/odishatv-khabar/media/post_attachments/uploadimage/library/16_9/16_9_0/Sri_Mandir_1711274282.jpg)
Sri Mandir
ଅନଲାଇନରେ ଶ୍ରୀମନ୍ଦିର ପତିତପାବନ ବାନା ମଗାଇଥିଲେ କିନ୍ତୁ ପହଞ୍ଚିଲା ରାଜନୈତିକ ଦଳ ବିଜେପିର ପତାକା । ପୁଣି ଆମାଜନ କମ୍ପାନୀ ମାଧ୍ୟମରେ ଠକେଇ । ଏଭଳି ଠକାମିର ଶିକାର ହୋଇଛନ୍ତି ପୁରୀ ବାସେଳୀ ସାହିର ଭଗବାନ ମହାପାତ୍ର । କିଛି ଦିନ ତଳେ ଆମାଜନ କମ୍ପାନୀ ମାଧ୍ୟମରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା ।
ଏହା ଜାଣିବା ପରେ ପୁରୀ ବାସିନ୍ଦା ହିସାବରେ ପରୀକ୍ଷା କରିବା ପାଇଁ ଭଗବାନ ଗତ ୧୫ ତାରିଖରେ ଅର୍ଡର କରିଥିଲେ । ବିକ୍ରି ହେଉଥିବା ବାନାର ଦାମ ୯୯୯ ଟଙ୍କା ବୋଲି ଉଲ୍ଲେଖ ରହିଥିଲା । ଏକ ପ୍ରତିଶତ ରିହାତି ହିସାବରେ ସେ ୮୮୯ ଟଙ୍କା ଦେଇ ୧୯ ତାରିଖ ଦିନ ଏହି ଅର୍ଡର ତାଙ୍କ ନିକଟରେ ଆସି ପହଞ୍ଚିଥିଲା ।
ଏଥିରେ ବିଜେପିର ପତାକା ଥିବା ସେ ଦେଖିବାକୁ ପାଇଥିଲେ । ଆଜି ଭଗବାନ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଇନଜୀବୀ ଓ ଚୁନରା ସେବକଙ୍କ ସମ୍ମୁଖରେ ଆମଜନରୁ ଆସିଥିବା ପ୍ୟାକେଟକୁ ଦେଖାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।
ଶ୍ରୀମନ୍ଦିର ପତିତପାବନ ବାନା ବଦଳରେ ବାହାରିଥିଲା ବିଜେପିର ପତାକା । ଶ୍ରୀମନ୍ଦିର ବାନା ନାଁରେ ବାନା ବିକ୍ରି ବେଆଇନ ବୋଲି ଚୁନରା ସେବକ ପକ୍ଷରୁ କୁହାଯାଉଛି । ଠକାମୀ ବିରୁଦ୍ଧରେ ସେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)