Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସେଲଟର ପାଭିଲିଆନରେ ରହୁଛି ହାଣ୍ଡିକୁଡୁଆ; ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦକ୍ଷିଣ ଦ୍ବାର ସମ୍ମୁଖରେ ନିର୍ମାଣ ହୋଇଛି ସେଲଟର ପାଭିଲିୟାନ ବା ଆଶ୍ରୟସ୍ଥଳୀ। ଯେଉଁଥିରେ ଏବେ ତାଲା ପଡ଼ିଛି। ଆଉ ସେଠାରେ ରଖାଯାଇଛି ହାଣ୍ଡି କୁଡୁଆ।

author-image
Sonali Ojha
ଅଦ୍ୟତନ ହୋଇଛି
Puri SriMandir Shelter Pavilion fails

Puri SriMandir

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନୂଆ କରି ନିର୍ମାଣ ହୋଇଥିବା ସେଲଟର ପାଭିଲିୟନ ବା ଭକ୍ତଙ୍କ ଆଶ୍ରୟସ୍ଥଳ ଏବେ ହାଣ୍ଡି କୁଡୁଆର ଆଶ୍ରୟସ୍ଥଳୀ ପାଲିଟିଛି। ଏଠାରେ ମହାପ୍ରଭୁଙ୍କ କୋଠ ଭୋଗର ହାଣ୍ଡି କୁଡୁଆ ରହୁଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଭକ୍ତ ଆଶ୍ରୟସ୍ଥଳର ଏଭଳି ଉପଯୋଗକୁ ନାପସନ୍ଦ କରିଛନ୍ତି ସେବାୟତ ଓ ଭକ୍ତ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦକ୍ଷିଣ ଦ୍ବାର ସମ୍ମୁଖରେ ନିର୍ମାଣ ହୋଇଛି ସେଲଟର ପାଭିଲିୟାନ ବା ଆଶ୍ରୟସ୍ଥଳୀ। ଯେଉଁଥିରେ ଏବେ ତାଲା ପଡ଼ିଛି। ଆଉ ସେଠାରେ ରଖାଯାଇଛି ହାଣ୍ଡି କୁଡୁଆ। କୋଠଭୋଗ ପାଇଁ ୧୭ ପ୍ରକାରର କୁଡୁଆ ରହିଛି। ଚକାନମ୍ବରୀ, ଧଳା କୁଡୁଆ, ପାହାନ୍ତି, ପଖାଳ ଓଳି, ମୁଗ ଓଳି ଆଦି ଏଠାରେ ରଖାଯାଇଥିବା ଜଣେ କର୍ମଚାରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅନଲାଇନରେ ମଗେଇଥିଲେ ଶ୍ରୀମନ୍ଦିର ବାନା, କିନ୍ତୁ ମିଳିଲା ରାଜନୈତିକ ଦଳ ପତାକା

Advertisment

ତେବେ ଭକ୍ତଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ଆଶ୍ରୟ ସ୍ଥଳୀର ଏଭଳି ଉପଯୋଗକୁ ନିନ୍ଦା କରାଯାଇଛି। ସୁଆର ସେବକ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଏହା ଶ୍ରୀମନ୍ଦିର ପ୍ରଶାସନର ହାଣ୍ଡି କୁଡୁଆ ନା ଅନ୍ୟ କିଏ ଏଭଳି ରଖିଛି ବୋଲି ସୁଆର ସେବକ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିରର କମାଣ୍ଡର ଓ ସୁପରଭାଇଜରଙ୍କ ସହ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Puri Srimandir
Advertisment
Advertisment