ ସଂସ୍କୃତି, ଗରିମା କ୍ଷୁଣ୍ଣ କଲେ ୭ ବର୍ଷର ଜେଲ୍ ଦଣ୍ଡ ପ୍ରସ୍ତାବ। ଜାମିନବିହୀନ ଗିରଫ ପରୱାନ ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପ୍ରସ୍ତାବ ଦିଆଯିବ। ଡ୍ରୋନ ଉଡ଼ାଇଲେ, ଇଲେକ୍ଟ୍ରୋନିକ ଡିଭାଇସ ନେଲେ NBW ପାଇଁ ପ୍ରସ୍ତାବ ରହିବ। ଶ୍ରୀଜଗନ୍ନାଥ ଆଇନରେ ସଂଶୋଧନ କରି ଦଣ୍ଡବିଧାନ ପ୍ରସ୍ତାବ ଦିଆଯିବ। ସଂଶୋଧନ ପରେ ଖିଲାପକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପ୍ରସ୍ତାବ ରହିବ।

ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି, ଅନୁମୋଦନକୁ ଅପେକ୍ଷା ରହିଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୁରକ୍ଷା ଦୃଷ୍ଟି କୋଣରୁ ଅଧିକୃତ ବ୍ୟକ୍ତି ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ। ମାତ୍ର ଖୋଲାଖୋଲି ଭାବେ ନୁହେଁ, ଧାର୍ଯ୍ୟ ସ୍ଥାନରେ ରହି ବ୍ୟବହାର କରିପାରିବେ।

Advertisment

ଅଧିକ ପଢନ୍ତୁ: ଜଗନ୍ନାଥଙ୍କ ପ୍ରତିଛବି ଥିବା ପାପୋଛକୁ ହଟାଇଲା ଚୀନର ଇ-କମର୍ସ ପ୍ଲାଟଫର୍ମ

Puri Jagannath Temple Srimandir Administration
Advertisment
Advertisment